୨୯ତମ ସଡକ ସୁରକ୍ଷା ସପ୍ତାହ ଉଦ୍୍ଘାଟିତ ଦୁର୍ଘଟଣା ରୋକିବାକୁ ସଚେତନ ରଥ ବାହାରିଲା

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୩/୦୪ – ୮ ଦିନ ଧରିଚାଲିବାକୁ ଥିବା ସଡକ ସୁରକ୍ଷା ସପ୍ତାହ ଉଦ୍୍ଘାଟିତ ହୋଇଯାଇଅଛି । ଆଜି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ସବୁଜ ପତାକା ଦେଖାଇ ସଡକ ସୁର କ୍ଷା ସପ୍ତାହ ନିମନ୍ତେ ନିର୍ମାଣ କରାଯାଇଥିବା ରଥର ଶୁଭ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆରଟିଓ ଦିଲ୍ଲୀପ ଦଳେଇ, ଏମଭିଆଇ ଶିବ ଶଙ୍କର ଚୌଧୁରୀ, ରାୟଗଡା ଆଇଆଇସି ରିବନ୍ଦ୍ର ପାତ୍ର, ଘରୋଇ ବସ ମାଲିକ ସଂଘର ସଭାପତି ଗୋପିନାଥ ସାହୁ ଏବଂ କର୍ମକର୍ତା, ଟ୍ରକ…

"୨୯ତମ ସଡକ ସୁରକ୍ଷା ସପ୍ତାହ ଉଦ୍୍ଘାଟିତ ଦୁର୍ଘଟଣା ରୋକିବାକୁ ସଚେତନ ରଥ ବାହାରିଲା"

ନିମ୍ନମାନର ପାଇଖାନା ନିର୍ମାଣ ନେଇ ଅଭିଯୋଗ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୨୩/୦୪ – ରାୟଗଡା ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ ଏକ ପ୍ରକାର ଫେଲ ମାରିଛି । ପାଇଖାନ ଗୁଡିକୁ ଅତି ନିମ୍ନମାନର ତିଆରି କରାଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି । ଯାହା ଫଳରେ ଲୋକଙ୍କ ବ୍ୟବହାର ଯୋଗୀ ହୋଇପାରୁନାହିଁ । ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଠିକ୍ ଭାବେ ତଦାରଖ କରାଯାଉନଥିବାରୁ ପାଇଖାନା ନିର୍ମାଣ କରୁଥିବା ଠିକାଦାର ସଂସ୍ଥା ଲୋକଙ୍କୁ ଭୁଆଁ ବୁଲାଇ ପାଇଖାନା କାମ ଅଧପାନ୍ତରିଆ ଭାବେ ଛାଡି ଟଙ୍କା ଉଠାଇ ଲୋକଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ ହେଉଛି । ଏ ହେଉଛି ରାୟଗଡା…

"ନିମ୍ନମାନର ପାଇଖାନା ନିର୍ମାଣ ନେଇ ଅଭିଯୋଗ"

ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା

ରାୟଗଡା, ୨୨।୪ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ)ଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା ହୋଇଯାଇଛି। ଅଧିକାର ବଳରେ କାର୍ଯ୍ୟାଳୟ ସମ୍ପର୍କିତ ସୂଚନା ମାଗିବାପରେ ନିଜର କୃତ୍ୱ ଓ କର୍ତ୍ତବ୍ୟ (ଜବଚାର୍ଟ) ନିଜ ପାଖରେ ନଥିବା ତଥ୍ୟ ପ୍ରଦାନ କରିଛନ୍ତି। ସରକାର ବା ନିଜ ବିଭାଗ ତାଙ୍କୁ କାର୍ଯ୍ୟାଳୟରେ ନିଜ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇନାହାନ୍ତି। ସରକାରଙ୍କ ଠାରୁ ଏହା ଲବ୍ଧ ହେବାପରେ ଦିଆଯିବ ବୋଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ନିଜ ଦସ୍ତଖତରେ ପରେ ବିବରଣୀରେ ପ୍ରଦାନ କରିଛନ୍ତି। ରାୟଗଡା ସହରର ଜଣେ ସୂଚନା ଅଧିକାର କର୍ମୀ ସୂଚନା ଓ ଲୋକସମ୍ପର୍କ…

"ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ କୋଣଠେସା"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ରାଜସ୍ୱ ଗ୍ରାମ ପଞ୍ଚାୟତ, ନୂଆପଡ଼ା ଜିଲ୍ଲାର କୋମନା ଗ୍ରାମ ପଞ୍ଚାୟତ, ଭଦ୍ରକ ଜିଲ୍ଲାର ଇରମ ଗ୍ରାମ ପଞ୍ଚାୟତ ଓ ରାୟଗଡା ଜିଲ୍ଲାର କୁଜେନ୍ଦ୍ର ଗ୍ରାମ ପଞ୍ଚାୟତ ପାଇଁ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧ କୋଟି ୪୨ ଲକ୍ଷ ଟଙ୍କାର ୩୦ଟି ପ୍ରକଳ୍ପ ସରପଞ୍ଚଙ୍କ ପ୍ରସ୍ତାବକୁ ମଂଜୁରୀ ଦେଲେ ମୁଖ୍ୟମନ୍ତ୍ରୀ"

୮୬୨ଟି ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ନାହିଁ

ରାୟଗଡା, ୨୦।୪ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲାରେ ୮୬୨ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘରନାହିଁ। ବିଭାଗକୁ ଦିଆଯାଇଥିବା କାର୍ଯ୍ୟାବଳୀର ସମିକ୍ଷା, ଘନଘନ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଉଛି। କିନ୍ତୁ ଗତ ୩୧ବର୍ଷ ଧରି ଜିଲାରେ ସମନ୍ୱୀତ ଶିଶୁ ବିକଶ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଭିତିଭୂମିକୁ ସଜାଡା ଯାଇପାରୁନାହିଁ। କେଉଁଠି ଗୋଷ୍ଟିଘରତ କେଉଁଠି ପାଚିକାର ଦାଣ୍ଡ ପିଣ୍ଡାରେ ଶିଶୁଙ୍କୁ ପ୍ରାକ ଶିକ୍ଷା ଦିଆଯାଉଥିବାବେଳେ ମହିଳାଙ୍କୁ ସ୍କୁଲସହ ସଂଲଗ୍ନ ଘରେ ପରିକ୍ଷା ନିରିକ୍ଷା କରାଯଉଛି। ଦୁର୍ଭାଗ୍ୟର କଥାଯେ, ମହିଳା ତଥା ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ତା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏହି କେନ୍ଦ୍ର ଜରିଆରେ ଭିଆଯାଉଥିବାବେଳେ ସେଥିପ୍ରତି ଅବହେଳା ବିସ୍ମୟ ସୃଷ୍ଟି କରିଛି। ମହିଳାଙ୍କ ଗର୍ଭସଞ୍ଚାର ଠାରୁ ଆରମ୍ଭକରି…

"୮୬୨ଟି ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ନାହିଁ"

ହନୁମାନ ପଇସା କାରବାର – ପୁଲିସ ଏସଆଇ ସମେତ ୪ ଗିରଫ

ରାୟଗଡା ୨୦/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ହନୁମାନ ଚିତ୍ର ଥିବା ପଇସା ଦେବା ନାମରେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟ ଟି.ରାଙ୍ଗା ରାଓଙ୍କ ଠାରୁ ୫ ଲକ୍ଷ ୪୫ ହଜାର ଠକେଇ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ପ୍ରକାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଆସାମୀ ଙ୍କ ମଧ୍ୟରୁ ଜଣେ ପୁଲିସ ଏସ.ଆଇ ରୋହିତ ମଲ୍ଲିକ, ଆର.ପ୍ରସାଦ ରାଓ, ରାମା ରାଓ ଓ ଧନୁର୍ଜୟ ବାଗ ରହିଛନ୍ତି। ଅନ୍ୟ ଜଣେ ଷଡଯନ୍ତ୍ରକାରୀ ଅଜିତ ଭାତ୍ରା ଫେରାର ଥିବା ଜଣାପଡିଛି। ୧୮୧୮ ମସିହାର ହନୁମାନ ପଇସା ଦେବାକୁ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶର) ବ୍ୟବସାୟୀ ଟି.ରାଙ୍ଗା ରାଓଙ୍କ ସହ ଏମାନେ…

"ହନୁମାନ ପଇସା କାରବାର – ପୁଲିସ ଏସଆଇ ସମେତ ୪ ଗିରଫ"

ଶହୀଦ ଯବାନକୁ ଶ୍ରଦ୍ଧାଞ୍ଜଳୀ ସଂଜୟ ମାଝୀ ଅମର ରହେ ନାରାରେ କମ୍ପିଲା ସହର

ରାୟଗଡା ୧୦/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ସେ ଥିଲା ବାପା, ମା ର ଗୋଟିଏ ବୋଲି ପୁଅ। ବୁଢା ବାପା ମା ର ସାହାର ହୋଇଥାନ୍ତି। ପୁଅ କୁ ନେଇ କେତେ ଯେ ସ୍ୱପ୍ନ ଦେଖିଥିଲେ ବାପା, ମା। କିନ୍ତୁ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି ବାପା, ମା ର। ପୁଅ ସଂଜୟ ର ମୃତ୍ୟୁ ଘଟିଛି ଏବଂ ଜୀବନର ସବୁଠୁ ବଡ ସତ୍ୟର ସାମ୍ନା କରିଛନ୍ତି ସଂଜୟର ବାପା, ମା। ଏ ହେଉଛି ସେଇ ସଂଜୟ ମାଝି ର କାହାଣୀ ଯିଏ ସୋମବାର ଦିନ ଲ୍ୟାଣ୍ଡମାଇନ ବିଷ୍ପୋରଣରେ ଶହୀଦ ହୋଇଛି। ଜନ୍ମେଜୟ ଏବଂ ମାଧବୀଲତା ମାଝୀ…

"ଶହୀଦ ଯବାନକୁ ଶ୍ରଦ୍ଧାଞ୍ଜଳୀ ସଂଜୟ ମାଝୀ ଅମର ରହେ ନାରାରେ କମ୍ପିଲା ସହର"

ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୪ – ଜିଲ୍ଲା ସ୍ତରୀୟ ନିର୍ମାଣ ସେବା ସପ୍ତାହ ସ୍ଥାନୀୟ କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଜା ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦର ସଭାପତି ଜଗନ୍ନାଥ ନୁଣ୍ଡୃକା ମଂଚରେ ମଂଚାସୀନ ଥିଲେ। ଅନ୍ୟ ମଂଚାସୀନ ଅତିଥି ମାନେ ହେଲେ ଜିଲ୍ଲା ଚିକିତ୍ସା ଅଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ମତ୍ସ ଅଧିକାରୀ ହେମନ୍ତ କୁମାର ଦାସ, ସହକାରୀ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ, ଶ୍ରମ ଅଧିକାରୀ…

"ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ"

ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ

ରାୟଗଡା ୦୬/୦୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସିଆରପିଏଫ ଚତୁର୍ଥ ବାଟାଲିୟନର ୪୦ ଜଣ ଜବାନ ଲ୍ୟାଣ୍ଡମାଇନ ବଷ୍ଫୋରଣରୁ ଅଳ୍ପକେ ବର୍ତି ଯାଇଛନ୍ତି। ରାୟଗଡା ଜିଲ୍ଲା ସଦର ମହକୁମା ବାରିଝୋଲା ଗ୍ରାମ ଠାରେ ବନ୍ଧୁକ ଚାଳନା ଅଭ୍ୟାସ ପାଇଁ ଯିବା ସମୟରେ ଏକ ଲ୍ୟାଣ୍ଡ ମାଇନ ଠାବ ହୋଇଥିଲା। ଅଧିକ ଲ୍ୟାଣ୍ଡମାଇନ ପୋତା ଯାଇଥିବା ସନ୍ଦେହ ନେଇ ସନ୍ଧାନୀ କୁକୁର ସହାୟତରେ ଲ୍ୟାଣ୍ଡମାଇନର ସ୍ଥିତି ଜାଣିବା ପରେ ସେ ଗୁଡିକୁ ନଷ୍ଟ କରାଯାଇଛି। ଏହି ଘଟଣା ଘଟିବା ପରେ ସମଗ୍ର ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି କାରଣ ସହର ଠାରୁ ମାତ୍ର ୪ କି.ମି ଦୂରରେ ଏହି…

"ଲ୍ୟାଣ୍ଡମାଇନ ବଷ୍ଫୋରଣ, ଅଳ୍ପକେ ବର୍ତିଲେ ୪୦ ସିଆରପିଏଫ ଜବାନ"

ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା ୪-୪ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ଗ୍ରାମୀଣ ଆଦିବାସୀ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଜରିଆରେ ଫୁଲଝାଡୁ ପ୍ରସ୍ତୁତି ଏବଂ ବଜାର ଉପଲବ୍ଧ ନିମନ୍ତେ ଜେ କେ ପୁର ସ୍ଥିତ ବେଲକଣା ଠାରେ ଏକ ତାଲିମ କାଯ୍ୟ ର୍କ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜେ କେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପ-ସଭାପତି ପବନ କୁମାର ସୂରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜେ କେ କାଗଜ କଳର ବରିଷ୍ଠ ଅଧିକାରୀ ଶାନ୍ତନୁ କୁମାର ମହାପାତ୍ର, ନାବାର୍ଡର ଏସ.କେ ସାମଲ, ଲିଡ ବ୍ୟାଙ୍କ ମ୍ୟାନେଜର…

"ଜୀବନ ଜୀବିକା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ"