Home ଜିଲ୍ଲା ପରିକ୍ରମା “ପାପଗର୍ଭ’ ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ

“ପାପଗର୍ଭ’ ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ

29

ଭୁବନେଶ୍ୱର, ୧୪.୦୨ (ଓଡ଼ିଆ ପୁଅ) ଭି ଟିୟୁନ୍ସ ପ୍ରୋ ଏବଂ ଭାଇବସ୍ ମିଉଜିକ୍ ପ୍ରଡକ୍‌ସନ୍ ଦ୍ୱାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର “ପାପଗର୍ଭ’ର ଶୁଭ ମହୁରତ ବରମୁଣ୍ଡାସ୍ଥିତ କାଳୀମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଚଳଚ୍ଚିତ୍ରରେ ଓଲିଉଡ୍‌ର ଜଣାଶୁଣା ନାୟକ ଚନ୍ଦନ କରଙ୍କ ସହ ନବାଗତା ନାୟିକା ନିବେଦିତା ରାଉତ ଅଭିନୟ କରୁଛନ୍ତି। ପ୍ରସାଦ ପଣ୍ଡା ଓ ରାକେଶ ସାମଲ ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ କାହାଣୀ ଓ ସଂଳାପ ଲେଖିଛନ୍ତି ଶକ୍ତି ମହାନ୍ତି। ଚିତ୍ରନାଟ୍ୟ ଦାୟିତ୍ୱରେ ରାକେଶ ସାମଲ ଅଛନ୍ତି। ଏହି ଚଳଚ୍ଚିତ୍ରଟିର ସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ସାମିଲ କରିବାର ସମ୍ପୂର୍ଣ୍ଣ ଟିମ୍ ତରଫରୁ ଯୋଜନା ରଖାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.