Home ଅପରାଧ ଅସହାୟ ମା ପୁଅକୁ ଜାଳିଦେଲେ ଦୁର୍ବତ, ୬ଅଟକ,

ଅସହାୟ ମା ପୁଅକୁ ଜାଳିଦେଲେ ଦୁର୍ବତ, ୬ଅଟକ,

107

ହାଟଡିହି-୧୦/୯ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା କଳିଗାଁ ଗ୍ରାମରେ ଜଣେ ମା ଓ ତାର ପୁଅକୁ ପିଟି ପିଟି ମାରିଦେବାପରେ ନିଆଁରେ ପୋଡି ହତ୍ୟା କରିଛନ୍ତି । ହତ୍ୟାର କାରଣ ଷ୍ପଷ୍ଟ ହୋଇ ନଥିବବେଳେ ଚୋରୀ ଧରାପଡିଯିବା ଭୟରେ ଏପରି ହୋଇଥିବା ଗ୍ରାମବାସୀ ତଥା ପୁଲିସ ମଧ୍ୟ ସନ୍ଦେହ କରିଛି ।
ଏହି ଘଟଣାରେ ପୁଲିସ ଗ୍ରାମର ୬ଜଣଙ୍କୁ ଅଟକ ରଖିବା ସହିତ ଶବକୁ ପୋଷ୍ଟମଟମ ପାଇଁ ପଠାଇ ଦନ୍ତ ଚଳାଇଛି ।
ଖବରରୁ ଜଣାଯାଇଛି ଯେ କଳିଗାଁ ଗ୍ରାମର ଜଞ୍ଜାଳୀ ଜେନା(୮୦) ଓ ତାର ୫୦ବର୍ଷର ପୁଅ ବନମାଳୀ ଜେନା ଦୁହେଁ ନିରାଶ୍ରୟ ଓ ଦୀନ ଦୁଖି ପରିବାର । ଘର ଦ୍ୱାର ନଥିବାରୁ ଗାଁର ପରିତ୍ୟକ୍ତ ଅଙ୍ଗନବାଡି ଘରେ ରୁହନ୍ତି । ସରକାରଙ୍କ ଠାରୁ ଭତ୍ତା ଓ ରେସନ ଚାଉଳରେ ଯାହା ମିଳେ ପୁଅର ଦେହ ଖରାପ ଯୋଗୁଁ ମା ଗାଁ ଗାଁ ବୁଲି ଯାହା ମାଗିଜାଚି ଆଣେ ସେହିଥିରେ ମା ପୁଅ ଖାଇ ପିଇ ସେହି ଘରେ ପଡିଥାନ୍ତି । ଗତକାଲି ରାତି ତାଙ୍କ ପାଇଁ ଥିଲା କାଳରାତ୍ରୀ । କେହି ବ୍ୟକ୍ତି ତାଙ୍କୁ ପିଟି ପିଟି ମାରିଦେବାପରେ ନିଆଁରେ ଜାଳିଦେଇଛି । ଅର୍ଦ୍ଧଦଗ୍ଧ ମାର ଶରୀର କ୍ଷତବିକ୍ଷତ ହୋଇଥିବାବେଳେ ପୁଅ ସମ୍ପୁର୍ଣ୍ଣ ଜଳିଯାଇଛି । ଆଜି ସକାଳୁ ସକାଳୁ ଏହା ଜଣାପଡିବାପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ ରାସ୍ତାରୋକ କରି ଅପରାଧିକୁ ଗିରଫ କରିବାକୁ ଦାବି କରିଥିଲେ । ପୁଲିସ ଫୋରେନସିକ ଟିମ ଓ ଡର୍ଗସ୍କ୍ୱାର୍ଡ ସହିତ ତଦନ୍ତ କରିଥିଲେବି ଅପରାହ୍ନ ଗୋଟିଏ ସୁଧା ଅପରାଧିଙ୍କ ପାଖରେ ପହଞ୍ଚି ପାରିନଥିଲା । ଲେକମାନଙ୍କ ଭିତରେ ଉତ୍ତେଜନା ତୀବ୍ରଆକାର ଧାରଣ କରୁଥିବାବେଳେ ଓ ଲୋକମାନେ ଶବକୁ ଛାଡୁ ନଥିବାରୁ ପରିସ୍ଥିତି ବିଷମ ଆଡକୁ ଗତି କରୁଥିବାବେଳେ ଏକ ବିଶେଷ ସୁତ୍ରରୁ ଖବରପାଇ ପୁଲିସ ସନ୍ଦେହରେ ୬ଜଣଙ୍କୁ ଅଟକ ରଖି ପଚରା ଊଚୁରା କରିବା ପରେଯାଇ ଲୋକମାନେ ଶବକୁ ବ୍ୟବଚ୍ଛେଦ ପଠାଇଥିଲେ ।
ଅନ୍ୟପକ୍ଷରେ ଶବ ପଡିଥିବା ଘରଠାରୁ ମାତ୍ର ୧୦ଫୁଟ ଦୁରରେ କପିଳେନ୍ଦ୍ର ସାହୁଙ୍କର ଏକ ଦୋକାନ ଭଙ୍ଗାରୁଜା ହେବା ସହ ତା ଭିତରୁ ଅନେକ ସାମଗ୍ରୀ ଚୋରୀ ଯାଇଛି । କପିଳେନ୍ଦ୍ର ଗତକାଲି ରାତିରେ ନିଜ ଝିଅ ଘରକୁ ଯାଇଥିବାବେଳେ କେହି ଦୁର୍ବୁତ ଦୋକାନ ତାଲା ଭାଙ୍ଗି ତା ଭିତରୁ ନଗଦ ଟଙ୍କା, ସମେତ ଅନେକ ସାମଗ୍ରୀ ଲୁଟ କରିଛନ୍ତି । ଏପରିକି ବାହାରେ ମଧ୍ୟ ବହୁ ସାମଗ୍ରୀ ଇତସ୍ଥତ ହୋଇ ପଡିରହିଛି । ଏହି ଦୋକାନରୁ ଚୋରୀ କରିବା ସମୟରେ ପାଖଘରେ ଶୋଇଥିବା ଯଞ୍ଜାଳି ସମ୍ଭବତ ଉଠି ଚୋର ମାନଙ୍କୁ ଦେଖି ଦେବାରୁ ଚୋରମାନେ ତାକୁ ପିଟି ପିଟି ମାରିଦେବା ସହିତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି । ମୃତ ଦୁଇଜଣଙ୍କର କାହା ସହିତ ଶତ୍ରୁତା ନଥିବାବେଳେ କେବଳ ଚୋର ମାନେ ହିଁ ତାଙ୍କୁ ହତ୍ୟା କରିଥିବା ପୁଲିସ ଦୃଢ଼ ନିଶ୍ଚିତ ହୋଇଛି । କେନ୍ଦୁଝର ଡିଏସପି ସୁବୋଧ ମଲ୍ଲିଙ୍କ ନେତୃତ୍ୱରେ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ, ଏସ.ଆଇ ଦାସ, ରାମଚନ୍ଦ୍ରପୁର ଥାନା ଆଇଆଇସି ରାଜେ୍‌ଦ୍ର ସ୍ୱାଇଁ, ଘସିପୁରା ଥାନା ପୁଲିସ, ସୋସୋ ଥାନା ପୁଲିସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ସହ କେନ୍ଦୁଝରରୁ ସାଇଣ୍ଟଫିକ ଟମ ଓ ସନ୍ଧାନୀ କୁକର ଡକାଇ ତଦନ୍ତ ଚଳାଇଛନ୍ତି । ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟାଇଥିବା ଅପରାଧି ମାନଙ୍କୁ ଅତିଶିଘ୍ର ଧରାଯିବ ବୋଲି ଏସଡିପିଓ ସୁବୋଧ ମଲ୍ଲିକ ପ୍ରକାଶ କରିଛନ୍ତି । ମୃ୍‌କଙ୍କ ପରିବାରକୁ ରେଡକ୍ରସରୁ ୨୦ହଜାର ଟଙ୍କା ଆର୍ôଥକ ସହାୟତା ଦେବାପାଇଁ ତହସିଲଦାର ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.