Home ଜିଲ୍ଲା ପରିକ୍ରମା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସିପିଆଇଏମ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସିପିଆଇଏମ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

119

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଦୂର ତାମିଲନାଡୁ ରାଜ୍ୟରୁ ୫୩ ଜଣ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ବରଗଡକୁ ଫେରୁଥିବା ଏକ ବସ୍ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ରାଜରାସ୍ତାରେ ଅଟକି ରହିଥିଲା । ସିପିଆଇଏମ୍ ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ, ଜିଲା କମିଟି ସଦସ୍ୟ ବିକାଶ ନାଥ, ଅଭିରାମ ବଳ, ଛାତ୍ର ନେତା ବିକ୍ରମ ନାୟକ, ଶ୍ରମିକ ନେତା ସେକ୍ କମର, ରିକ୍ସା ଚାଳକ ସଂଘର ନେତା ସେକ୍ ରହେମାନ, ଯୁବନେତା କାଲୁ ଖାନ ପ୍ରମୁଖ ସେମାନଙ୍କୁ ଶୁଖିଲା ଖାଦ୍ୟ ଯଥା ପାଉଁରୁଟି, ବିସ୍କୁଟ ଓ ପାଣି ବୋତଲ ଆଦି ବଣ୍ଟନ କରିଥିଲେ । ପ୍ରବାସୀ ଶ୍ରମିକମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଶ୍ରମିକମାନେ ୨ ଦିନ ଧରି କୌଣସି ଖାଦ୍ୟ ପାଇନଥିବାର ଖବର ଅତି ଦୁଃଖର ସହ କହିଥିବା ସିପିଆଇଏମ୍ ନେତୃବୃନ୍ଦ ପ୍ରକାଶ କରିଛନ୍ତି । କିଛି ସମୟ ପରେ ବସ୍‌ଟି ବରଗଡ ଅଭିମୁଖେ ଯାତ୍ରା କରିଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.