Home ଜିଲ୍ଲା ପରିକ୍ରମା ଗଛ କାଟିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପେରାଦୀ ହେଲେ ମଠାଧୀଶ

ଗଛ କାଟିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପେରାଦୀ ହେଲେ ମଠାଧୀଶ

39

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଠ ଆଗରେ ରହିଥିବା ଏକ ପୁରାତନ ତଥା ବିପଦ ସଙ୍କୁଳ ପ୍ରକାଣ୍ଡକାୟ ବରଗଛ କାଟିବାକୁ ସବୁ ଆଡୁ ନିରାଶ ହୋଇ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦୀ ହୋଇଛନ୍ତି ମଠାଧୀଶ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂର୍ପକରେ ଜଣାଇବାକୁ ବାହାରିଥିବା ଏହି ୮୦ ବର୍ଷ ବୟସ୍କ ବୃଦ୍ଧ ମହନ୍ତ ଭୂବନେଶ୍ୱର ଯାଇ ନପାରି ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖି ନିଜ ଦୁଃଖ ଜଣାଇଛନ୍ତି । ଭଦ୍ରକ ବ୍ଲକ ଆରଏନ ବେତରା ଗ୍ରାମରେ ରହିଥିବା ରାମେଶ୍ୱର ମଠର ବୃଦ୍ଧ ମହନ୍ତ ହେଉଛନ୍ତି ଭରତ ଦାସ । ତେବେ ମଠ ଆଗରେ ଏହି ବିରାଟକାୟ ବୃକ୍ଷ ଯୋଗୁ ମଠ ପ୍ରତି ବିପଦ ସୃଷ୍ଟି ହେବା ସହିତ ବୃକ୍ଷରେ ବିଷଧର ସରୀସୃପ ବାସ କରୁଛନ୍ତି । ଯାହାକି ମଠ ପ୍ରତି ବିପଦ ସୃଷ୍ଟି କରିଛି । କେବଳ ସେତିକି ନୁହେଁ ବୃକ୍ଷ ଅଢୁଆଳରେ କିଛି ଅସାମାଜିକ ବ୍ୟକ୍ତି ପ୍ରତିଦିନ ମଦ ଗଞେଇ ଭଳି ମାଦକ ଦ୍ରବ୍ୟ ସେବନ କରି ମଠ ପରିବେଶକୁ ନଷ୍ଟ କରୁଛନ୍ତି । ଯାହାକି ମଠସେବାପୂଜାରେ ବାଧା ଉତ୍ପର୍ଣ୍ଣ ହେଉଛି । ମଠର ଆଗରେ ରହିଥିବା ଏହି ବୃକ୍ଷକୁ କାଟିବା ଅଥବା ଡାଳ,ପତ୍ର ଛେଦନ କରି ତାହାକୁ ସୁରକ୍ଷିତ ରଖିବା ନେଇ ମହନ୍ତଙ୍କ ପକ୍ଷରୁ ଗତ ୨ ବର୍ଷ ହେବ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରି କରି ଥକି ଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ସେ ଅଭିଯୋଗ କରି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.