Home ଜିଲ୍ଲା ପରିକ୍ରମା ଇଚ୍ଛାମୃତ୍ୟୁ କାମନା କରିଥିବା ଶୀତଲକୁ ନୂଆ ଜୀବନ ଦେଲେ ଭଦ୍ରକ ବିଧାୟକ ସଂଜୀବ, ବିଧାୟକଙ୍କ ମହାନତାକୁ...

ଇଚ୍ଛାମୃତ୍ୟୁ କାମନା କରିଥିବା ଶୀତଲକୁ ନୂଆ ଜୀବନ ଦେଲେ ଭଦ୍ରକ ବିଧାୟକ ସଂଜୀବ, ବିଧାୟକଙ୍କ ମହାନତାକୁ ବିଭିନ୍ନ ମହଲରେ ପ୍ରଶଂସା

111

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୩ ବର୍ଷ ତଳେ ସ୍କୁଲ ଯିବା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ନିଜ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ଜିଲାର ରାହାଞ୍ଜ ଅଂଚଳର ଶୀତଲ ସାହୁ ନାମକ ଝିଅଟିର ସଂପୂର୍ଣ୍ଣ ଚିକିତ୍ସା ଦାୟିତ୍ୱ ନେଇଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ତେବେ ଶୀତଲ ଏମସ୍‌ରୁ ସୁସ୍ଥ ହୋଇ ଆଜି ଘରକୁ ଫେରିବା ପରେ ବିଧାୟକ ଶ୍ରୀ ମଲ୍ଲିକ ତାଙ୍କ ଘରକୁ ଯାଇ ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିବା ସହ ଆଗାମୀ ଦିନରେ ସଂପୂର୍ଣ୍ଣ ଚିକିତ୍ସା ଓ ପଢା ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ ୨୦୧୯ ଜୁଲାଇ ମାସ ୧୯ ତାରିଖରେ ସ୍କୁଲରୁ ଫେରୁଥିବା ବେଳେ ଏକ ଟ୍ରକ ୧୬ ନଂ ଜାତୀୟ ରାଜପଥର ରାହାଞ୍ଜ ନିକଟରେ ସ୍କୁଲ ପିଲାଙ୍କ ଉପରେ ମାଡି ଯିବାରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଗ୍ରାମର ସୁବାସ ସାହୁଙ୍କ ଦୁଇ ଝିଅ ଶ୍ୱେତା ଓ ଶୀତଲ ଗୁରୁତର ଆହତ ହୋଇଥିଲେ । ତେବେ ଡାକ୍ତରଖାନା ପହଞ୍ଚିବା ବେଳକୁ ବଡଭଉଣୀ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଶୀତଲ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ସୁବାସଙ୍କ ଅଭାବ ଶୀତଲଙ୍କୁ ଅଧିକ ଚିକିତ୍ସା ପାଇଁ ଯଥେଷ୍ଟ ହୋଇ ନ ଥିଲା । ଫଳରେ ବାଧ୍ୟ ହୋଇ ଇଚ୍ଛାମୃତ୍ୟୁ କାମନା କରିଥିଲେ ଶୀତଲ । ଏ ଖବର ପାଇବା ପରେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ ଶୀତଲଙ୍କ ପରିବାରକୁ ଭେଟିବା ସହିତ ଶୀତଲର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ବହନ କରି ଏମସ୍‌ରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.