Home ଜିଲ୍ଲା ପରିକ୍ରମା ୩ ବର୍ଷ ପରେ ସରକାର ଗୁହାରୀ ଶୁଣିଲେ, ଛଅ ମାସର ବକେୟା ଦରମା ପାଇବେ ୧୮...

୩ ବର୍ଷ ପରେ ସରକାର ଗୁହାରୀ ଶୁଣିଲେ, ଛଅ ମାସର ବକେୟା ଦରମା ପାଇବେ ୧୮ ହଜାର ୮୫ ଜଣ ଏକ୍ସ କ୍ୟାଡର ଶିକ୍ଷକ

33

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିନିବର୍ଷ ପରେ ରାଜ୍ୟ ସରକାର ଏକ୍ସ କ୍ୟାଡର ଲେବଲ-୫ ଏଲିମେଂଟାରୀ ଶିକ୍ଷକଙ୍କ ଗୁହାରୀ ଶୁଣିଛନ୍ତି । ସେମାନଙ୍କ ବକେୟା ଦରମା ବାବଦକୁ ସରକାରଙ୍କ ଉପରେ ପଡି ରହିଥିବା ୧୭୦ କୋଟି ୫୫ ଲକ୍ଷ ୯୬ ହଜାର ୩୫୦ ଟଙ୍କାକୁ ସରକାର ରିଲିଜ କରିଛନ୍ତି । ଓଡିଶା ସ୍କୁଲ ପ୍ରୋଗ୍ରାମ ଅଥରିଟି ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ପତ୍ରାଙ୍କ ନଂ ୩୭୬୬ ତା ୭-୪-୨୧ ଅନୁଯାଇ ଏହି ଅର୍ଥ ରିଲିଜ କରାଯାଇଥିବା ନେଇ ରାଜ୍ୟର ସମସ୍ତ ଶିକ୍ଷାଧିକାରୀଙ୍କୁ ଜଣାଇ ଦିଆଯାଇଛି । ଗଣ ଶିକ୍ଷକରୁ ଏକ୍ସ କ୍ୟାଡର ଲେବଲ-୫ ସହକାରୀ ଶିକ୍ଷକକୁ ପଦୋନ୍ନତି ପାଇଥିବା ରାଜ୍ୟର ୧୮ ହଜାର ୮୫ ଜଣ ଶିକ୍ଷକଙ୍କ ବକେୟା ବେତନ ବାବଦକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଗତ ୧-୩-୨୦୧୭ ରିଖ ଠାରୁ ୩୧-୮-୧୭ ରିଖ ପର୍ଯ୍ୟନ୍ତ ୬ ମାସର ବକେୟା ବେତନ ବାବଦକୁ ସରକାର ଏହି ଅର୍ଥ ପ୍ରଦାନ କରିଛନ୍ତି । ଏହି ବକେୟା ଦରମା ପାଇବା ସକାସେ ରାଜ୍ୟ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ନିରନ୍ତର ଦାବୀ କରାଯାଇ ଆସୁଥିଲା । ଏପରିକି ଏଥିନେଇ ଶିକ୍ଷକ ମାନଙ୍କ ପକ୍ଷରୁ ଗତ ୨୦୧୯ ସାଧାରଣ ନିର୍ବାଚନ ବର୍ଜ୍ଜନ କରିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ । ତେବେ ବିଳମ୍ଭରେ ହେଲେ ମଧ୍ୟ ସରକାର ଶିକ୍ଷକମାନଙ୍କର ଏହି ଦାବୀକୁ ଗ୍ରହଣ କରି ସେମାନଙ୍କ ବକେୟା ଦରମା ଦେବାକୁ ଆର୍ଥିକ ମଞୁରୀ ଦେଇଥିବା ଯୋଗୁ ରାଜ୍ୟରେ କାର୍ଯ୍ୟରତ ଏହି ବର୍ଗର ଶିକ୍ଷକ ମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

ତେବେ ଅଦ୍ୟାବଧି ଏହି ବର୍ଗର ଶିକ୍ଷକ ମାନଙ୍କର ଏନପିଏସ(ଜାତୀୟ ପେନସନ ଯୋଜନା ଚୁଡାନ୍ତ ହୋଇ ନଥିବାରୁ ରାଜ୍ୟ ସରକାର ଏହି ବେତନରୁ ଏମ୍ପଲୟର ସେୟାର ବାବଦକୁ ୨୨ କୋଟି ୮୭ ଲକ୍ଷ ୨୦ ହଜାର ୯୯୫ ଟଙ୍କା ବାଦ ଦେଇ ଅବଶିଷ୍ଟ ୧୪୭ କୋଟି ୬୮ ଲକ୍ଷ ୭୫ ହଜାର ୩୫୫ ଟଙ୍କା ଶିକ୍ଷକ ମାନଙ୍କ ବକେୟା ଦରମା ବାବଦରେ ପୈଠ କରିବାକୁ ଘୋଷଣା କରିଛନ୍ତି । ତଦନୁଯାଇ ପ୍ରତ୍ୱେକ ଶିକ୍ଷକଙ୍କୁ ସେମାନଙ୍କ ବକେୟା ଦରମା ବାବଦକୁ ୮୧ ଲକ୍ଷ ୬୬୩ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି । ଏହି ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲାରେ ଏକ୍ସକ୍ୟାଡର ଲେବଲ-୫ ସହକାରୀ ଶିକ୍ଷକକୁ ପଦୋନ୍ନତି ପାଇଥିବା ୬୨୯ ଜଣ ଶିକ୍ଷକଙ୍କୁ ସେମାନଙ୍କ ବକେୟା ଦରମା ବାବଦକୁ ଏମ୍ପଲୟର ସେୟାର ବାଦ ୫ କୋଟି ୧୩ ଲକ୍ଷ ୬୬ ହଜାର ୨୭ ଟଙ୍କା ମଞ୍ଜୁର କରାଯାଇଛି । ଯାହାକୁ ସରକାରଙ୍କ ନିର୍ଦ୍ଧାରିତ ଗାଇଡଲାଇନ ଅନୁଯାଇ ଶିକ୍ଷକ ମାନଙ୍କୁ ଯୋଗାଇ ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ସରକାରଙ୍କ ଏହି ନିର୍ଦ୍ଧେଶ ଆସିବା ପରେ ରାଜ୍ୟ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଥିନେଇ ସାଧୁବାଦ ଜ୍ଞାପନ କରାଯାଇଛି । ସଂଘ ନେତା ତ୍ରିଲୋଚନ କର,ଅନୀୟ ବରାଳ,ମହାଦେବ ସେଠୀ,ଶଶି ଭୁଷଣ ପ୍ରଧାନ,ପ୍ରଜ୍ଞାପରମିତା ସ୍ୱାଇଁର୍,ପ୍ରବୀଣ ମହାନ୍ତି,କୈଳାସ ଜେନା,ରାଜକିଶୋର ପୁଷ୍ଟି,ସୁଶାନ୍ତ ଜ୍ୟୋତିଷ,ଅଲେଖ ସାହୁ,ଚିତରଂଜନ ଭଞ୍ଜ,ଛବିଲତା ବାରିକ,ଜଗତଜୀବନ ଖମାରୀ,ଅରୁଣ ପଟ୍ଟନାୟକ,ଲକ୍ଷ୍ମୀପ୍ରିୟା ସେଠୀ, ଲକ୍ଷ୍ମୀଧର ରାଉତ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ବିଭାଗିୟ ମନ୍ତ୍ରୀ,ସଚିବ ଏବଂ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.