Home ଓଡ଼ିଶା ତରଭା ଆମ୍ବୋ ନଦୀବନ୍ଧ ନିର୍ମାଣ ନେଇ ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ର

ତରଭା ଆମ୍ବୋ ନଦୀବନ୍ଧ ନିର୍ମାଣ ନେଇ ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ର

166

ହାଟଡିହି-୧୦/୯, ବୈତରଣୀ ନଦୀର ବାମପାଶ୍ୱର୍ ନଦୀବନ୍ଧ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବୈତରଣୀ ନଦୀର ମୁକୁଳା ପଡିôତବା ରାଘବପୁର-ବଳିପୁର ଓ ତରଭା-ସମଣା ନଦୀବନ୍ଧକୁ ସମ୍ପୁର୍ଣ୍ଣ କରିବା, ଆନନ୍ଦପୁର ବୈତରଣୀ ବ୍ୟାରେଜ ପ୍ରକଳ୍ପ କାମ ସମ୍ପୁର୍ଣ୍ଣକରି କେନାଲ ଗୁଡିକୁ କାର୍ଯ୍ୟକ୍ଷମ କରାଇବା ନେଇ ବିଜେପି ରାଷ୍ଟ୍ରୀୟ କୃଷକମୋର୍ଚ୍ଚା ସଭପତି ମହେଶ୍ୱର ସାହୁ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱରେ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର, ସୌଭାଗ୍ୟ ଖଣ୍ଡେଇ, ଶ୍ରୀକାନ୍ତ ରାଉତ ପ୍ରମୁଖ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଭେଟି ନଦୀବନ୍ଧ ନିର୍ମାଣ ସହିତ ଆନନ୍ଦପୁର ରିଙ୍ଗରୋଡ ଓ ବାଇପାସ ରୋଡକୁ ତୁରନ୍ତ ସମ୍ପୁର୍ଣ୍ଣ କରିବାକୁ ଦାବି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.