Home ଜିଲ୍ଲା ପରିକ୍ରମା ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପାଇବେ ୨୦୧୯ ଓ ୨୦୨୧ ମସିହା...

ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପାଇବେ ୨୦୧୯ ଓ ୨୦୨୧ ମସିହା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ

48

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ତଥା ଯଶ୍ୱସୀ ନାଟ୍ୟକାର ସୁଧାକର ନନ୍ଦ ୨୦୧୯ ମସିହାର ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଉଭୟ ରାଜନୀତି ଓ ସାହିତ୍ୟରେ ଶ୍ରୀ ନନ୍ଦଙ୍କର ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କ ରଚିତ ବହୁ ନାଟକ ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଛି । ଅନୁରୂପ ଭଦ୍ରକ କଲେଇ ପଂଚାୟତର ନାଟ୍ୟଶ୍ରୀ ନିର୍ମଳ ରାଉତ ମଧ୍ୟ ୨୦୨୧ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଅନେକ ନାଟକ ଓ କ୍ଷୁଦ୍ର ସିନେମା ଦୂରଦର୍ଶନରେ ପ୍ରସାରିତ ହୋଇଛି । ଏହି ଖବର ପାଇବା ପରେ ଶ୍ରୀ ନନ୍ଦ ଓ ଶ୍ରୀ ରାଉତଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.