Home ଓଡ଼ିଶା କଂଗ୍ରେସରେ ହେଲା ବଡ ପରିବର୍ତ୍ତନ – ଅନେକ ବଡ ନେତା ସାଧାରଣ ସମ୍ପାଦକ ପଦରୁ ବାଦ...

କଂଗ୍ରେସରେ ହେଲା ବଡ ପରିବର୍ତ୍ତନ – ଅନେକ ବଡ ନେତା ସାଧାରଣ ସମ୍ପାଦକ ପଦରୁ ବାଦ ପଡ଼ିଲେ

155

– କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ଦଳରେ ଏକ ସାଂଗଠନିକ ପରିବର୍ତ୍ତନ କରିଛନ୍ତି।
ନୂଆ ଦିଲ୍ଲୀ ସେପ୍ଟେମ୍ବର ୧୧(ଓଡ଼ିଆ ପୁଅ) କଂଗ୍ରେସ ଦଳରେ ଏକ ବଡ ପରିବର୍ତ୍ତନ କରାଯାଇଛି। ଗୁଲାମ ନବୀ ଆଜାଦଙ୍କ ସମେତ ବହୁ ବଡ ନେତା ସାଧାରଣ ସମ୍ପାଦକ ପଦରୁ ବହିଷ୍କୃତ ହୋଇଛନ୍ତି।

କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ଏବଂ ଏହାର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣକୁ ପୁନର୍ବାର ଗଠନ କରାଯାଇଛି। କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ଦଳରେ ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛନ୍ତି। ସୋନିଆ ଗାନ୍ଧୀ, ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ମୋତିଲାଲ ଭୋରା ଏବଂ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସାଧାରଣ ସଚିବ ପଦରୁ ହଟାଇଛନ୍ତି। ଏହା ବ୍ୟତୀତ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ୟୁନିଟ୍ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ମଧ୍ୟ ପୁନର୍ଗଠନ କରାଯାଇଛି।

ଚିଠି ବିବାଦ ପରେ ବଦଳିଲା କଂଗ୍ରେସର କଳେବର ହୋଇଛି। ଗୁଲାମ ନବୀ ଆଜାଦ ହରିୟାଣାର ଦାୟିତ୍ୱରେ ଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଥାନରେ ବିବେକ ବନସଲଙ୍କୁ ଅଣାଯାଇଛି। ଏହି ପୁନର୍ଗଠନରେ ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ରଣଦୀପ ସୁରଜେୱାଲା ସ୍ଥାନ ପାଇଛନ୍ତି। କଂଗ୍ରେସ ସଭାପତିଙ୍କୁ ପରାମର୍ଶ ଦେଉଥିବା ଛଅ ଜଣିଆ ପ୍ୟାନେଲରେ ସେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ସହ କଂଗ୍ରେସ ନେତା ଜିତିନ ପ୍ରସାଦଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ ଦିଆଯାଇଛି।

୨୪ ଅଗଷ୍ଟରେ ଅନୁଷ୍ଠିତ CWC ବୈଠକରେ ସହମତି ଅନୁଯାୟୀ ଦଳ ଏକ ଛଅ ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଦଳର ସଂଗଠନ ତଥା କାର୍ଯ୍ୟକଳାପ ସହ ଜଡିତ ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ ଏହି କମିଟି ସମର୍ଥନ କରିବ। ଏହି ସ୍ୱତନ୍ତ୍ର କମିଟିରେ ଏ କେ ଆଣ୍ଟୋନି, ଅହମ୍ମଦ ପଟେଲ, ଅମ୍ବିକା ସୋନି, କେସି ବେଣୁଗୋପାଲ, ମୁକୁଲ ୱାସନିକ ଏବଂ ରଣଦୀପ ସିଂ ସୁରଜେୱାଲା ରହିଛନ୍ତି। ଦଳର ନୂତନ ସାଧାରଣ ସଚିବ ଭାବେ ସୁରଜେୱାଲା ଏବଂ ତାରିକ ଅନୱାରଙ୍କୁ ନିଯୁକ୍ତ କରାଯାଇଛି।

ଦଳର ସଂଗଠନର ସାଧାରଣ ସମ୍ପାଦକ କେସି ବେଣୁ ଗୋପାଲଙ୍କ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ଆଜାଦ, ମୋତିଲାଲ ଭୋରା, ଅମ୍ବିକା ସୋନି ଏବଂ ମଲ୍ଲିକାର୍ଜୁନ ଖଡ୍ଗେ ସାଧାରଣ ସଚିବ ପଦରୁ ମୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ସାଂଗଠନିକ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା ୨୩ ନେତାଙ୍କ ମଧ୍ୟରୁ ଆଜାଦଙ୍କୁ ସାଧାରଣ ସମ୍ପାଦକ ପଦବୀ ହଟାଇବା ସହ CWC ରେ ସ୍ଥାନ ଦିଆଯାଇଛି।

ପ‌୍ରିୟଙ୍କା ଗାନ୍ଧିଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ କରାଯାଇଛି। କଂଗ୍ରେସ ମହାସଚିବ ମୁକୁଲ ବାସନିକଙ୍କୁ ମଧ୍ୟପ୍ରଦେଶ, ହରିଶ ରାୱତଙ୍କୁ ପଞ୍ଜାବ, ଔମାନ ଚାଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶ, ତାରିକ ଅନୱରଙ୍କୁ କେରଳ ଓ ଲାକ୍ଷାଦ୍ୱୀପ, ଜିତେନ୍ଦ୍ର ସିଂହଙ୍କୁ ଆସାମ, ଅଜୟ ମାକେନଙ୍କୁ ରାଜସ୍ଥାନ ଦାୟିତ୍ୱ ଦିଆଯାଇଛି। ଜିତିନ ପ୍ରସାଦଙ୍କୁ ପଶ୍ଚିମବଙ୍ଗ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଦାୟିତ୍ୱ ମିଳିଛି। ଓଡ଼ିଶା ପ୍ରଭାରୀ ଥିବା ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଭକ୍ତ ଦାସଙ୍କୁ ମିଜୋରାମ ଓ ମଣିପୁର ପ୍ରଭାରୀ ଦାୟିତ୍ୱ ମିଳିଛି ।

କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀ

ମଧୁସୂଦନ ମିସ୍ତ୍ରୀ-ଚେୟାରମ୍ୟାନ୍
ଶ୍ରୀ ରାଜେଶ ମିଶ୍ର- ସଦସ୍ୟ
ଶ୍ରୀ କୃଷ୍ଣା ବାଇରେ ଗୌଡା- ସଦସ୍ୟ
ସୁଶ୍ରୀ ଏସ୍ ଜ୍ୟୋତିମଣି- ସଦସ୍ୟ
୫ ଶ୍ରୀ ଅରବିନ୍ଦର ସିଂ ଲଭଲି- ସଦସ୍ୟ

C-W-C- କମିଟି

୧- କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ
୨- ଡଃ ମନମୋହନ ସିଂ
୩- ଶ୍ରୀ ରାହୁଲ ଗାନ୍ଧୀ
୪- ଶ୍ରୀ ଏକେ ଆଣ୍ଟୋନି
୫- ଶ୍ରୀ ଅହମ୍ମଦ ପଟେଲ
୬- ଶ୍ରୀମତି ଅମ୍ବିକା ସୋନି
୭ – ଶ୍ରୀ ଗୁଲାମ ନବୀ ଆଜାଦ
୮- ଶ୍ରୀ ଆନନ୍ଦ ଶର୍ମା
୯- ଶ୍ରୀ ହରିଶ ରାୱତ
୧୦- ଶ୍ରୀ କେ ସି ବେଣୁଗୋପାଳ
୧୧- ଶ୍ରୀ ମଲ୍ଲିକାର୍ଜୁନ ଖଡଗେ
୧୨- ଶ୍ରୀ ମୁକୁଲ ୱାସନିକ
୧୩- ଶ୍ରୀ ଓମେନ ଚାଣ୍ଡି
୧୪- ଶ୍ରୀ ଅଜୟ ମାକେନ୍
୧୫- ପ୍ରିୟଙ୍କା ଗାନ୍ଧୀ ଭଦ୍ରା
୧୬- ଶ୍ରୀ ପି ଚିଦାମ୍ବରମ୍
୧୭- ଶ୍ରୀ ଜିତେନ୍ଦ୍ର ସିଂ
୧୮- ଶ୍ରୀ ତାରିକ ଅନୱାର
୧୯- ଶ୍ରୀ ରଣଦୀପ ସିଂ ସୁରଜେୱାଲା
୨୦- ଶ୍ରୀ ଗାଇକଙ୍ଗମ୍
୨୧- ଶ୍ରୀ ରଘୁବୀର ସିଂ ମୀନା
୨୨- ଶ୍ରୀ ତରୁଣ ଗୋଗୋଇ।

ପରମାନେଣ୍ଟ ଇନଭାଇଟି

୧- ଶ୍ରୀ ଦୀଗବିଜୟ ସିଂ
୨- ଶ୍ରୀମତୀ ମୀରା କୁମାର
୩- ଶ୍ରୀ ଅଧୀର ରଂଜନ ଚୌଧୁରୀ
୪- ଶ୍ରୀ ଜୟରାମ ରମେଶ
୫- ଶ୍ରୀ ସଲମାନ ଖୁରସିଦ
୬- ଶ୍ରୀ ଅବିନାଶ ପାଣ୍ଡେ
୭- ଶ୍ରୀ କେ ଏଚ୍ ମୁନିୟାପ୍ପା
୮- ଶ୍ରୀ ପ୍ରମୋଦ ତିୱାରୀ
୯- ଶ୍ରୀ ତାରିକ ହମିଦ କାରା
୧୦- ଶ୍ରୀ ପୱନ କୁମାର ବନସଲ
୧୧-ଶ୍ରୀମତୀ ରଜନୀ ପାଟିଲ
୧୨- ଶ୍ରୀ ପି-ଏଲ- ପୁନିଆ
୧୩- ଶ୍ରୀ ଆର-ପି ଏନ ସିଂ
୧୪- ଶ୍ରୀ ଶକ୍ତିସିଂ ଗୋହିଲ
୧୫-ଶ୍ରୀ ରାଜୀବ ଶଙ୍କରରାଓ ସତ୍ୟଭ
୧୬- ଶ୍ରୀ ରାଜୀବ ଶୁକ୍ଲା
୧୭-ଶ୍ରୀ ଜିତିନ ପ୍ରସାଦ
୧୮- ଶ୍ରୀ ଦୀନେଶ ଗୁଣ୍ଡୁ ରାଓ
୧୯- ଶ୍ରୀ ମାଣିକମ୍ ଟାଗୋର
୨୦- ଡଃ ଚେଲାକୁମାର
୨୧- ଶ୍ରୀ ଏଚ କେ ପାଟିଲ
୨୨- ଶ୍ରୀ ଦେବେନ୍ଦ୍ର ଯାଦବ
୨୩- ଶ୍ରୀ ବିବେକ ବନସଲ
୨୪- ଶ୍ରୀ ମନୀଷ ଛତ୍ର
୨୫- ଶ୍ରୀ ଭକ୍ତ ଚରଣ ଦାସ
୨୬- ଶ୍ରୀ କୁଲଜିତ ସିଂ ନାଗ୍ରା

ସ୍ପେସାଲ ଇନଭାଇଟି

୧- ଶ୍ରୀ ଦିପେନ୍ଦର ସିଂ ହୁଡା
୨- ଶ୍ରୀ କୁଲଦୀପ ବିଷ୍ଣୋଇ
୩- ଶ୍ରୀ ଚିଣ୍ଟା ମୋହନ
୪- ଶ୍ରୀ ସଚିନ୍ ରାଓ
୫- ଶ୍ରୀମତୀ ସୁସ୍ମିତା ଦେବ
୬- ଶ୍ରୀ ଲାଲଜୀ ଦେଶାଇ
୭- ଶ୍ରୀ ଜି ସଞ୍ଜୀବ ରେଡ୍ଡୀ
୮- ଶ୍ରୀ ସଚିନ୍ ରାଓ
୯- ଶ୍ରୀ ନୀରଜ କୁନ୍ଦନ
୧୦- ଶ୍ରୀ ବିଭି ଶ୍ରୀନିବାସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.