Home ଜିଲ୍ଲା ପରିକ୍ରମା ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଯାଇଥିବା ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ମାଡ଼ ମାରିବା ଘଟଣା ମିଥ୍ୟା, ସିସିଟିଭିରୁ...

ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଯାଇଥିବା ରୋଗୀ ସମ୍ପର୍କୀୟଙ୍କୁ ଡାକ୍ତରଙ୍କ ମାଡ଼ ମାରିବା ଘଟଣା ମିଥ୍ୟା, ସିସିଟିଭିରୁ ଜଣାଗଲା ସତ୍ୟତା

17

ବଲାଙ୍ଗୀର/ଟିଟିଲାଗଡ ୦୬-୦୧ (ଓଡ଼ିଆ ପୁଅ) -ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି ଦୁର୍ଘଟଣା ଘଟି ଆହତ ହୋଇ ଟିଟିଲାଗଡ ସରକାରୀ ଚିକିତ୍ସାଳୟ କୁ ଯାଇଥିଲେ। କୋଭିଡ-୧୯ କଟକଣା କୁ ନେଇ ଡାକ୍ତର ଙ୍କ ନିକଟକୁ ରୋଗୀ ଓ ଜଣେ ସମ୍ପର୍କୀୟ ଯିବା ନିୟମ କାର୍ଯ୍ୟକାରୀ ହେଉଥିବା ବେଳେ ଏକାଧିକ ଲୋକେ ଆଉଟ ଡୋରକୁ ପସିଯାଇଥିଲେ। ଉକ୍ତ ଲୋକଙ୍କ ମଧ୍ୟରେ କିଛି ବ୍ୟକ୍ତି ମଦ୍ୟପାନ କରିଥିବା ବେଳେ ସେଠାରେ ଡାକ୍ତର ଫୋନରେ କଥା ହୋଇ ଆବଶ୍ୟକୀୟ ଇଞ୍ଜେକ୍ସନ ଆଣିଲ କି ବୋଲି ପଚାରିବାରୁ କାର୍ଯ୍ୟରତ ଡାକ୍ତର ଙ୍କୁ ସରକାର ଇଂଜେକସନ ମାଗଣା ଦେବେ ଆମେ କିଣିବୁନି କହିଥିଲେ। ସେହିପରି ଡାକ୍ତର ହେଲେ ଟିଟାନସ ଇଂଜେକସନ ସରକାରୀ ଯୋଗାଣ ନ ଥିବା କହି ବୁଝେଇଥିଲେ। ହେଲେ ନିଶାରେ ଡାକ୍ତର ହୋତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଟିଟିଲାଗଡ ଥାନାରେ ଡାକ୍ତର ଖାନାରେ ଏହି ଆକ୍ରମଣ ଅଭିଯୋଗ କରି ଉକ୍ତ ପରିବାର ଲୋକେ ଅଭିଯୋଗ କରିବା ସହ ତାଙ୍କୁ ଗଣ୍ଡା ବୋଲି ଜାତିଆଣ ଆକ୍ଷେପ କରି ଗାଳିଦେବା ଓ ଆକ୍ରମଣ କରିବା ସମ୍ପୂର୍ଣ୍ଣ ମିଛ ବୋଲି ସି ସି ଟି ଭି ରୁ ଜଣାଯାଇଥିବା ସୂଚନା ପ୍ରଦାନ କରିଛନ୍ତି। ଅନ୍ୟ ପଟେ ଡାକ୍ତରଙ୍କ କହିବାନୁଯାୟୀ ସେ ବ୍ୟକ୍ତି ମୋତେ ଅଭଦ୍ର ଭାଷା ରେ ଗାଳି କରି ବାଡେଇବା ପାଇଁ ଆସୁଥିବା ବେଳେ ମୁଁ ବିରୋଧ କରିବାରୁ ଏମିତି ମିଥ୍ୟା ଅଭିଯୋଗ କରିଛି ବୋଲି କହିଛନ୍ତି। ବିଭାଗୀୟ ପ୍ରଶାସନ ତରଫରୁ ଡାକ୍ତରଖାନାରେ ଲାଗିଥିବା ସିସିଟିଭି ଫୁଟେଜ ରୁ ଜଣାଯାଇଛି ଯେ, ଡ଼ାକ୍ତର ଙ୍କୁ ଉକ୍ତ ଆହତ ଙ୍କ ସହ ଥିବା ଯୁବକ ଦୁର୍ବ୍ୟବହାର କରିଛନ୍ତି। ଏପରି କି ଟିଟିଲାଗଡ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଵଡ ସମସ୍ୟା, ସେ ଭିତରେ ଜଣେ ଜଣେ ଡ଼ାକ୍ତର ଓଭରଟାଇମ ତଥା ଦୂଇଟି ଲେଖାଏଁ ସିଫ୍ଟ ଡ୍ୟୃଟି କରିବାକୁ ପଡୁଛି ବୋଲି ଜଣା ଯାଇଛି। ପୂର୍ବରୁ ଏହି ଡାକ୍ତରଖାନାରେ ଡାକ୍ତର ଙ୍କୁ ଆକ୍ରମଣ ଘଟଣା ର ନଜିର ରହିଛି। ଉପଯୁକ୍ତ ସିକ୍ୟୂରିଟି ଗାର୍ଡ ମଧ୍ୟ ନାହାନ୍ତି, ସରକାର ଏ ଦିଗରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.