Home ଜିଲ୍ଲା ପରିକ୍ରମା ବାଲିପୋଖରୀ ହାଇସ୍କୁଲରେ ‘ମୋ ସ୍କୁଲ’ ଅଭିଯାନ ସଫଳତା

ବାଲିପୋଖରୀ ହାଇସ୍କୁଲରେ ‘ମୋ ସ୍କୁଲ’ ଅଭିଯାନ ସଫଳତା

18

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ଶୁକଦେବ ଜେନା ହାଇସ୍କୁଲରେ ‘ମୋ ସ୍କୁଲ’ ଅଭିଯାନ ଅନୁଷ୍ଠିତ ହୋଇ ବ୍ୟାପକ ସଫଳତା ହାସଲ କରାଯାଇଛି । ପ୍ରଧାନଶିକ୍ଷକ ଗିରିଶ ବିହାରୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ‘ଗୁରୁପୂଜନ’, ‘ବନ୍ଧୁମିଳନ’ ଓ ‘ମୋ ସ୍କୁଲ’ ଅଭିଯାନ ଉତ୍ସବରେ ଜିଲ୍ଲାଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ମୁଖ୍ୟଅତିଥି, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀନିବାସ ମିଶ୍ର, ମାଗୁଣି ଚରଣ ନାୟକ, ଗୋପାଳ ଚନ୍ଦ୍ର ମିଶ୍ର, ଅର୍ଜ୍ଜୁନ ଚନ୍ଦ୍ର ସାହୁ, କେଳୁଚରଣ ସାହୁ, ରାମଚନ୍ଦ୍ର ତ୍ରିପାଠୀ, ଅଲେଖ ପ୍ରସାଦ ଘଡେଇ, ଜଳଧର ଓଝା, ବଂଶୀଧର ନାୟକ, ମୁରଲିଧର ମହାନ୍ତି, ଚନ୍ଦ୍ରବଣି ସ୍ୱାଇଁ, ଜୟନ୍ତ କୁମାର ସାହୁ, ରଘୁନାଥ ବେହେରା, ପବନ ଚରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିବା ସହ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ôସବରେ ଯୋଗଦେଇଥିବା ପୁରାତନ ଛାତ୍ରଛାତ୍ରୀ ସଞ୍ଜିବ କୁମାର ପରିଡା, ରଘୁନାଥ ବେହେରା, ସସ୍ମିତା ପାତ୍ର, ଦିପ୍ତିମୟୀ ମହାପାତ୍ର, ଜଳଧର ଓଝା, ମୁରଲିଧର ସାହୁ, ଘନଶ୍ୟାମ ବେହେରା, କପିଳ ଚରଣ ବେହେରା, ଲତା ପଣ୍ଡା ପ୍ରମୁଖ ବିଦ୍ୟାଳୟ ବିକାଶ ପାଇଁ ‘ମୋ ସ୍କୁଲ’ ଅଭିଯାନରେ ୧,୧୬,୦୦୦ଟଙ୍କା ଦାନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମିଶ୍ର ଅଭିଯାନରେ ସାମିଲ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମଚାରୀମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.