Home ଓଡ଼ିଶା ସାବଧାନ! ହିନ୍ଦୁସ୍ଥାନ ଗ୍ୟାସ ଡିଲରସିପ୍ ପ୍ରଦାନ କରୁଥିବା LPG ବିତରକ ଚୟନ ଅନୁମୋଦନ ପତ୍ର, LPG...

ସାବଧାନ! ହିନ୍ଦୁସ୍ଥାନ ଗ୍ୟାସ ଡିଲରସିପ୍ ପ୍ରଦାନ କରୁଥିବା LPG ବିତରକ ଚୟନ ଅନୁମୋଦନ ପତ୍ର, LPG ବିତରକ ନକଲି ଅଟେ – ଜାଲ ଚିଠି ଏବଂ ୱେବସାଇଟ୍ ଉପରେ PIB ର ଫ୍ୟାକ୍ଟ ଚେକ୍

175

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଓଡ଼ିଆ ପୁଅ) : ହିନ୍ଦୁସ୍ଥାନ ଗ୍ୟାସ ଡିଲରସିପ୍ / ଏଲପିଜି ବିତରକଙ୍କୁ ପ୍ରଦାନ କରୁଥିବା ଏଲପିଜି ବିତରକ ଚୟନ ଏକ ନକଲି ଅନୁମୋଦନ ପତ୍ର ଯାହାକି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବେ ପ୍ରସାରିତ ହେଉଛି। ବିଭ୍ରାନ୍ତିକର ଏହି ପୋଷ୍ଟ ଦାବି କରିଛି ଯେ, ବିତରକମାନଙ୍କ ପାଇଁ ମନୋନୀତ ହୋଇଥିବା ଲୋକଙ୍କୁ ସିକ୍ୟୁରିଟି ଭାବରେ ଜମା କରିବାକୁ ପଡ଼ିବ ୧୪, ୫୦୦ ଟଙ୍କା ଯାହା ଫେରସ୍ତ ହେବ। ଏହି ପୋଷ୍ଟରେ ଏହା ମଧ୍ୟ କୁହାଯାଇଛିଯେ, ଦେୟ ନିଶ୍ଚିତ ହେବା ପରେ କମ୍ପାନୀ ପଞ୍ଜୀକୃତ ପ୍ରମାଣପତ୍ର ଏବଂ ୟୁଜର୍ ଆଇଡି ପାସୱାର୍ଡ ଦେବ। ଏହି ଜାଲିଆତି ପତ୍ରରେ ଏକ ନକଲି ୱେବସାଇଟରେ ପଞ୍ଜୀକରଣ ଫି ପ୍ରଦାନ କରିବାର ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଏଥିରେ ଦର୍ଶାଯାଇଛି : ‘ହିନ୍ଦୁସ୍ତାନ ଗ୍ୟାସ୍ ଡିଲରସିପ୍ / ଏଲପିଜି ବିତରକ ପ୍ରଦାନ କରୁଥିବା ଏଲପିଜି ବିତରକ ଚୟନଙ୍କ ଏକ ଅନୁମୋଦନ ପତ୍ର’।

କିନ୍ତୁ ଏହି ନକଲି ପୋଷ୍ଟକୁ PIB ଦ୍ୱାରା ଏକ ଫ୍ୟାକ୍ଟ ଚେକ୍ କରାଯାଇ ଦର୍ଶାଯାଇଛି ଯେ, ଏହି ଚିଠିଟି ନକଲି ଏବଂ ଆବେଦନକାରୀଙ୍କୁ ଠକିବା ପାଇଁ ଏହି ପତ୍ର ଏବଂ ୱେବସାଇଟ୍ ତିଆରି କରାଯାଇଛି। ସରକାର ଏହି ଜାଲ୍ ୱେବସାଇଟଗୁଡିକର ଶିକାର ନହେବାକୁ ବାରମ୍ବାର ଅନୁରୋଧ କରିଛନ୍ତି। ଲୋକମାନେ ଅଫିସିଆଲ୍ ୱେବସାଇଟ୍ http://lpgvitarakchayan.in ରେ ପ୍ରାମାଣିକ ସୂଚନା ଯାଞ୍ଚ କରିପାରିବେ ଏବଂ ଏହିପରି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।

କରୋନାଭାଇରସ୍ ମହାମାରୀ ମଧ୍ୟରେ ଫେକ୍ ନ୍ୟୁଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଙ୍ଗଲ ନିଆଁ ପରି ବ୍ୟାପିବା ସହ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ମିଥ୍ୟା ଖବରକୁ ରୋକିବା ଉଦ୍ଦେଶ୍ୟରେ ସରକାର ଦେଶର ଲୋକଙ୍କୁ ଏପରି ମିଥ୍ୟା ଖବରରେ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ଚାଲୁଥିବା ନକଲି ତଥ୍ୟର ଫ୍ୟାକ୍ଟ ଚେକ୍ କରି ନକଲି ଖବରର ପ୍ରସାରକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.