Home ଓଡ଼ିଶା ଖନ୍ତାପଡ଼ା ପୋଲିସର ସଫଳତା, ଧରାପଡ଼ିଲା ନକଲି ନାଲିବତୀ ଗାଡ଼ି, ପୋଲିସ ଓ ବନ୍ଧୁକ

ଖନ୍ତାପଡ଼ା ପୋଲିସର ସଫଳତା, ଧରାପଡ଼ିଲା ନକଲି ନାଲିବତୀ ଗାଡ଼ି, ପୋଲିସ ଓ ବନ୍ଧୁକ

169

ବାହାନଗା, ୫ା୧୦(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଶେରଗଡ଼ ଟୋଲ ଗେଟ ନିକଟରେ ଖନ୍ତାପଡ଼ା ପୋଲିସ ଏକ ନାଲିବତୀ ଗାଡ଼ି, ବନ୍ଧୁକ ସହ ନିଜକୁ ପୋଲିସ ବୁଲାଉଥିବା ଯୁବକକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସୂଚନା ଅନୁସାରେ ଶେରଗଡ଼ ଟୋଲ ଗେଟ ନିକଟରେ ଏକ ନାଲିବତୀ ଲାଗିଥିବା ବୋଲେରୋ ଟୋଲ ଗେଟ କରିଡ଼ରକୁ ଧକ୍କା ଦେଇଥିଲା। ଫଳରେ ଗେଟର ସୁରକ୍ଷା କର୍ମୀ ଓ ସେଥିରେ ଥିବା ଯୁବକଙ୍କ ସହ ଯୁକ୍ତି ହୋଇ ଥିଲା। ଉଗ୍ରରୁପ ନେବା ପୂର୍ବରୁ ଖବର ପାଇ ସୋଗଡ଼ ଫାଣ୍ଡିଅଧିକାରୀ କ୍ରିଷ୍ଣା ପିଙ୍ଗୁଆ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ପଚରା ଉଚୁରା କରିବା ସମୟରେ ଯୁବକ ମାନେ ଆକ୍ରମଣ କରିଥିଲେ। ଫଳରେ ଧସ୍ତାଧସ୍ତି ହୋଇ ଥିଲା। ଖବର ପାଇ ଖନ୍ତାପଡ଼ା ଥାନାଅଧିକାରୀ ପରେଶ କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ। ଏବଂ ନାଲିବତୀ ଗାଡ଼ି ଅଟକ ରଖି ଯାଞ୍ଚ ବେଳେ ସେଥିରୁ ବନ୍ଧୁକ ଜବଦ କରି ଥିଲେ। ଯୁବକ ମାନେ ଗଞ୍ଜାମରୁ ବାଲେଶ୍ୱର ଅଭିମୁଖେ ଯାଉଥିବାର କହିଥିଲେ। ଧସ୍ତାଧସ୍ତି ସମୟରେ ସେରଗଡ଼ ଫାଣ୍ଡି ଅଧିକାରୀ ଶ୍ରୀ ପିଙ୍ଗୁଆ ସାମାନ୍ୟ ଆହତ ହୋଇଥିବାର ଖବର ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.