Home ଅନୁଗୁଳ ପାଳଲହଡା ଶ୍ୟାମାକାଳୀ ମନ୍ଦିରରୁ ଗହଣା ଚୋରି

ପାଳଲହଡା ଶ୍ୟାମାକାଳୀ ମନ୍ଦିରରୁ ଗହଣା ଚୋରି

74

ପାଳଲହଡ଼ା,୧୧/୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ପାଳଲହଡାରେ ଶେଷରେ ମାଆଙ୍କ ମନ୍ଦିର ବି ଚୋରି ଘଟଣାରୁ ବର୍ତ୍ତିଲା ନାହିଁ । ପାଳଲହଡ଼ା ଟାଉନସ୍ଥିତ ମାଆ ଶ୍ୟାମାକାଳୀ ମନ୍ଦିରରୁ ଗତକାଲି ମଧ୍ୟରାତ୍ରରେ ଦୁବୃର୍ତ୍ତ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ମାଆ ଶ୍ୟାମାକାଳୀ ମନ୍ଦିରରେ ଦଶହରା ପୂଜାର୍ଚ୍ଚନା ପାଇଁ ମାଆଙ୍କର ମାର୍ଜନା କାର୍ଯ୍ୟ ସମାପ୍ତ କରି ମନ୍ଦିର ପୂଜା ସନ୍ଧ୍ୟା ସମୟରେ ଆରମ୍ଭ ହୋଇ ରାତ୍ରି ପ୍ରାୟ ଦଶ ଘଟିକା ସମୟରେ ପହଡ ପଡିଥିଲା । ସକାଳୁ ଯେତେବେଳେ ମନ୍ଦିର ନିତି ଆରମ୍ଭ ପାଇଁ ଖୋଲା ଯାଇଥିଲା ସେତେବେଳେ ଜଣା ପଡିଥିଲା ତାଲା ଭାଙ୍ଗି କେହି ଦୂର୍ବୃର୍ତ୍ତ ମାଆଙ୍କ ଦେହରେ ଲାଗି ଥିବା ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରୁପା ଚାନ୍ଦି ମକୁଟ ଓ ସମସ୍ତ ସୁନା ଗହଣା ଲୁଟିନେଇଛି । ମନ୍ଦିର ପୂଜକ ବିଘ୍ନେସ କୁମାର ପରିଜା ସ୍ଥାନୀୟ ପୋଲିସକୁ ତୁରନ୍ତ ଖବର ଦେଇଥିଲେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲେ । ପ୍ରାରମ୍ଭିକ ତଦନ୍ତରୁ ଜଣାଯାଏ କେହି ଦୁର୍ବୃତ୍ତ ମୁଖ୍ୟ ଫାଟକ ତାଲାକୁ କାଟି ଚୋରି କରି ଥାଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.