ଶିକ୍ଷା ଓ ଆମ ଗାଁ କାଶୀ

ଶିକ୍ଷା ଓ ଆମ ଗାଁ କାଶୀ -ଦେବଦତ୍ତ ରଥ ଶିକ୍ଷା କ’ଣ?ଯାହା ଆମେ ସ୍କୁଲ ବା କଲେଜ ଆଦି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥାଏ ତାହା କ’ଣ ଶିକ୍ଷା?କେହି କେହି କୁହନ୍ତି ଏହା ଶିକ୍ଷା ନୁହେଁ ଏହା ତାଲିମ।ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଯାହା ଶିକ୍ଷା ଦେଇଥିଲେ ତାହା ତାଲିମ।କିନ୍ତୁ ମହାଭାରତ ଯୁଦ୍ଧ ସମୟରେ କୃଷ୍ଣ ଯାହା ଅର୍ଜୁନଙ୍କୁ ଶିକ୍ଷା ଦେଇଥିଲେ ତାହା ଶିକ୍ଷା।ଶିଖିବାର ଆଗ୍ରହ ଶିକ୍ଷା।ଶିକ୍ଷାର କେବେ ପରିସମାପ୍ତି ଘଟିନଥାଏ। ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ତଳ ସାହି/ପାଟଣା ସାହିର କାଶୀ।କାଶୀନାଥ ତରେଇ।ବୟସ ୮୧।ଶିକ୍ଷାଗତ ଯୋଗ୍ୟତା ୨ୟ ପାସ।ସକାଳୁ ସକାଳୁ ନିଦ ଭାଙ୍ଗିଲେ ଚାଲି ଆସନ୍ତି ପଦୁ ଚା’ ଦୋକାନକୁ।ଉଦ୍ଦେଶ୍ୟ ଖବରକାଗଜ ପଢ଼ିବା।ଏହା ତାଙ୍କର ନୀତି…

"ଶିକ୍ଷା ଓ ଆମ ଗାଁ କାଶୀ"

ଦୁସମନି ନେହିଁ ଦୋସ୍ତି ଚାହିୟେ….

– ଦେବପ୍ରସାଦ ମିଶ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ କିଏ ନଜାଣେ ? ଅନେକ ବହୁମୁଖୀ ପ୍ରତିଭାଧାରୀ ହୋଇଥିଲେ ମଧ୍ୟ, ସେ ଥିଲେ ଜଣେ ଦୂରଦ୍ରଷ୍ଟା ରାଜନେତା, ପ୍ରଚଣ୍ଡ ରାଷ୍ଟ୍ରବାଦୀ, ଜନସାଧାରଣଙ୍କ ଉନ୍ନତି ପାଇଁ ଥିଲା ଉତ୍ସର୍ଗିକୃତ ମନୋଭାବ ବିଶେଷ କରି ସମାଜର ସର୍ବନିମ୍ନ ସ୍ତରରେ ଥିବା ଶୋଷିତ, ଲାଞ୍ଛିତ, ଦଳିତ, ଖଟିଖିଆ, ଦିନମଜୁରିଆ ଶ୍ରମିକ ଗୋଷ୍ଠୀର ମନର କ୍ଷୁଧାକୁ ସହଜରେ ବୁଝିପାରୁଥିବା ସାଧାରଣ ମଣିଷଟିଏ। ପ୍ରଚଣ୍ଡ ଦେଶଭକ୍ତି ଓ ସାଧାରଣଙ୍କ କଷ୍ଟ ଓ ବେଦନାକୁ ହୃଦୟଙ୍ଗମ କରିପାରି ତାର ନିରାକରଣ କରିବା ପାଇଁ ସମର୍ପିତ ମନୋଭାବ ଯୋଗୁଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ଓ ମନକୁ ଜିଣିଥିଲେ। ସେ ଥିଲେ ସେଇ…

"ଦୁସମନି ନେହିଁ ଦୋସ୍ତି ଚାହିୟେ…."

ଯୁବବର୍ଗଙ୍କୁ ପ୍ରତିଯୋଗୀତା ପରୀକ୍ଷାରେ ପ୍ରସ୍ତୁତି କରାଇବା ପାଇଁ ରୋମନ ସୈନୀ ଛାଡ଼ିଲେ IAS ଚାକିରି

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) ଆଇଏଏସ ଅଫିସର ରୋମାନ ସୈନୀ ଯୁବବର୍ଗଙ୍କୁ ପ୍ରତିଯୋଗୀତାମୂଳକ ପରୀକ୍ଷାପାଇଁ ପ୍ରସ୍ତୁତି କରାଇବାପାଇଁ ଆଇଏଏସ୍ ଚାକିରି ଛାଡ଼ି ଦେଇଛନ୍ତି। ବର୍ଷ ୨୦୧୫ ରେ ସୈନୀ ଜବଲପୁରରେ ଟ୍ରେନିଂ ଅବଧିରେ ଏସଡିଏମ ରହିଥିବା ସମୟରେ ଚାକିରିରୁ ଇସ୍ତଫା ଦେଇଦେଇଥିଲେ। ଯାହାଦ୍ୱାରା କେନ୍ଦ୍ରୀୟ କାର୍ମିକ, ଲୋକ ଅଭିଯୋଗ ଏବଂ ପେନ୍ଶନ ମନ୍ତ୍ରଣାଳୟ (ଡିଓପିଟି) ତିନି ବର୍ଷ ପରେ ଅପ୍ରିଲ ୨୦୧୮ ରେ ସ୍ଵୀକାର କରି ନେଇଛନ୍ତି। ନିକଟରେ ରାଜ୍ୟ ଶାସନ ସୈନୀଙ୍କର ନାମକୁ ଆଇଏଏସ ଗ୍ରେଡେସନ ଲିଷ୍ଟରୁ ହଟାଇବା ପାଇଁ ସୂଚନା ପଠାଇଛି। ୨୨ ବର୍ଷ ବୟସରେ ୟୁପିଏସସିରେ ୧୮ତମ ରାଙ୍କ ନେଇକରି ଆଇଏଏସ ଅଫସର ବନିଥିଲେ ସୈନୀ ୨୦୧୪ ରେ। ଚାକିରିରେ…

"ଯୁବବର୍ଗଙ୍କୁ ପ୍ରତିଯୋଗୀତା ପରୀକ୍ଷାରେ ପ୍ରସ୍ତୁତି କରାଇବା ପାଇଁ ରୋମନ ସୈନୀ ଛାଡ଼ିଲେ IAS ଚାକିରି"

କାଠି କଣ୍ଢେଇ ନୃତ୍ୟର ପରଂପରା ଏବଂ କାଠି କଣ୍ଢେଇ ନୃତ୍ୟର ବିକାଶ

– ଘନଶ୍ୟାମ ଜେନା ଏକଦା କେନ୍ଦୁଝର ମହାରାଜା ଶୁଣିଲେ ଗୋପୀ ବେହେରା ନାମକ ଜଣେ ଝରା ସଂପ୍ରଦାୟର ଲୋକ ମାଟିରୁ ସୁନା ବାହାର କରି ଜିବିକା ନିର୍ବାହ କରୁଥିଲେ। ତା ମଧ୍ୟରେ ସେ ଲୋକକଳା ପ୍ରତି ଆକୃଷ୍ଟ ଥିଲେ। ସେ କଣ୍ଢେଇ ନାଚ କରୁଥିଲା। କଣ୍ଢେଇ ନାଚର ପ୍ରଶଂସା ଲୋକ ମୁଖରେ ପ୍ରଚାରିତ ହେବାର ଶୁଣି କେନ୍ଦୁଝର ମହରାଜା ତାଙ୍କୁ ଡକାଇ ତାଙ୍କୁ ପଚାରିଲେ ତୁମେ ଯେଉଁ କଣ୍ଢେଇ ନାଚ କରୁଛ ତାକୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି ଆମ୍ଭେ ଶୁଣିବାକୁ ପାଇଲୁ। ତୁମେ ଆମକୁ ଥରେ ଦେଖାଆ ରାଜାଙ୍କ ମୁଖରୁ ଏକଥା ଶୁଣି ଗୋପୀ ବେହେରା କାକୁତି ମିନତି ହୋଇ କହିଲେ ମହାରାଜା ମୁଁ…

"କାଠି କଣ୍ଢେଇ ନୃତ୍ୟର ପରଂପରା ଏବଂ କାଠି କଣ୍ଢେଇ ନୃତ୍ୟର ବିକାଶ"

ଏକ ପରାଜିତ ଭିକ୍ଷୁ ଠାରୁ ବିଶ୍ୱର ସର୍ବମାନ୍ୟ ନେତା ପର୍ଯ୍ୟନ୍ତ ଦଲାଇଲାମାଙ୍କ ଯାତ୍ରା

 – ସମନ୍ୱୟ ନନ୍ଦ ଚୀନର ଦାନବତା ବିରୁଦ୍ଧରେ ଲଢେଇ ଲଢୁଥିବା ଅହିଂସାର ମୂର୍ତିମନ୍ତ ପ୍ରତୀକ ତଥା ତିବତର ଆଧ୍ୟାତ୍ମିକ ମୁଖ୍ୟ ପରମ ପାବନ ହେଉଛନ୍ତି ଦଲାଇ ଲାମା।ପରମପାବନ ଦଲାଇଲାମା କେବଳେ ତିବତର ଶାସନମୁଖ୍ୟ ନୁହନ୍ତି।ସେ ତିବତର ସର୍ବୋଚ୍ଚ ଧର୍ମଗୁରୁ ମଧ୍ୟ ଅଟନ୍ତି।କିଛି ଲୋକ ତାଙ୍କୁ ଜୀବନ୍ତ ବୁଦ୍ଧ ବୋଲି ମଧ୍ୟ କହିଥାନ୍ତି।ତିବତ ଉପରେ ଯେତେବେଳେ ମାଓର ଲାଲ ସେନା ଅଧିକାର କଲା ସେତେବେଳେ ଦଲାଇଲାମାଙ୍କ ବୟସ ଖୁବ କମ ଥିଲା।୧୯୫୦ ମସିହାରେ ଲାହାସା ଠାରେ ୧୬ ବର୍ଷୀୟ ଦଲାଇଲାମାଙ୍କୁ ତିବତର ଶାସକ ଭାବରେ ଅଭିଷିକ୍ତ କରାଯାଇଥିଲା ୧୯୫୦ ମସିହାରେ ମାଓର ଲାଲ ସେନା ତିବତରେ ପ୍ରବେଶ କରି ତିବତକୁ ଅଧିକାର କରିବା ପ୍ରକ୍ରିୟା ଆରମ୍ଭ କରି…

"ଏକ ପରାଜିତ ଭିକ୍ଷୁ ଠାରୁ ବିଶ୍ୱର ସର୍ବମାନ୍ୟ ନେତା ପର୍ଯ୍ୟନ୍ତ ଦଲାଇଲାମାଙ୍କ ଯାତ୍ରା"

ସାମ୍ୟବାଦର ଅଗ୍ନିଶିଖା- ରାମକୃଷ୍ଣ ପତି

ଶ୍ରୀ ଲକ୍ଷ୍ମୀଧର ବେହେରା (ତା ୧୫.୦୬.୨୦୧୮ରିଖ କମ୍ୟୁନିଷ୍ଟ ନେତା ପୂର୍ବତନ ବିଧାୟକ ୰ ରାମକୃଷ୍ଣ ପତିଙ୍କ ୩୨ତମ ଶ୍ରାଦେ୍ଧାତ୍ସବ ଅବସରରେ ଶ୍ରଦ୍ଧାଞ୍ଜଳି) ବ୍ରିଟିଶ୍ ଶାସନ ସମୟରେ ପଟିଆ ୧୯ ମୌଜା ପ୍ରଥମେ ପଟିଆ ରାଜାଙ୍କ ଅଧିନରେ ଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାକୁ ନିଲାମରେ ନେଇ କନିକା ରାଜା ଏହାର ଜମିଦାର ଭୂମିକା ନିର୍ବାହ କଲେ। ଏଠାରେ ପଜାମାନଙ୍କଠାରୁ କର ଆଦାୟ ହେଉଥିଲେ ମଧ୍ୟ ଅଞ୍ଚଳର ବିକାଶ ପାଇଁ ରାଜା ଓ ବ୍ରିଟିଶ ସରକାର କୌଣସି ପଦକ୍ଷେପ ନେଉନଥିଲେ। ସେଥିପାଇଁ ପ୍ରଜାମାନେ ଦୁଃଖକଷ୍ଟରେ ରହି କର ଦେଇ ସର୍ବଶାନ୍ତ ହେଉଥିଲେ। ପ୍ରଜାମାନଙ୍କ ଏହି ଦୁଃଖକଷ୍ଟକୁ ଅନୁଭବ କରି ଏହାର ପ୍ରତିକାର ପାଇଁ ପ୍ରଜାମାନଙ୍କ ସହ ସାମିଲ୍ ହୋଇଥିଲେ…

"ସାମ୍ୟବାଦର ଅଗ୍ନିଶିଖା- ରାମକୃଷ୍ଣ ପତି"

ବଂଚିରହିଛି ସ୍ୱାଧିନତା ସଂଗ୍ରାମୀଙ୍କର ସ୍ୱର

ବଙ୍ଗୋମୁଣ୍ଡା ୦୫ ଜୁନ / (ଓଡିଆ ପୁଅ / ଜଗଦୀଶ ସୁନା) “ମହାତ୍ମା ଗାନ୍ଧୀ କୀ ଜୟ, ଭାରତ ମାତା କି ଜୟ, ସ୍ୱାଧିନ ଭାରତ କି ଜୟ” ଏହିପରି ଭାବରେ ଆନ୍ଦୋଳନ କାରିଙ୍କ ଆଗ ଧାଡିରେ ରହି ସ୍ଲୋଗାନ ଦେଇ ନେତୃତ୍ୱ ନେଉଥିବା ବ୍ୟକ୍ତି ହେଲେ ବରଗଡ ଜିଲ୍ଲା ପାନିମୋରା ଗାଁର ଏବେ ବଂଚି ରହିଥିବା ସ୍ୱାଧିନତା ସଂଗ୍ରାମୀ ଦୟାନିଧି ନାୟକ। ବୟସ ବର୍ତ୍ତମାନ ୯୪। ୧୯୨୬-୧-୧୭ରେ ମୋର ଜନ୍ମ ବୋଲି କହି ବସୁଥିବା ସେହି ସଂଗ୍ରାମୀ ନାୟକ। ବାର୍ଦ୍ଧକ୍ୟ ହୋଇ ଗଲେଣି ସତ, କିନ୍ତୁ ଅଣ୍ଟା ପଡି ନାହିଁ ଲମ୍ବା ଚଉଡା ବୃଦ୍ଧ। ଚାଲି ପାରୁଛି, ସ୍ପଷ୍ଟ ଭାବେ କଥା କହି ପାରୁଛି…

"ବଂଚିରହିଛି ସ୍ୱାଧିନତା ସଂଗ୍ରାମୀଙ୍କର ସ୍ୱର"

ଚାଷୀ ମୂଲିଆ ଅନ୍ଦୋଳନ ନେତା- ଭାଗବତ ବେହେରା

– ଶ୍ରୀ ସନାତନ ମହାକୁଡ ଦୁର୍ବାର ଛାତ୍ର ଆନ୍ଦୋଳନ ଯାହାକି ତତ୍କାଳୀନ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା ସେହି ଆନ୍ଦୋଳନର ମୁଖ୍ୟସୂତ୍ରଧର ଥିଲେ ଭାଗବତ ବେହେରା। ନୟାଗଡର ବାହାଡାଝୋଲା ଅଂଚଳର ଗୋପପୁର ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ଭାଗବତ ୧୯୪୦ ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମ ସମୟରେ ତାଙ୍କ ପିତା ନାରାୟଣ ପ୍ରଜାମଣ୍ଡଳ ଆନ୍ଦୋଳନରେ ଭାଗ ନେଇ କାରାବରଣ କରି ନୟାଗଡ ଜେଲରେ ବନ୍ଦୀ ଜୀବନ କାଟୁଥିଲେ। ସଂଧ୍ୟା ସମୟରେ ଜେଲରେ ଭାଗବତ ପଢାଯାଉଥିବାବେଳେ ପୁତ୍ରର ଜନ୍ମ ଖବର ପାଇ ସେ ଶ୍ରଦ୍ଧାରେ ପୁତ୍ରର ନାମ ରଖିଥିଲେ ଭାଗବତ। ଭାଗବତ ନିଜ ଗ୍ରାମରୁ ପ୍ରାଥମିକ ବିଦ୍ୟାଳୟ…

"ଚାଷୀ ମୂଲିଆ ଅନ୍ଦୋଳନ ନେତା- ଭାଗବତ ବେହେରା"

ବହୁମୁଖୀ ପ୍ରତିଭାର ଅଧିକାରୀ ଡଃ.ପଣ୍ଡା

– ଦେବପ୍ରସାଦ ମିଶ୍ର ଡଃ.ବଂଶୀଧର ପଣ୍ଡା କେବଳ ଓଡିଶାରେ ନୁହେଁ, ଭାରତୀୟ ଶିଳ୍ପ ଜଗତରେ ଜଣେ ପରିଚିତ ନାମ ଥିଲେ। ତାଙ୍କୁ ଓଡିଶା ଶିଳ୍ପ ଜଗତରେ ଭୀଷ୍ମ ପୀତାମହ କୁହାଯାଉଥିଲା ଖାଲି ଶିଳ୍ପପତି ନୁହେଁ ସେ ନାସାରେ ଜଣେ ବୈଜ୍ଞାନିକ ଭାବେ ୬୦ ଦଶକରେ କାର୍ଯ୍ୟ କରୁଥିବା ବେଳେ ଓଡିଶାର ଅନ୍ୟତମ ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଙ୍କୁ ଡକାଇ ଓଡିଶାର ପୁଅ ହିସାବରେ ଓଡିଆ ଲୋକଙ୍କ ପାଇଁ କାମ କରିବା ପାଇଁ ଓଡିଶାକୁ ଆସି କାମ କର ବୋଲି ଡକାଇ, ଓଡିଶାରେ କାମ କଲେ, ମୁଁ ତୁମକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବି ବୋଲି କହି ତାଙ୍କୁ ଓଡିଶାରେ ଆଦିବାସୀ ଅନୁନ୍ନୂତ…

"ବହୁମୁଖୀ ପ୍ରତିଭାର ଅଧିକାରୀ ଡଃ.ପଣ୍ଡା"

କେନ୍ଦୁଝର ପ୍ରଜାମେଳିର ଅଗ୍ନିଶିକ୍ଷା ବିପ୍ଳବୀ ଧରଣୀଧର ଭୂୟାଁ

– ଶ୍ରୀ ସନାତନ ମହାକୁଡ଼ ତତ୍କାଳୀନ ବ୍ରିଟିଶ ଶାସନାଧୀନ ବିଭିନ୍ନ ଗଡ଼ଜାତମାନଙ୍କରେ ସୁବିଧାବାଦୀ ଦୁର୍ନୀତିଗସ୍ତ ରାଜ କର୍ମଚାରୀମାନଙ୍କ ତୋଷାମଦି ଓ ଇଙ୍ଗିତରେ ଗଡ଼ଜାତ ରାଜା ତଥା ରାଜକର୍ମଚାରୀମାନଙ୍କ ଦ୍ୱାରା ପ୍ରଜାପୀଡ଼ନ, ବେଠି, ବେଗାରୀ ଓ କର ଆଦାୟର ଜୁଲମ୍ ସହିତ ଫାଶୀ ଦଣ୍ଡକୁ ନେଇ ସାଧାରଣ ଲୋକେ ଘୋର ନିର୍ଯାତନାର ଶୀକାର ହେଉଥିଲେ। ସେହି ଅବସ୍ଥା ମଧ୍ୟ କେନ୍ଦୁଝର ଗଡ଼ଜାତର ପ୍ରଜାମାନେ ଭୋଗ କରୁଥିଲେ। ରାଜା ପ୍ରଜାପାଳକ ହେବା ପରିବର୍ତ୍ତେ ପ୍ରଜାପୀଡ଼ନରେ ଲିପ୍ତ ହୋଇ ପ୍ରଜାମାନଙ୍କ ଉପରେ କଠୋର ଦଣ୍ଡବିଧାନ, ବିଭିନ୍ନ ପ୍ରକାର କର ଧାର୍ଯ୍ୟ କରି ତାହା ଆଦାୟ ନିମନ୍ତେ ପ୍ରଜାମାନଙ୍କୁ ନିର୍ମମ ନିର୍ଯାତନା ଦେବା ସହ ସେମାନଙ୍କ ପରିବାରର ଗରିମା କ୍ଷୁର୍ଣ୍ଣ ହେବାଭଳି…

"କେନ୍ଦୁଝର ପ୍ରଜାମେଳିର ଅଗ୍ନିଶିକ୍ଷା ବିପ୍ଳବୀ ଧରଣୀଧର ଭୂୟାଁ"