Home ଜିଲ୍ଲା ପରିକ୍ରମା ପାଣିଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ପାଣିଟାଙ୍କିରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

113

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିଟାଙ୍କି ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଦମକଳ ବାହିନୀ ପହଞ୍ôଚ ତାଙ୍କୁ ଉଦ୍ଧାର କରିବାରୁ ତାଙ୍କ ଜୀବନ ରକ୍ଷା ହୋଇଯାଇଥିଲା । ଏମିତି ଅଭାବନୀୟ ଘଟଣା ଭଦ୍ରକ ଜିଲା ନାୟକାଣୀଡିହି ଥାନା ଅନ୍ତର୍ଗତ ବାଲିମେଦ ପଂଚାୟତ କାଳିଦାସପୁର ଗ୍ରାମରେ ଦେଖିବାକୁ ମିଳିଥିଲା । ତେବେ ସଂପୃକ୍ତ ଯୁବକ ଜଣକ ହେଉଛନ୍ତି ସୋର ଥାନା ଅନ୍ତର୍ଗତ କାନ୍ଥିଗଡିଆ ଗ୍ରାମର ଶିବ ମଳିକ (୪୪) । ତେବେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଶିବଙ୍କୁ ମାଲିକ ଘରକୁ ଛାଡିନଥିବାରୁ ଏମିତି ନିଷ୍ପତ୍ତି ନେଇଥିବା ସେ ଅଭିଯୋଗ କରିଥିଲେ । ତାଙ୍କ କହିବା ଅନୁସାରେ ସକାଳ ୭ଟା ବେଳେ ଗାଁର ଥିବା ଗୋଟିଏ ୧୨୦ ଫୁଟ୍ ବିଶିଷ୍ଟ ପାଣିଟାଙ୍କି ଉପରକୁ ଶିବ ଚଢି ଯାଇଥିଲେ । ତାଙ୍କୁ ଦେଖି ଗ୍ରାମବାସୀମାନେ ଡାକ ପକାଇଥିଲେ । ମାତ୍ର ଶିବ ଆଉ ତଳକୁ ଓହ୍ଲାଇବ ନାହିଁ, ତଳକୁ ଡେଇଁ ଆତ୍ମହତ୍ୟା କରିବ ବୋଲି ରୋକଠୋକ୍ ଭାବେ କହିଥିଲେ । ଖବରପାଇ ନାୟକାଣୀଡିହି ଥାନାର ଅଧିକାରୀ ଉମାଶଙ୍କର ନାୟକ ଘଟଣାସ୍ଥଳରେ ପହଞ୍ôଚ ଶିବଙ୍କୁ ଓହ୍ଲାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ବାସୁଦେବପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ଶିବଙ୍କୁ ଓହ୍ଲାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ । ମାତ୍ର ସେ ବାଡି ଗୋଡାଇଥିଲେ । କିନ୍ତୁ ଦମକଳ ବାହିନୀମାନେ ତାଙ୍କୁ ପାଣି ବିସ୍କୁଟ ଦେଇ ବୁଝାସୁଝା କରିଥିଲେ । ଦୀର୍ଘ ସମୟ କସରତ ପରେ ଶିବଙ୍କୁ ଓହ୍ଲାଇବାରେ ଦମକଳ ବାହିନୀମାନେ ସଫଳ ହୋଇଥିଲେ । ପରେ ଦମକଳ ବାହିନୀମାନେ ଶିବଙ୍କୁ ନେଇ ତାଙ୍କ ଘରେ ଛାଡି ଦେଇ ଆସିଥିବା ଜଣାପଡିଛି । ସୂଚନାଯୋଗ୍ୟ ଦୀର୍ଘଦିନ ଧରି କାଳିଦାସପୁର ଅଂଚଳରେ ରହି ଶିବ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଲକଡାଉନ୍ ବେଳେ ସେ ଘରକୁ ଯାଇଥିଲେ । ମାତ୍ର ୩ ଦିନ ରହିବା ପରେ ସେ ପୁଣି କର୍ମକ୍ଷେତ୍ରକୁ ଫେରିଥିଲେ । ଏତିକିବେଳେ ଟ୍ରାକ୍ଟର ମାଲିକଙ୍କ ସମେତ ଗ୍ରାମବାସୀମାନେ ଶିବଙ୍କୁ କରୋନା ହୋଇଥିବା କହି ବୁଲିଥିଲେ । ପରେ ଘରକୁ ଯିବାକୁ ବାହାରିବାରୁ ତାଙ୍କୁ ଆଉ ମାଲିକ ଛାଡିନଥିଲେ । ମାନସିକ ଆଘାତ ପାଇ ଏମିତି ନିଷ୍ପତ୍ତି ନେଇଥିବାକୁ ସେ ବାଧ୍ୟ ହୋଇଥିଲେ ବୋଲି ଶିବ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.