Home କଳାହାଣ୍ଡି କାଶୀବାହାଲ ଧାନମଣ୍ଡିରେ ଟୋକନ ଅନିୟମିତତା, ତଦନ୍ତ ଦାବୀରେ ଧାରଣାରେ ଚାଷୀ

କାଶୀବାହାଲ ଧାନମଣ୍ଡିରେ ଟୋକନ ଅନିୟମିତତା, ତଦନ୍ତ ଦାବୀରେ ଧାରଣାରେ ଚାଷୀ

16

କଳାହାଣ୍ଡି, ତା.୦୬.୦୧.୨୦୨୧( ଓଡିଆପୁଅ ) କଳାହାଣ୍ଡି ଜିଲ୍ଲାରେ ଧାନ କିଣା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ସଂପର୍କରେ ଅଭିଯୋଗ ହୋଇଆସୁଛି । ସେସବୁ ଅନିୟମିତତା ମଧ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି କୋକସରା ବ୍ଲକ ଅନ୍ତର୍ଗତ କାଶୀବାହାଲ ଧାନମଣ୍ଡିରେ ଟୋକନ ଅନିୟମିତତା ଅଭିଯୋଗ । ପ୍ରାପ୍ତ ସୂଚନା ଅନୁସାରେ କାଶୀବାହାଲ ଧାନମଣ୍ଡିରେ ଧାନ କିଣିବାକୁ ସେଠାକାର ସ୍ୱୟଂ ସହାୟିକା ଦଳ ମାଁ ମଙ୍ଗଳାଦେବୀ ଏସଏଚଜି କୋଡ ନଂ. ଏସ୨୧୫୦୯୦୧ କୁ ଦାୟୀତ୍ୱ ଦିଆଯାଇଛି । ଚାଷି ମାନେ ନିର୍ଦ୍ଧାରିତ ଫର୍ମରେ ଚାଷୀ ପଂଜିକରଣ ପାଇଁ ଆବେଦନ କରି ଧାନ ବିକିବା ପାଇଁ ପଂଜୀକରଣ କରିଥାନ୍ତି । ହେଲେ ଏହି ଏସଏଚଜିରେ ସଂପାଦିକା ଙ୍କ ପୁଅ କିଶୋର ନାଏକ ହିଁ ଡାଟା ଏଂଟ୍ରୀ ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ବିଗତ ମଣ୍ଡି ସମୟର ଅଭିଜ୍ଞତା କୁ ନେଇ ଚାଷୀ ପଂଜୀକରଣରେ ଚଂଚକତା କରିଥିବା ଅଭିଯୋଗ ହୋଇଛି । ଯେଉଁ ଜମିରେ ଚାଷ ହୁଏ ନାହିଁ ସେହି ଜମିର ରାଜସ୍ୱ ନିଜେ ପଇଠ କରିଦେଇ ଅନ୍ୟ ଚାଷି ମାନଙ୍କର ଜମିକୁ ନିଜ ସଂପର୍କୀୟ ମାନଙ୍କ ନାମରେ ଦର୍ଶାଇ ଦେଇ ଚାଷୀ ପଂଜୀକରଣ କରି ଟୋକନ ବାହାର କରି ଧାନ ବିକୁଥିବାର ଅଭିଯୋଗ ହୋଇଛି । ଯେଉଁ ଚାଷୀଙ୍କ ଜମିରେ ଧାନ ବିକୁଥିବାର ଟୋକନ ବାହାରିଛି ସେହି ଜମି ମାଲିକ ମାନେ ମଧ୍ୟ ଜାଣି ପାରିନଥିବା ବେଳେ କିପରି ଧାନ ବିକ୍ରୀ ହୋଇଛି ବୋଲି ସଂପୃକ୍ତ ଚାଷୀ ମାନେ ପ୍ରଶ୍ନ ଉଠାଇଛନ୍ତି ।
ଚାଷୀ ମାନଙ୍କର ଅଭିଯୋଗ ଅନୁସାରେ ଡୋକରୀ ଠାକୁରାଣିଙ୍କ ପୁଅ, ରାମନାଥ ଓଗେର ଙ୍କ ଭାଇ, ବୀରବଳ ମାଳିଙ୍କ ପୁଅ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ଗୌରୀ ନାଏକ ସ୍ୱାମୀ ଧର୍ମୂ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି । ସେହିପରି ଡୋକରୀ ଠାକୁରାଣିଙ୍କ ପୁଅ,ରବିନ୍ଦ୍ର ଲୋହୋରାଙ୍କ ଭାଇ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ହୃଷିକେଶ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି । ଏପରିକି ବରଜୁ ମାଳିଙ୍କ ନାତି, ଡୋକରୀ ଠାକୁରାଣିଙ୍କ ଭାଇ ବୋଲି ଦର୍ଶାଇ ସେମାନଙ୍କ ଜମିକୁ କିଶୋର ନାଏକଙ୍କ ନାମରେ ଏବଂ ଗୁଣବନ୍ତ ଗଉଡ ଙ୍କ ପୁତୁରା, ରାମବାଇ ସତନାମୀଙ୍କ ପୁଅ,ସମରଥ ଗଉଡଙ୍କ ପୁଅ, ସୁଶାନ୍ତ କୁମାର ସତନାମୀଙ୍କ ପୁତୁରା, ଗଜାନନ ଚଣ୍ଡୀଙ୍କ ପୁଅ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ରାଜେଶ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି । ସେହିପରି ଟୁନୁ ସତନାମୀଙ୍କ ପୁଅ, ରତ୍ନାକର ସତନାମୀଙ୍କ ପୁଅ, ଜୟା ଶବରଙ୍କ ପୁଅ, ଅମ୍ବିକା ନାଏକଙ୍କ ପୁଅ, ଭୁରୁଲି ଶବରଙ୍କ ପୁତୁରା, ଶ୍ରୀଜଗନ୍ନାଥଙ୍କ ପୁଅ, ଜନେକ ଚଣ୍ଡିଙ୍କ ପୁତୁରା, ଚକ୍ରଧର ନାଏକଙ୍କ ପୁଅ ବୋଲି ଦର୍ଶାଇ ସେମାନଙ୍କ ଜମିକୁ ଋଷଭ ନାଏକଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇଛି । ସେହିପରି ଡମ୍ବରୁ ଗଉଡଙ୍କ ବୋହୁ ବୋଲି ଦର୍ଶାଇ ସଂପୃକ୍ତ ଏସଏଚଜି ସଂପାଦିକା ଶୈଳ ନାଏକ ସ୍ୱାମୀ ବିକ୍ରମ ନାଏକ ଚାଷି କୋର୍ଡ ନଂ. ଏଫ୧୫୦୯୦୦୦୫୮୦ ରେ ଦର୍ଶାଇ ଦିଆଯାଇ ଟୋକନ ଇସ୍ୟୁ କରାଯାଇ ଧାନ ବିକିଥିବାର ଜଣାପଡିଛି । ସେହିପରି ଧରଣୀ ଭତରା ଙ୍କ ଝୀଅ, ପଂଚୁ କଟାଙ୍କ ଭାଇ, ଭଗବାନ ଗଉଡଙ୍କ ଝୀଅ, ମହେଶ୍ୱର ନାଏକଙ୍କ ଝୀଅ, ରାଜୁ କନ୍ଧଙ୍କ ଭାଇ ସଦାନନ୍ଦ ମାଳିଙ୍କ ଝୀଅ ବୋଲି ଦର୍ଶାଇ ସୁକାନ୍ତୀ ନାଏସ୍ପିତା ଭରତ ନାଏକ ଙ୍କ ନାମରେ ଚାଷି ପଂଜୀକରଣ କରାଯାଇ ଟୋକନ ଇସ୍ୟୁ କରାଯାଇ ଧାନ ବିକୁଥିବା ଜଣାପଡିଛି । ସେହିପରି ଗୋବର୍ଦ୍ଧନ ଲହଜଲ ଙ୍କ ଝୀଆରୀ, ଘାସିରାମ ଚଣ୍ଢୀଙ୍କ ଝୀଆରୀ,ବୈଶାଖୁ ମାଝୀଙ୍କ ଝୀଅ, ଭକ୍ତ ଡମ୍ବ ଙ୍କ ଝୀଅ, ଭଦ୍ର ମାଝୀଙ୍କ ଝୀଅ, ହାଡୁ ଶବରଙ୍କ ଝୀଆରୀ ବୋଲି ଦର୍ଶାଇ ହରିପ୍ରୀୟା ଚଣ୍ଡୀ ପିତା ରବି ଚଣ୍ଡୀ ଙ୍କ ନାମରେ ଚାଷୀ ପଂଜୀକରଣ କରାଯାଇ ଧାନ ବିକୁଥିବାର ଯୋଜନା କରାଯାଇଛି ।
ଏଭଲି ଭାବେ ଅନ୍ୟ ଚାଷୀ ମାନଙ୍କ ଅଜାଣତରେ ସେମାନଙ୍କ ଚାଷ ଜମି କୁ ସେମାନଙ୍କ ଝୀଅ/ପୁଅ/ପୁତୁରା/ଝୀଆରୀ ବୋଲି ଦର୍ଶାଇ ନିଜ ସଂପର୍କୀୟ ମାନଙ୍କ ନାମରେ ଚାଷୀ ପଂଜୀକରଣ କରି ଧାନ ବିକିବାର କାଗଜାତ ପ୍ରସ୍ତୃତ କରାଯାଉଥିବା ଅଭିଯୋଗ ହୋଇଛି ।
ଚାଷୀ ମାନଙ୍କ ଅଭିଯୋଗକ୍ରମେ କୋକସରା ତହସିଲଦାର ଘଟଣାସ୍ଥଳକୁ ଆସି ଏକ ଦଶଜଣିଆ କମିଟୀ ଗଠନ କରାଯାଇ ତନଖି କରାଯାଇ ଧାନ ଉଠାଣ କରିବାକୁ ବ୍ୟବସ୍ଥା କରିଥିବା ଜଣାପଡିଛି । ସଂପୃକ୍ତ ଚାଷୀଙ୍କ ଅଜାଣତରେ ଏଭଲି ଚାଷୀ ପଂଜୀକରଣ ଏବଂ ଚାଷ କରାଯାଇନଥିବା ଜମିରୁ କିପରି ଧାନ ବିକ୍ରୀ ହେବ ସେନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସେସଂପର୍କରେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷୀ ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.