ଓଡିଶାରେ ବିଷମୁକ୍ତ ଖାଦ୍ୟ ଉତ୍ପାଦନ କରିବ ‘ନୋବାର୍ଚ୍ଚ’: ଶ୍ରୀ ତେରକର

ରାଉରକେଲା-/୨୩/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର)ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟକୁ ସୁଦୃଢ କରିବା ସହ ଚାଷୀ ଜୀବନ-ଜୀବିକାକୁ ମଜଭୁତ କରିବା ଲକ୍ଷ୍ୟ ନେଇ ‘ନୋବାର୍ଚ୍ଚ ଅର୍ଗାନିକ’ ଲିଭିଟେଡ୍ ଓଡିଶାରେ ସାମାଜିକ ଓ ଅର୍ଥନୈତିକ ପରିବର୍ତନ ପାଇଁ ଉଦ୍ୟମ ଚଳାଇଛି । ଏଥି ସହ କୃଷି ପରିଯୋଜନା ମାଧ୍ୟମରେ ରୋଜଗାରର ପନ୍ଥା ସୃଷ୍ଟି ପାଇଁ ନୋବାର୍ଚ୍ଚ ନୂତନ ପନ୍ଥା ପ୍ରସ୍ତୁତ କରିଛି । ଭାରତ ଏକ କୃଷି ପ୍ରଧାନ ଦେଶ, କିନ୍ତୁ ଏଠାରେ କୃଷିର ଅନିଶ୍ଚିତତା ଯୋଗୁ କୃଷକ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି । ଫସଲ ନଷ୍ଟ ହେବାର କାରଣ କୃଷିରେ ରାସାୟନିକ ପଦାର୍ଥର ବ୍ୟବହାର । କୃଷିରେ ଏହି ରାସାୟନିକ ପଦାର୍ଥର ନିରନ୍ତର ପୟୋଗ ବିଷାକ୍ତ ଫସଲ…

"ଓଡିଶାରେ ବିଷମୁକ୍ତ ଖାଦ୍ୟ ଉତ୍ପାଦନ କରିବ ‘ନୋବାର୍ଚ୍ଚ’: ଶ୍ରୀ ତେରକର"

ପ୍ରତିଷ୍ଠିତ ଯୁବ ବ୍ୟବସାୟୀଙ୍କ ଉପରେ କେଶ ସନେ୍ଦହ ଘେରରେ !

ରାଉରକେଲା / ମାରୱାଡି ଯୁବମଞ୍ଚର ରାଜ୍ୟସ୍ତରୀୟ ନେତା ତଥା ପ୍ରତିଷ୍ଠିତ ବ୍ୟବସାୟୀ ନରେଶ ଅଗ୍ରୱାଲ ଓ ତାଙ୍କର ବନ୍ଧୁ ରାକେଶ ଶ୍ୟାମପୁରିଆଙ୍କ ନାମରେ ଜନୈକ ହୋଟେଲ ମାଲିକଙ୍କୁ ଧମକ ଦେବା ଅଭିଯୋଗରେ ଥାନାରେ କେଶ ହେବା ପରେ ସହରର ବ୍ୟବସାୟୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୧୧ ତାରିଖ ସଂଧ୍ୟା ପ୍ରାୟ ୮.୩୦ ସମୟରେ ରାକେଶ ଶ୍ୟାମପୁରିଆ ଷ୍ଟେସନ ନିକଟରେ ଥିବା ହୋଟେଲ ଆସ୍ଥାକୁ ରୁମ ବୁକ କରିବା ପାଇଁ ଯାଇଥିଲେ ତେବେ କୈାଣସି ରୁମ ଖାଲି ନଥିବା ହୋଟେଲ ମାଲିକ ସନ୍ତୋଷ କେଡିଆ ଜଣାଇ ଦେଇଥିଲେ । ରୁମ ନପାଇ ସେଠାରୁ ନିରାଶ ହୋଇ ଫେରି ରାକେଶ କିଛି ସମୟ ପରେ…

"ପ୍ରତିଷ୍ଠିତ ଯୁବ ବ୍ୟବସାୟୀଙ୍କ ଉପରେ କେଶ ସନେ୍ଦହ ଘେରରେ !"

ଜ୍ଞାନ, ବିକାଶ ଓ ଶାସନ ଭାଷା: ଓଡ଼ିଆ ଓଡ଼ିଶା ସରକାରଙ୍କ ତତ୍ପରତା ପ୍ରକଟ, ଓଡ଼ିଆ ଭାଷା ସଂଗ୍ରାମ ସମିତିର କୃତଜ୍ଞତା

ରାଉରକେଲା/୨୩/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଛି ! ୬୩ ବର୍ଷର ଅଚଳ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ତତ୍ପରତା ପ୍ରକଟ କରିଛନ୍ତି । ରାଜ୍ୟ ସଚିବାଳୟରେ ଓସ୍ୱାସରେ୍ ଓଡ଼ିଆ ଭାଷାର ପ୍ରୟୋଗ କରାଯାଇ ଚଳିତ ମାସ ଶେଷ ସୁଦ୍ଧା ଓଡିଆ ଭାଷାରେ ଓଡିଶା ଶାସନ ସୁନିଶ୍ଚିତ କରିବା ସହିତ ଯଥେଷ୍ଟ ପୂର୍ବରୁ ଓଡିଆ ଭାଷା ନିୟମାବଳୀ-୨୦୧୬ ପ୍ରଣୟନ ଓ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦଳମତ ନିର୍ବିଶେଷରେ ଓଡିଶା ବିଧାନସଭାରେ ବିଧେୟକ ଗୃହୀତ ହୋଇଥିବାରୁ ରାଉରକେଲା ଶାଖା ଓଡିଆ ଭାଷା ସଂଗ୍ରାମ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀସଭା, ବିଧେୟକ ସଭାର ପ୍ରତିନିଧି…

"ଜ୍ଞାନ, ବିକାଶ ଓ ଶାସନ ଭାଷା: ଓଡ଼ିଆ ଓଡ଼ିଶା ସରକାରଙ୍କ ତତ୍ପରତା ପ୍ରକଟ, ଓଡ଼ିଆ ଭାଷା ସଂଗ୍ରାମ ସମିତିର କୃତଜ୍ଞତା"

କବାଡ଼ି ପ୍ରତିଯୋଗିତାରେ ଗୋଗୁଆ ଉଚ୍ଚ ବିଦ୍ୟାଳୟ ଚମ୍ପିୟାନ

ରାଉରକେଲା/୨୩/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ବଣେଇଁ ବ୍ଲକ ସ୍ତରୀୟ ୬୩ତମ ବିଦ୍ୟାଳୟ ସମୂହର କବାଡ଼ି ଓ ଖୋଖୋ ପ୍ରତିଯୋଗିତା ଜକୈକଳା ସ୍ଥିତ କିରଣ କୁମାର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ପ୍ରଦୀପ ଜାଳି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବଣେଇ କବାଡି ଓ ଖୋଖୋର ଗନ୍ତାଘର ହୋଇଥିବା ବେଳେ ଖେଳାଳି ମାନଙ୍କର ଉନ୍ନତି କାମନା କରି ଖେଳାଳି ମାନେ ଖେଳକୁ ବୃତି ଭାବରେ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଖେଳାଳି ମାନେ ପିବତ୍ର ଯୋଗୀମଠ ଠାରୁ ଖେଳ ମଶାାଲ ଆଣି…

"କବାଡ଼ି ପ୍ରତିଯୋଗିତାରେ ଗୋଗୁଆ ଉଚ୍ଚ ବିଦ୍ୟାଳୟ ଚମ୍ପିୟାନ"

ସୁରଜ ପ୍ରଡକ୍ଟର ସଂପ୍ରସାରଣ ପାଇଁ ଜନଶୁଣାଣି ସ୍ଥାନୀୟ ନିଯୁକ୍ତି, ପ୍ରଦୂଷଣମୁକ୍ତ ପରିବେଶକୁ ପ୍ରାଥମିକତା ଦାବି

ରାଉରକେଲା/୨୩/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ରାଜଗାଙ୍ଗପୁର ବ୍ଲକ ଅର୍ନ୍ତଗତ ଲାଇଙ୍ଗ ପଂଚାୟତର ବରପାଲି ସ୍ଥିତ ସୁରଜ ପ୍ରଡକ୍ଟର ସଂପ୍ରସାରଣ ପାଇଁ ଲାଇଙ୍ଗ ପଂଚାୟତର ଏକଲବ୍ୟ ସ୍କୁଲ ନିକଟ ପଡିଆରେ ଆଂଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ବିଭାଗ ରାଉରକେଲା ଶାଖା ତରଫରୁ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣିରେ ସୁନ୍ଦରଗଡ ଏଡିଏମ ଭାଷ୍କର ଚନ୍ଦ୍ର ତୁରୁକଙ୍କ ସଭାପତିତ୍ୱରେ ଆଚଂଳିକ ଅଧିକାରୀ ହେମେନ୍ଦ୍ର ନାଥ ନାୟକ ଜନଶୁଣାଣି କରିଥିଲେ । ଆଇନଶୃଖଂଳା ରକ୍ଷା ଦୃଷ୍ଟିରୁ ଅତିରିକ୍ତ ଏସପି ପ୍ରଦୀପ ପଟେଲଙ୍କ ତତ୍ୱାବଧାନରେ ରାଜଗାଙ୍ଗପୂର ଏସଡିପିଓ ବିଜୟ କୁମାର ନାୟକ ଫୋର୍ସ ସହ ଜନଶୁଣାଣିରେ ଉପସ୍ଥିତ ଥିଲେ । ଜନଶୁଣାଣି ପ୍ରାରମ୍ଭରେ କମ୍ପାନୀର ସିଏଫଓ ମହେନ୍ଦ୍ର କୁମାର ହାତି ସଭାରେ…

"ସୁରଜ ପ୍ରଡକ୍ଟର ସଂପ୍ରସାରଣ ପାଇଁ ଜନଶୁଣାଣି ସ୍ଥାନୀୟ ନିଯୁକ୍ତି, ପ୍ରଦୂଷଣମୁକ୍ତ ପରିବେଶକୁ ପ୍ରାଥମିକତା ଦାବି"

ଲୋକଙ୍କ ପାଇଁ ମୃତୁ୍ୟର ଦୂତ ସାଜିଛି ଶଖଂ ସେତୁ

ରାଉରକେଲା/୨୩/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ଦଲକି ଠାରେ ଥିବା ଶଂଖ ସେତୁ ଯାତ୍ରୀ ମାନଙ୍କ ପାଇଁ ମୃତୁ୍ୟର ଦୂତ ସାଜିଛି । କେଉଁଠି ପୋଲ ବିପଦସଙ୍କୁଳ ଅବସ୍ଥାରେ ଅଛିତ, ଆଉ କେଉଁଠି ପୋଲ ଭୁଶୁଡି ଗଲାଣି । ନୂତନ ପୋଲ ନିର୍ମାଣ କିମ୍ବା ମରାମତି କରାଯାଉ ନଥିବାରୁ ଏହି ପୋଲ ଧିରେ ଧିରେ ରୁଗଣ ହେବାରେ ଲାଗିଛି । ଶଂଖ ନଦୀ ଉପରେ ନିର୍ମାଣ ହୋଇଛି ଏହି ସେତୁ । ଦୀର୍ଘଦିନ ହେଲା ସେତୁର ମରାମତି କରାଯାଇ ନଥିବାରୁ ସେତୁର ଲୁହାର ରଡ ବାହାରି ପଦାକୁ ଦିଶିଲାଣି । ସ୍ଥାନୀୟ ସମାଜସେବୀ ତଥା ଆଦିବାସୀ ନେତା ରାମଚନ୍ଦ୍ର ଅମାତଙ୍କ ନେତୃତ୍ୱରେ କୃଷ୍ଣଚନ୍ଦ୍ର ରାଉତ, ବିଶିକେଶନ…

"ଲୋକଙ୍କ ପାଇଁ ମୃତୁ୍ୟର ଦୂତ ସାଜିଛି ଶଖଂ ସେତୁ"

ଲୁଟେରାଙ୍କ କବଜାରେ ସ୍ମାର୍ଟସିଟିର ସ୍ମାର୍ଟ ରେଲୱେ ଷ୍ଟେସନ!

ରାଉରକେଲା/୨୩/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର) : ରାଉରକେଲା ସ୍ମାର୍ଟସିଟିର ମ୍ୟାନତା ପାଇବା ପରେ ସ୍ମାର୍ଟ ହୋଇଛି ରାଉରକେଲା ଷ୍ଟେସନ । ମାତ୍ର ଏହି ରେଲୱେ ଷ୍ଟେସନ ଏବେ ଲୁଟେରାଙ୍କ କବଜାରେ ଥିବା ଦେଖିବାକୁ ମିଳିଛି । ରେଳ ଯାତ୍ରୀ ହୋଇପଡିଛନ୍ତି ଅସୁରକ୍ଷିତ! ଏମାନଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା । ଲୁଟେରାଙ୍କ ଆତଙ୍କ ଯୋଗୁ ଯାତ୍ରୀଙ୍କ ଧନଜୀବନ ପ୍ରତି ବିପଦ ଘନେଇବାରେ ଲାଗିଛି । ଆଖି ପିଛୁଳାକେ ଯାତ୍ରୀଙ୍କ ଠାରୁ ହେଉଛି ଲୁଟ । କେବେ ସୁନାଚେନ ଛିନତାଇ କରି ଲୁଟେରା ଫେରାର ହୋଇଯାଉଛନ୍ତି ତ ପୁଣି, କେବେ ଯାତ୍ରୀଙ୍କ ସୁଟକେଶ ଓ ମନିପର୍ସ ଚୋରି ହେଉଛି । ବିଗତ ୮ ମାସ ମଧ୍ୟରେ ମୋଟ ୧୨୧ ମାମଲାରୁ ୧୦୯…

"ଲୁଟେରାଙ୍କ କବଜାରେ ସ୍ମାର୍ଟସିଟିର ସ୍ମାର୍ଟ ରେଲୱେ ଷ୍ଟେସନ!"

୧୦୪ଟି ମଣ୍ଡପରେ ବିଭିନ୍ନ ତୋରଣରେ ଝଲସିବେ ମା’ ଦୁର୍ଗା ସମସ୍ତ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ରାଉରକେଲା/୨୨/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ପାଖୁଡା ମେଲି ଆସୁଅଛି ଆଶ୍ୱୀନ । ମା’ ଧରାପୃଷ୍ଠକୁ ଅବତରଣ କରିବା ନିକଟ ପ୍ରାୟ । ମା’ ଜଗତଜନନୀ ଆସିବେ ବୋଲି ଧରାପୃଷ୍ଠ ଚଳଚଚଂଳ ହୋଇ ଉଠିଲାଣି । ଭକ୍ତ ମାନେ ଚାତକ ପରି ଚାହିଁ ରହିଛନ୍ତି ମା’ଙ୍କ ଆଗମନକୁ । ଶାରଦୀୟ ଦୁର୍ଗାପୂଜାକୁ ନେଇ ରାଉରକେଲାର ବିଭିନ୍ନ ଶକ୍ତିପୀଠ ସମେତ ପୂଜା କମିଟି ଗୁଡିକ ଦୁର୍ଗାପୂଜାର ପୂର୍ବ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ସବୁଠି ଶୋଭାପାଇବ ମା’ଙ୍କ ମୁଣ୍ମୟୀ ମୂର୍ତି ସାଙ୍ଗକୁ ବିଭିନ୍ନ ଆକର୍ଷଣୀୟ ତୋରଣ ଓ ଆଲୋକସଜ୍ଜା । ଦକ୍ଷିଣ ରାଉରକେଲାରେ ବିଭିନ୍ନ ଆକର୍ଷଣୀୟ ତୋରଣରେ ଝଲସିବେ ଦୁର୍ଗତିନାଶୀନୀ ମା’ ଦୁର୍ଗା । ଏହି ପରିପ୍ରେକ୍ଷୀରେ ଦକ୍ଷିଣ ରାଉରକେଲା…

"୧୦୪ଟି ମଣ୍ଡପରେ ବିଭିନ୍ନ ତୋରଣରେ ଝଲସିବେ ମା’ ଦୁର୍ଗା ସମସ୍ତ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା"

ଓଡିଶା ଆଶାକର୍ମୀ ସଂଘର ଜିଲ୍ଲା ସମ୍ମିଳନୀ

ରାଉରକେଲା/୨୨/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ସିଆଇଟିୟୁ ସହବନ୍ଧିତ ଓଡିଶା ଆଶାକର୍ମୀ ସଂଘର ୨ୟ ଜିଲ୍ଲା ସମ୍ମିଳନୀ ପାନପୋଷ ସ୍ଥିତ କାଳୀମନ୍ଦିର କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଆଶାକର୍ମୀ ସଂଘର ଜିଲ୍ଲା ସଭାପତି ହୃଦାନନ୍ଦ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅତିଥି ଭାବେର ସିଟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଓଡିଶା ଆଶାକର୍ମୀ ସଂଘର ରାଜ୍ୟ ସଭାପତି ରାଧାରମଣ ଷଡଙ୍ଗୀ, ବରିଷ୍ଠ ଶ୍ରମିକନେତା ଜାହାଙ୍ଗୀର ଅଲ୍ଲୀ, ଅଜୟ ଶର୍ମା, ପ୍ରମୋଦ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ସମାଜରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ୁପରେ ଆଲୋକପାତ କରିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଆଶା କର୍ମୀଙ୍କୁ ସରକାରୀ…

"ଓଡିଶା ଆଶାକର୍ମୀ ସଂଘର ଜିଲ୍ଲା ସମ୍ମିଳନୀ"

ନୂଆଦିଲ୍ଲୀରେ ସୁନ୍ଦରଗଡ଼ ଦଲାଲଙ୍କ ରାଜ୍! କ୍ରୀତଦାସୀ ଭାବେ ଜୀବନ କାଟୁଛନ୍ତି ବାସୁମତୀ

ରାଉରକେଲା/୨୨/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ଆଦିବାସୀ ଅଧୁ୍ୟଷିତ ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ବାହାର ରାଜ୍ୟକୁ ଯୁବତୀ ଚାଲାଣ ର୍ୟାକେଟ ବଢିବାରେ ଲାଗିଛି । ଦଲାଲ ମାନେ ସକ୍ରୀୟ ହୋଇ ଯୁବତୀ ମାନଙ୍କ ପରିବାରକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବାହାରରାଜ୍ୟ ଯେପରି ଛତିଶଗଡ, ମହାରାଷ୍ଟ୍ର, ତାମିଳନାଡୁ, ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀକୁ ମଧ୍ୟ ନିରୀହ ଆଦିବାସୀ ଯୁବତୀ ମାନଙ୍କୁ ଦଲାଲ ମାନେ ଟ୍ରେନରେ ଚାଲାଣ କରୁଛନ୍ତି । ଏକ ଆକଳନରୁ ଜଣାପଡିଛିଯେ, ସୁନ୍ଦରଗଡ ଜିଲ୍ଲାରୁ ପ୍ରାୟ ୪୩ ହଜାର ମହିଳାଙ୍କୁ ଚାଲାଣ କରାଯାଇଥିବା ବେଳେ, ୧୩ ହଜାରଙ୍କ ପତା ମିଳିପାରିନାହିଁ । ନିରୀହ ଯୁବତୀ ମାନେ ଦିଲ୍ଲୀରେ ଦାଦନ ଖଟିବା ସହ ବିଭିନ୍ନ…

"ନୂଆଦିଲ୍ଲୀରେ ସୁନ୍ଦରଗଡ଼ ଦଲାଲଙ୍କ ରାଜ୍! କ୍ରୀତଦାସୀ ଭାବେ ଜୀବନ କାଟୁଛନ୍ତି ବାସୁମତୀ"