ବାବା ସଲେଇଲେ,,ମାତା ଚିଲେଇଲେ…

-ଦେବଦତ୍ତ ରଥ ଏପରି ଏକ କାହାଣୀ ଥିଲା।ଥରେ କିଛି ଲୋକ ଏକ ଡଙ୍ଗାରେ ନଦୀ ପାର ହେଉଥିଲେ।ତେବେ ହଠାତ ଝଡ଼ ତୋଫାନ ଆସିଲା।ନାଆ ଟଳମଳ ହେଲା।ନଦୀକୁ ଡେଇଁ ପହଁରି ପହଁରି ଯିଏ ଯାହା ଜୀବନ ବଞ୍ଚେଇ କୂଳକୁ ଚାଲି ଆସିଲେ।କିନ୍ତୁ ତିନି ଜଣ ଲୋକ ପହଁରା ଜାଣି ନଥିବାରୁ ଡଙ୍ଗାରେ ରହିଗଲେ। ତିନି ଜଣଙ୍କ ମଧ୍ୟରୁ ଜଣେ ହିନ୍ଦୁ, ଜଣେ ମୁସଲମାନ ଏବଂ ଜଣେ ଖ୍ରୀଷ୍ଟିଆନ ସଂପ୍ରଦାୟର ଥିଲେ।ଖ୍ରୀଷ୍ଟିୟାନ ବ୍ୟକ୍ତି ଜଣଙ୍କ ତାଙ୍କ ଈଶ୍ୱର ଯୀଶୁଙ୍କୁ ସ୍ମରଣ କଲେ।ଯୀଶୁ ଆସି ତାଙ୍କୁ ଉଦ୍ଧାର କଲେ।ସେହିପରି ମୁସଲିମ ବ୍ୟକ୍ତି ଜଣଙ୍କ ଆଲ୍ଲାଙ୍କୁ ସ୍ମରଣ କଲେ ଆଲ୍ଲା ତାଙ୍କୁ ଉଦ୍ଧାର କଲେ।ବାକି ରହିଗଲେ ହିନ୍ଦୁ ବ୍ୟକ୍ତି ଜଣଙ୍କ।ସେ ଭାବିଲେ…

"ବାବା ସଲେଇଲେ,,ମାତା ଚିଲେଇଲେ…"

ଶିକ୍ଷା ଓ ଆମ ଗାଁ କାଶୀ

ଶିକ୍ଷା ଓ ଆମ ଗାଁ କାଶୀ -ଦେବଦତ୍ତ ରଥ ଶିକ୍ଷା କ’ଣ?ଯାହା ଆମେ ସ୍କୁଲ ବା କଲେଜ ଆଦି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥାଏ ତାହା କ’ଣ ଶିକ୍ଷା?କେହି କେହି କୁହନ୍ତି ଏହା ଶିକ୍ଷା ନୁହେଁ ଏହା ତାଲିମ।ଗୁରୁ ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଯାହା ଶିକ୍ଷା ଦେଇଥିଲେ ତାହା ତାଲିମ।କିନ୍ତୁ ମହାଭାରତ ଯୁଦ୍ଧ ସମୟରେ କୃଷ୍ଣ ଯାହା ଅର୍ଜୁନଙ୍କୁ ଶିକ୍ଷା ଦେଇଥିଲେ ତାହା ଶିକ୍ଷା।ଶିଖିବାର ଆଗ୍ରହ ଶିକ୍ଷା।ଶିକ୍ଷାର କେବେ ପରିସମାପ୍ତି ଘଟିନଥାଏ। ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ତଳ ସାହି/ପାଟଣା ସାହିର କାଶୀ।କାଶୀନାଥ ତରେଇ।ବୟସ ୮୧।ଶିକ୍ଷାଗତ ଯୋଗ୍ୟତା ୨ୟ ପାସ।ସକାଳୁ ସକାଳୁ ନିଦ ଭାଙ୍ଗିଲେ ଚାଲି ଆସନ୍ତି ପଦୁ ଚା’ ଦୋକାନକୁ।ଉଦ୍ଦେଶ୍ୟ ଖବରକାଗଜ ପଢ଼ିବା।ଏହା ତାଙ୍କର ନୀତି…

"ଶିକ୍ଷା ଓ ଆମ ଗାଁ କାଶୀ"

ଗଳ୍ପ – ମଜବୁରି

ସୁଧୀର କୁମାର ଧଙ୍ଗଡ଼ାମାଝୀ ବାହାରେ ବାଣରୋଷଣୀ, ଘରେ ଉତ୍ସବର ମାହୋଲ୍। ଚାରିଆଡେ଼ ଖାଲି ଖୁସି, ଖୁସି, ଖୁସି ଆଉ ଖୁସି। ସବୁଠୁ ବେଶୀ ଖୁସି ଅନନ୍ୟା। କାରଣ ତା’ ପରିଚୟ ଆଜିଠୁ ବଦଳିଯିବ। ସେ ଆଉ ମନ୍ତ୍ରୀର ବୋହୂ କି ଅଫିସର୍ର ପତ୍ନୀ ହିସାବରେ ନୁହଁ, ଏବେ ପରିଚିତ ହେବ ସାଂସଦଙ୍କ ସହଧର୍ମିଣୀ ଭାବେ। ଭାଗ୍ୟରେ ଥିଲେ କାଲି ମନ୍ତ୍ରୀଙ୍କ ସ୍ତ୍ରୀ ଭାବେ ବି ତା’ର ପରିଚୟ ବଦଳିଯାଇପାରେ। ଏଇ ଟିକେଆଗରୁ ବାଦଲ୍ ଫୋନ୍ କରି କହିଥିଲା ଯେ ସେ ଜିତିଯାଇଛି। ଏହି ଶୁଭ ଖବର ଯଦିଓ ଆଗରୁ ହିଁ ଏକ୍ଜିଟ୍ ପୋଲ୍ରେ ଜଣାପଡ଼ିସାରିଥିଲା, ତଥାପି ଟେନ୍ସନ୍ ତ ରହିବନା! ସବୁଠୁ ବେଶୀ ଟେନ୍ସନ୍ରେ ଥିଲା…

"ଗଳ୍ପ – ମଜବୁରି"

କଥା କାହାଣୀ-ଜହ୍ନିଫୁଲ କଷି ଧରିଚି…

ବୀଣାପାଣି ରାଜଗୁୁରୁ ଜହ୍ନିଫୁଲ କଷି ଧରିଚି, ବାଉଳି ଉଠିଲେ ଜେଜେମା। ହସ ଲୁହ ସବୁ ଏକତ୍ର ହୋଇ ଉଛୁଳି ପଡୁଥିଲେ ତାଙ୍କ ଓଠରୁ। ଆଖିରେ ଖେଳୁଥିଲା ଏକ ନିଆରା ଚମକ। ଝଟପଟ ବିଛଣାରୁ ଉଠି, ପଡି ଏଘର ସେଘର, ବଡି ଦାଣ୍ଡ, ଛାତ ଉପର, ବୈଠକୀ ଘର, ସବୁ ତଲାସୀ ନେଲେ, ହେଲେ କଁଉଠି ସେ ପାଇଲେ ନାହିଁ ମାଉନୀ କୁ। ଜେଜେମା’ଙ୍କ ଗେଲ୍ହା ନାତୁଣୀ ମାଉନୀ। ସବୁରି ଓଠରେ ତାରି ନାଁ। ବିଶେଷ କରି ଜେଜେମା’ଙ୍କର। ମନେ ପଡିଯାଉଥିଲା ଜେଜେମାଙ୍କର ସେଦିନର ସଞ୍ଜବେଳ ର କଥା। ଦି ଚାରିପଦ ଯାହା ଶୁଣିଥିଲେ ସେ ମାଉନୀ ଠୁ।’ଜେଜେ ମା, ତମେ ତ କହୁଛ, ଜହ୍ନି ଫୁଲ…

"କଥା କାହାଣୀ-ଜହ୍ନିଫୁଲ କଷି ଧରିଚି…"

ପାଳିଆ ବାବୁଲି

– ରାଜ କିଶୋର ଦାସ କଳାପାନ ଟିକା…. କଳାପାନ ଟିକା ଡ଼ାକି ଡ଼ାକି ଭୂମିରୁ ପିଚା ଉଠାଇ ପଟ ଫିଙ୍ଗୁଥିବ ରମେଶ ସ୍ୱାଇଁ। ଘର କବାଟ ଭିତର ପଟୁ ଦିଆ ହେଇଥିଲେ ହେଁ ଏମିତି ତାସ ଖେଳର ବିଭିନ୍ନ ସ୍ୱର ସେ ଆଖ ପାଖ କମ୍ପଉ ଥିବ। ଗାଁ ପିଲା ସବୁ ଝରକା ଫାଙ୍କ ଦେଇ କବାଟ ଫାଙ୍କ ଦେଇ ଗଳି ପଶି ଦେଖୁଥିବେ। ଗାଁ ର ହାତ ଗଣତି ପୁରୁଣା ବଡ଼ କୋଠା ମାନଙ୍କ ଭିତରୁ ଏଇଟା ଗୋଟିଏ। ମହାଦେବ ନେକାପ ବଞ୍ଚିଥିବା ବେଳେ ବାହାର ପଟ ଉଚ୍ଚା ବାରଣ୍ଡାରେ ଗୋଟେ ପୁରୁଣା କାଳିଆ ଆରାମ ଚେୟାର୍ରେ ବସି ହୁକା ଟାଣୁଥିବ। ଗାଁରେ ସମସ୍ତେ…

"ପାଳିଆ ବାବୁଲି"

ଦର୍ପଣ

ଡକ୍ଟର କନକ ମଂଜରୀ ପଟ୍ଟନାୟକ ରୋଜିକୁ ବସ୍ ରେ ବସାଇ ଆସିବା ପରଠୁ ଗତ ପନ୍ଦର ବର୍ଷର ଅତୀତ ମୋ ଭିତରେ ଘାଣ୍ଟି ଚକଟି ହେଉଛି। ଏଇ ବର୍ଷମାନଙ୍କ ଭିତରେ ସେ କେତେବେଳେ ପ୍ରତ୍ୟକ୍ଷ ଭାବେ ତ କେତେବେଳେ ପରୋକ୍ଷ ଭାବେ ମୋ ଚିନ୍ତା ଓ ଚେତନାରେ ତା’ର ଉପସ୍ଥିତି ଜାହିର କରି ମତେ ବ୍ୟତିବ୍ୟସ୍ତ କରିଛି। ମୁଁ ଏଠି ରହିବା ପରଠାରୁ ତା’ ସହ ଥିବା ଆତ୍ମୀୟତାର ଶିକୁଳି ଢ଼ିଲା ପଡିଯାଇଛି ବୋଲି ମୋର ଯେଉଁ ଧାରଣା ଥିଲା, ଆଜି ସେ ଧାରଣା ଅମୂଳକ ଲାଗୁଛି। ଏଇ ପନ୍ଦର ବର୍ଷ ଭିତରେ ସେ ମୋ ପାଖକୁ ମାତ୍ର ଦି’ ଥର ଆସିଥିବା ବେଳେ, ମୁଁ…

"ଦର୍ପଣ"

ଅବଶ୍ୟମ୍ଭାବୀ

– ରାଧାକାନ୍ତ ଦାଶ ନୂଆ ଘରକୁ ଆସି ଜିନିଷ ସଜାଡିବାରେ ବ୍ୟସ୍ତ ପରିଧି। କିଛି ସମୟ ପରେ ତାର ଆଖି ପଡିଲା ଗୋଟେ କାଗଜ କାର୍ଟୁନ ଉପରେ, ଯାହାକି ଘରର ଗୋଟେ କୋଣରେ ରହିଥିଲା। ପରିଧି ସେ କାଗଜ କାର୍ଟୁନ ପାଖକୁ ଯାଇ ଖୋଲିବାରୁ ସେଥିରୁ ବାହାରିଲା ତା ସହ ଅଫିସରେ ବିତିଥିବା କିଛି ମୁହୂର୍ତ୍ତର ଫଟୋ। କିଛି ଅଫିସ ଷ୍ଟାଫଙ୍କ ସହ ପିକନିକ ଏବଂ ଚା ପିଇବାର ଫଟୋ। ଦୀପାବଳୀ ଓ ହୋଲି ଉତ୍ସବର କିଛି ସ୍ମରଣୀୟ ମୁହୂର୍ତ୍ତ ବାନ୍ଧି ହୋଇ ରହିଥିଲା ସେ ଫଟୋ ଭିତରେ। ଫଟୋ ଗୁଡ଼ିକୁ ଦେଖି ସ୍ମିତ ହାସ୍ୟ ଖେଳି ଯାଇଥିଲା ପରିଧି ମୁହଁରେ, ହେଲେ ମନରେ ଆଉ…

"ଅବଶ୍ୟମ୍ଭାବୀ"

ସମୟର ସ୍ରୋତରେ ଜୀବନ

– ସୌଦାମିନୀ ପଟ୍ଟନାୟକ ଆଜି କାହିଁକି ଛବି ଭାଉଜଙ୍କ କଥା ଭାରି ମନେ ପଡୁଛି। କେମିତି ବା ମନେ ନ ପଡିବ। ସେ ପରା ମୋର ଆଦର୍ଶ। ତାଙ୍କ ପାଇଁ ମୁଁ ଆଜି ମୋ ଶାଶୁଘରେ ସୁନା ବୋହୂଟିଏ ହୋଇପାରିଛି। ସେ ଯେତେବେଳେ ବୋହୂ ହୋଇ ଆସିଲେ ସଖୀ କଣ୍ଢେଇ ପରି ଦେଖାଯାଉଥିଲେ। ସେ ଅଧିକ ସୁନ୍ଦର ନହେଲେ ମଧ୍ୟ ତାଙ୍କ ହସ ହସ ମୁହଁ ଓ ମିଠା ମିଠା କଥା ଶୁଣିଲେ ଯେ କେହି ବି ନିଜ ଦୁଃଖ ଭୁଲିଯାଏ। ସେ ବହୁତ ସରଳ ଓ ନିଷ୍କପଟ। ସେଥିପାଇଁ ବୋଧେ ଭାଇ ତାଙ୍କୁ ବହୁତ ଭଲ ପାଉଥିଲେ। ଏତେ ଭଲ ପାଉଥିଲେ ଯେ ତାଙ୍କୁ…

"ସମୟର ସ୍ରୋତରେ ଜୀବନ"

ପୁରୁଣା ଟି ଭି !

ପୂର୍ଣ୍ଣଚନ୍ଦ୍ର ମହାକୁଡ ସବୁଦିନ ପରି ସେଦିନ ମଧ୍ୟ ଅଫିସରୁ ଘରକୁ ଫେରିବା ପରେ ମାର୍କେଟକୁ ବାହାରିଗଲି। ଛକ ଜାଗା ତେଣୁ ସାଙ୍ଗ ସାଥି ମାନଙ୍କ ସହ ସାକ୍ଷାତ ହେବାଠୁ ଚା ପିଇ ଖଟି କରିବା ପର୍ଯ୍ୟନ୍ତ ସବୁ ସେଇ ଛକ ଜାଗାରେ ହିଁ ହୁଏ। ଏହା ପ୍ରାୟ ଆମର ନିତିଦିଆ ଅଭ୍ୟାସ। ଅଧ ଘଣ୍ଟାଏ ପରେ ହଠାତ୍ ଘରୁ ଝିଅର ଫୋନ୍ ଆସିଲା, -ବାପା ଟିଭିରୁ ଧୂଆଁ ବାହାରୁଛି। ମୁଁ କଣ ପ୍ରତିକ୍ରିୟା ଦେବି ଚିନ୍ତା କରିପାରୁନଥିଲି। କାଳେ ସର୍ଟ ସର୍କିଟ୍ ହୋଇ ଘରେ ବଡ ଧରଣର କିଛି ଗୋଟେ ଜଳା ପୋଡା ହେଲା ବୋଧେ। ତଥାପି ନିଜକୁ ଯଥା ସମ୍ଭବ ସମ୍ଭାଳି ସ୍ଥିର ଗଳାରେ…

"ପୁରୁଣା ଟି ଭି !"

କେହି ଏଯାଏ ଜୁଟି ନଥିଲେ …

– ପ୍ରଶାନ୍ତ କୁମାର ବେହେରା ପର୍ଶୁରାମ ପାଣି ସ୍କୁଟରରେ ଯାଉ ଯାଉ ପେଟ୍ରୋଲ୍ ପମ୍ପ ନିକଟରେ ବିଷ୍ଣୁ ବାବୁ ବିଷର୍ଣ୍ଣ ମୁହଁରେ ଠିଆ ହୋଇଥିବାର ଦେଖି ତାଙ୍କ ପାଖରେ ଗାଡ଼ି ଅଟକାଇ ପଚ଼ାରିଲା, ” ସାର୍ ଏଠି କାହିଁକି ଏପରି ମନ ଦୁଃଖରେ ଠିଆ ହୋଇଛନ୍ତି।” ପାଣିକୁ ଦେଖି ବିଷ୍ଣୁ ବାବୁଙ୍କ ବିଷର୍ଣ୍ଣ ମୁହଁଟା ପୁରା ଖୁସିରେ ଉତ୍ଫୁଲିତ ହୋଇ ଉଠିଲା। ସେ ହସ ହସ ମୁହଁରେ କହିଲେ, ” ଆରେ ପାଣି, ତତେ ତ ମୁଁ ମନେ ମନେ ଖୋଜୁଥିଲି। ଯାହା ହେଉ ଠିକ୍ ବେଳାରେ ଦେଖା ହୋଇଗଲା। ମୁଁ ପରା ଏ ଯାଏ କିଛି ଖାଇନି ରେ। ” ପାଣି ଆଶ୍ଚର୍ଯ୍ଯ୍ୟ ହୋଇଯାଇ…

"କେହି ଏଯାଏ ଜୁଟି ନଥିଲେ …"