Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ଗୋଟିଏ ଦିନରେ ଜଣେ କୋଭିଡ ଯୋଦ୍ଧା ସହ ୧୦୩ ପଜିଟିଭି ଚିହ୍ନଟ

ଜିଲ୍ଲାରେ ଗୋଟିଏ ଦିନରେ ଜଣେ କୋଭିଡ ଯୋଦ୍ଧା ସହ ୧୦୩ ପଜିଟିଭି ଚିହ୍ନଟ

54

ମାଲକାନଗିରି,୧୪ ।୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣରେ ଗ୍ରିନ ଜୋନରେ ଥିବା ବେଳେ ଆଜି ଗୋଟିଏ ଦିନରେ ଜଣେ କୋଭିଡ ଯୋଦ୍ଧା ସହ ୧୦୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୁ ରେଡ ଜୋନରେ ପହଁଚି ଯାଇଛି । ଆଜିର ୧୦୩ ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୧୮ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲିମେଳା ଏନଏସି ଅଚଂଳରୁ ୬ଜଣ,ମାଲକାନଗିରି ବ୍ଲକ ଅଚଂଳରୁ ୬ ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ୭ଜଣ,ମାଥିଲି ବ୍ଲକ ଅଚଂଳରୁ ୧୦ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୨୮ଜଣ,କାଲିମେଳା ବ୍ଲକ ଅଚଂଳରୁ ୧୮ଜଣ,ପଡିଆ ବ୍ଲକ ଅଚଂଳରୁ ୬ଜଣ,ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୧୦୩ ଜଣ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୬୪କୁ ବୃଦ୍ଧିପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୭୮୪ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଜିଲ୍ଲାରରେ କରୋନା ସକ୍ରିୟ ଙ୍ଗକ ସଂଖ୍ୟା ୬୫୧ରେ ପହଁଚିଛି । ଇତି ମଧ୍ୟରେ ଜିଲ୍ଲାରେ ୨୯ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ତାହାର ଜାଚଂ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା,କାଶ ଜ୍ୱର ହେଉଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି । କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା କୁ ମାନିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.