Home Top News ଏଥର ପାଠ୍ୟକ୍ରମରେ ସାବରକରଙ୍କ ଜୀବନୀ ବାଧ୍ୟତାମୂଳକ !

ଏଥର ପାଠ୍ୟକ୍ରମରେ ସାବରକରଙ୍କ ଜୀବନୀ ବାଧ୍ୟତାମୂଳକ !

55

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୋର୍ଡ ପାଠ୍ୟକ୍ରମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୟୁପି ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ପାଠ୍ୟକ୍ରମରେ ଏବେ ମହାନ୍ କ୍ରାନ୍ତିକାରୀ ବିନାୟକ ଦାମୋଦର ସବରକରଙ୍କ ଜୀବନୀ ସାମିଲ କରାଯାଇଛି। ପାଠ୍ୟକ୍ରମରେ ସବରକରଙ୍କ ଜୀବନୀ ପଢିବା ବାଧ୍ୟତାମୂଳକ କରାଯାଇଛି। ଏହି ବିଷୟରେ ଛାତ୍ରଛାତ୍ରୀମାନେ ପାସ୍ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ସାବରକରଙ୍କ ବ୍ୟତୀତ ପାଠ୍ୟକ୍ରମରେ ଅନ୍ୟ ୫୦ ଜଣ ମହାପୁରୁଷଙ୍କ ଜୀବନୀ ମଧ୍ୟ ସାମିଲ କରାଯାଇଛି। ପିଲାମାନେ ଏବେ ସ୍କୁଲରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ମଧ୍ୟ ପଢିବେ। ଅନ୍ୟ ମହାପୁରୁଷଙ୍କ ମଧ୍ୟରେ ମହାବୀର ଜୈନ ଓ ପଣ୍ଡିତ ମଦନ ମୋହନ ମାଲବୀୟ, ଅରବିନ୍ଦ ଘୋଷ, ରାଜା ରାମମୋହନ ରାୟ, ସରୋଜନୀ ନାଇଡୁ ଓ ନାନା ସାହେବଙ୍କ ଭଳି ମହାପୁରୁଷଙ୍କ ଜୀବନୀ ପଢିବେ। ଏହି ବିଷୟ ସମସ୍ତ ସ୍କୁଲ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଛାତ୍ର ଛାତ୍ରୀମାନେ ଏହି ବିଷୟରେ ପାସ କରିବା ମଧ୍ୟ ଅର୍ନିବାର୍ଯ୍ୟ କରାଯାଇଛି। ହେଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ମାର୍କସିଟରେ ଏହି ପାଠ୍ୟକ୍ରମରୁ ମିଳିଥିବା ନମ୍ବର ସାମିଲ କରାଯିବ ନାହିଁ ବୋଲି ଜଣାପଡ଼ିଛି।ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଚନ୍ଦ୍ରଶେଖର ଆଜାନ, ବିର୍ଶା ମୁଣ୍ଡା, ବେଗମ୍ ହଜରତ ମହଲ, ବୀର କୁମ୍ବର ସିଂ, ଇଶ୍ୱରଚନ୍ଦ୍ର ବିଦ୍ୟାସାଗର, ଗୌତମବୁଦ୍ଧ, ଜ୍ୟୋତିବା ଫୁଲେ, ଛତ୍ରପତି ଶିବାଜୀ, ବିନାୟକ ଦାମୋଦର ସାବରକର, ବିନୋବା ଭାବେ, ଶ୍ରୀନିବାସ ରାମାନୁଜନ ଓ ଜଗଦୀଶ ଚନ୍ଦ୍ର ବୋଷଙ୍କ ଜୀବନୀ ପଢିବେ। ସେହିପରି ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ମହାତ୍ମା ଗାନ୍ଧୀ, ମଙ୍ଗଲ ପାଣ୍ଡେ, ରୋଶନ ସିଂ, ସୁଖଦେବ, ଲୋକମାନ୍ୟ ତିଳକ, ଗୋପାଳ କୃଷ୍ଣ ଗୋଖଲେ, ଖୁଦିରାମ ବୋଷ, ଓ ସ୍ୱାମୀ ବିବେକାନନ୍ଦଙ୍କ ଆତ୍ମ ଜୀବନୀ ପଢିବେ। ସେହିଭଳି ଏକାଦଶ ଶ୍ରେଣୀର ପିଲାମାନେ ସହିଦ ଭଗତ୍ ସିଂ, ରାମ ପ୍ରସାଦ ବିସମିଲା, ଡା. ଭୀମରାଓ ଆମ୍ବେଦକର, ସଦ୍ଦାର ବଲ୍ଲଭଭାଇ ପଟେଲ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ମହାବୀର ଜୈନ, ମଦନ ମୋହନ ମାଲବିୟ, ଅରବିନ୍ଦ ଘୋଷ, ରାଜା ରାମମୋହନ ରାୟ, ସରୋଜିନୀ ନାଇଡୁ, ନାନା ସାହେବ, ମହର୍ଷି ପତଞ୍ଜଳୀ, ସୁସୃତ ଓ ହୋମି ଜହାଙ୍ଗୀରଙ୍କ ଜୀବନୀ ପଢିବେ। ଦ୍ୱାଦଶ ଶ୍ରେଣୀର ପିଲାମାନେ ରାମକୃଷ୍ଣ ପରମହଂସ, ଗଣେଷ ଶଂକର ବିଦ୍ୟାର୍ଥୀ, ରାଜଗୁରୁ, ରବିନ୍ଦ୍ରନାଥ ଟାଗୋର, ଲାଲବାହାଦୁର ଶାସ୍ତ୍ରୀ,ରାଣୀ ଲକ୍ଷ୍ମୀବାଇ,ମହାରାଣା ପ୍ରତାପ, ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ଆଦିଗୁରୁ ଶଂକରାଚାର୍ଯ୍ୟ, ଗୁରୁନାନକ ଦେବ, ଡ.ଏପିଜେ ଅବ୍ଦୁଲ୍ଲ କଲାମ, ରାମାନୁଜଚାର୍ଯ୍ୟ, ଆଚାର୍ଯ୍ୟ ପାଣିନୀ, ଆର୍ଯ୍ୟଭଟ୍ଟ ଓ ସିବି ରମଣଙ୍କ ଜୀବନୀ ପଢିବେ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.