Home ଓଡ଼ିଶା ଯୋଗୀଙ୍କ ଉପରେ ୭୨ ଘଣ୍ଟା ବ୍ୟାନ: କିଛି ନ’କହି, ଯାହା କହିବାର କଥା କହିଦେଲେ ଯୋଗୀ!

ଯୋଗୀଙ୍କ ଉପରେ ୭୨ ଘଣ୍ଟା ବ୍ୟାନ: କିଛି ନ’କହି, ଯାହା କହିବାର କଥା କହିଦେଲେ ଯୋଗୀ!

941

ଲକ୍ଷ୍ନୋୖ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀଙ୍କ ଉପରେ ନିର୍ବାଚନ କମିଶନ ୭୨ ଘଣ୍ଟାର ପ୍ରତିବନ୍ଧ ଲଗାଇଛନ୍ତି।୭୨ ଘଣ୍ଟା ଯାଏଁ ଯୋଗୀ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ।ଭାଷଣ ଦେଇ ପାରିବେ ନାହିଁ।ଅର୍ଥାତ୍ ମୋୖନ ରହିବେ।ଯୋଗୀଙ୍କର “ଅଲ୍ଲୀ – ବଜରଙ୍ଗବଲୀ” ଭାଷଣକୁ ନେଇ ନିର୍ବାଚନ କମିଶନ ଏହି ପ୍ରତିବନ୍ଧ ଲଗାଇଛନ୍ତି।ବିଏସପି ଅଧ୍ୟକ୍ଷା ମାୟାବତୀ ମୁସଲିମ ଭୋଟ ମାଗିବାକୁ ନେଇ ଯୋଗୀ କହିଥିଲେ, “ଯଦି କଂଗ୍ରେସ, ବସପା, ସପାକୁ ଅଲ୍ଲୀ ଉପରେ ବିଶ୍ୱାସ, ତେବେ ଆମକୁ ମଧ୍ୟ ବଜରଙ୍ଗବଲୀ ଉପରେ ବିଶ୍ୱାସ”।

ଆଜି ଗୃହମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୋୖ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ।ଏହି ଅବସରରେ ରାଜନାଥ “ରୋଡ଼ ସୋ” କରି ତାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି।ରାଜନାଥଙ୍କ ସାଙ୍ଗରେ ଥିଲେ ଉତ୍ତର ପ୍ରଦେଶର ଦୁଇ ଉପମୁଖ୍ୟମନ୍ତ୍ରୀ, କେଶବ ପ୍ରସାଦ ମୋୖର୍ଯ୍ୟ ଏବଂ ଦିନେଶ ଶର୍ମା।କିନ୍ତୁ ଯଦି କେହି ନ’ଥିଲେ, ସେ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ନିର୍ବାଚନ କମିଶନଙ୍କ ପ୍ରତିବନ୍ଧ ଯୋଗୁଁ ସିନା ଆଚରଣ ବିଦ୍ଧି ଉଲଘଂନକୁ ଜଗି ଯୋଗୀ “ରୋଡ଼ ସୋ”ରେ ନ’ଥିଲେ,କିନ୍ତୁ ସେ ହେଲେ ଯୋଗୀ ଆଦିତ୍ୟନାଥ।ମୌନ ରହି ମଧ୍ୟ ଯାହା କହିବାର କଥା, କହି ଦେଇଛନ୍ତି ଯୋଗୀ ଆଦିତ୍ୟନାଥ।ନିର୍ବାଚନ ପ୍ରଚାର ପାଇଁ ସିନା ତାଙ୍କୁ ବାରଣ କରାଯାଇଛି, ମନ୍ଦିର ଯିବାକୁ ତ’ ନୁହେଁ।ଯୋଗୀ ଏ ସମୟରେ ନିରବ ବସି ନ’ଯାଇ ବଜରଙ୍ଗବଲୀ ମନ୍ଦିରକୁ ଯାଇ ପୂଜା କରିଛନ୍ତି, ହନୁମାନ ଚାଳିଶା ପାଠ କରିଛନ୍ତି।ଯୋଗୀଙ୍କର ଅଯୋଧ୍ୟା ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।ଏହା ସହ ଏକ ଦଳିତ ପରିବାରରେ ଯାଇ ଭୋଜନ କରିଛନ୍ତି।କିଛି ନ’କହି ଯାହା କହିବାର କଥା କହି ଦେଇଛନ୍ତି ଯୋଗୀ।//ଦେବଦତ୍ତ

ବିଜେପିରେ ଯୋଗ ଦେଲେ ସାଧ୍ଵୀ ପ୍ରଜ୍ଞା: ଦିଗବିଜୟଙ୍କୁ ଦେବେ ଟକ୍କର!

ବୈଜୟନ୍ତଙ୍କ ପାଖରେ ନିଜର ବିକଳ୍ପ ଦେଖି ପାରୁଛନ୍ତି କି’ ନବୀନ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.