Home Top News ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତୀୟ ବଂଶୋଦ୍ଭବ; ୩୭ ତମ ସ୍ଥାନରେ...

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତୀୟ ବଂଶୋଦ୍ଭବ; ୩୭ ତମ ସ୍ଥାନରେ ନିର୍ମଳା ସୀତାରମଣ

94

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା। ଅର୍ନ୍ତରାଷ୍ଟ୍ରୀୟ ଫୋର୍ବସ୍ ମ୍ୟାଗାଜିନ୍ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ନିର୍ମଳାଙ୍କୁ ସ୍ଥାନ ଦେଇଛି। ତାଲିକାର ୩୭ ନମ୍ବର ସ୍ଥାନରେ ରହିଛନ୍ତି ନିର୍ମଳା ସୀତାରମଣ। ଫୋର୍ବସ୍ ତୃତୀୟ ଥର ପାଇଁ ନିର୍ମଳା ସୀତାରମଣଙ୍କୁ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ଦେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥର ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ଜନେତ ୟାଲେନଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ପ୍ରଥମ ଥର ପାଇଁ ନାଇକା ବ୍ରାଣ୍ଡର ସିଇଓ ଫାଲଗୁନୀ ନାୟର ସ୍ଥାନ ପାଇଛନ୍ତି। ତାଲିକାରେ ୮୮ ନମ୍ବର ସ୍ଥାନରେ ରହିଛନ୍ତି ନାୟର। ଫାଲଗୁନୀ ନାୟର ସେୟାର ବଜାରରେ ନିଜ କମ୍ପାନୀର ଭଲ ଶୁଭାରମ୍ଭ କରି ଏବେ ଦେଶର ୭ମ ଆରବପତି ମହିଳା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରମଣ ଓ ଫାଲଗୁନୀ ନାୟରଙ୍କ ବ୍ୟତୀତ ଏଚସିଏଲ ଟେକ୍ନୋଲୋଜୀର ଚେୟାରମ୍ୟାନ୍ ରୋଶନୀ ନାଡର ବି ଫୋବର୍ସ ତାଲିକାରେ ୫୨ ନମ୍ବର ସ୍ଥାନରେ ରହିଛନ୍ତି । ନାଡର ଦେଶର ଏକ ଆଇଟି କମ୍ପାନୀର ମୁଖ୍ୟଭାବେ ପ୍ରଥମ ମହିଳା ଅଟନ୍ତି। ଏହାସହ ଫୋବର୍ସ ତାଲିକାରେ ବାଇକନର ଫାଉଣ୍ଡର କିରଣ ମଜୁମଦାରଙ୍କ ନାଁ’ ବି ସାମିଲ ରହିଛି। ସେ ଏହି ତାଲିକାର ୭୨ ନମ୍ବର ସ୍ଥାନରେ ରହିଛନ୍ତି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ମାକେନଜି ସ୍କଟ୍ ପ୍ରଥମ ସ୍ଥାନରେ ରହିଛନ୍ତି। ସ୍କଟ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଅମାଜନ ଗ୍ରୁପର ମାଲିକ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ। ୨୦୧୯ ମସିହାରେ ଉଭୟଙ୍କ ମଧ୍ୟରେ ବିବାହ ବିଛେଦ ହୋଇଥିଲା। ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ନାମ ରହିଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.