ମୟୁରଭଞ୍ଜ ଜିଲ୍ଳାରେ ଚିଟଫଣ୍ଡ ଅର୍ଥ ଫେରସ୍ତ ଆରମ୍ଭ

ମୟୁରଭଞ୍ଜ ୮/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) କମିଶନରଙ୍କ ରିପୋର୍ଟ ଅନୁସାରେ ମୟୁରଭଞ୍ଜ ଜିଲ୍ଲାରେ ଚିଟଫଣ୍ଡରେ କ୍ଷତି ଗ୍ରସ୍ତ ହୋଇଥିବା କ୍ଷୁଦ୍ର ଜମାକାରୀ ମାନଙ୍କ ମଧ୍ୟରୁ ପ୍ରାଥମିକ ସ୍ତରରେ ୧୭୮ଜଣଙ୍କୁ ଟଙ୍କା ଫେରସ୍ତ ପାଇଁ ଚୟନ କରାଯାଇଛି। ଏହାକୁ ମୟୁରଭଞ୍ଜ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି। ଏ ବାବଦକୁ ଜିଲ୍ଲାରୁ ମୋଟ ୯ ଲକ୍ଷ ୬୬ ହଜାର ୨୫୬ ଟଙ୍କା ମଞ୍ଜୁର ହୋଇଛି। ଏହି ଜମାକାରୀମାନେ ସମ୍ପୃକ୍ତ ତହସିଲଦାର ଜରିଆରେ ଦେଇଥିବା କ୍ଷତିପୂର୍ଣ ବଣ୍ଡରୁ ୧୭୮ ଜଣଙ୍କୁ ଅନୁମୋଦନ ମିଳିଛି।

"ମୟୁରଭଞ୍ଜ ଜିଲ୍ଳାରେ ଚିଟଫଣ୍ଡ ଅର୍ଥ ଫେରସ୍ତ ଆରମ୍ଭ"

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବାରିପଦା ପରିସରରେ ନିୟମିତ ପିଜି ପାଠ୍ୟକ୍ରମ ଖୋଲିବ

ଭୁବନେଶ୍ୱର, ୦୭/୦୬/୨୦୧୮ (ଓଡ଼ିଆ ପୁଅ) ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବାରିପଦା ପରିସରରେ ନିୟମିତ ଆନ୍ଥ୍ରୋପୋଲୋଜି ଏବଂ ଟ୍ରାଇବାଲ ଷ୍ଟଡିଜ୍, ଓ୍ୱାଇଲ୍ଡ ଲାଇଫ୍ ଓ ବାଇଓ ଡାଇଭରସିଟି କନଜରଭେସନ୍, ମାଷ୍ଟର ଅଫ୍ ସୋସିଆଲ ଓ୍ୱାର୍କ, ଏମ୍ବିଏ, ଗଣିତ, ଏଜୁକେସନ୍(ଏମ୍.ଏ), କମ୍ପ୍ୟୁଟର ସାଇନ୍ସ(ଏମ୍.ସି.ଏ) ଏବଂ ଇଣ୍ଟିଗ୍ରେଟେଡ୍ ବିଇଡି-ଏମ୍ଇଡିରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯିବା ଏଥି ନିମନ୍ତେ ଆବଶ୍ୟକ ପ୍ରଫେସର, ଆସୋସିଏସଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବା ଏଥି ସହିତ ଏହି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍ ଲାଙ୍ଗୁଏଜ୍ ଅଧୀନରେ ନିୟମିତ ଇଂରାଜୀ ଓ ସାନ୍ତାଳୀ ବିଭାଗରେ ପି.ଜି. ପାଠ୍ୟକ୍ରମ ଖୋଲାଯାଇ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ମଧ୍ୟ ନିଯୁକ୍ତି ଦିଆଯିବା ଆଜି ଏ ସଂକ୍ରାନ୍ତିରେ ଏକ…

"ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବାରିପଦା ପରିସରରେ ନିୟମିତ ପିଜି ପାଠ୍ୟକ୍ରମ ଖୋଲିବ"

” ପରି” : ମୟୁରଭଞ୍ଜ ପୋଲିସ ଦ୍ୱାରା ମାରାଥନ ଆୟୋଜନ

ବାରିପଦା: ୭ ଜୁନ୍ (ଓଡ଼ିଆ ୁଅ/ସନ୍ତୋଷ ବରଜ) ରାଜ୍ୟ ସରକାରଙ୍କ ଦ୍ୱାରା ଶିଶୁ ନାବଳିକାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ନିର୍ଯାତନାକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ଆରମ୍ଭ କରାଯାଇଥିବା ପରି ରଥ ରାଜ୍ୟ ତଥା ମୟୁରଭଞ୍ଜ ଜିଲ୍ଲା ପରିକ୍ରମା କରିଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ଦ୍ଵାରା ଏକ ମିନି ମାରାଥନ ଆରମ୍ଭ ହୋଇଥିଲା। ଏହି ମିନି ମାରାଥନ ବାରିପଦାର ସହିଦ ସ୍ମୃତି ଭବନ ଠାରୁ ଆରମ୍ଭ ହୋଇ ବାରିପଦା ସହର ପରିକ୍ରମା କରିଥିଲା। ଏହି ମିନି ମାରାଥନକୁ ସହଯୋଗ କରିଥିଲେ ମୟୁରଭଞ୍ଜ ଜିଲ୍ଲାପାଳ, ଉପ ଜିଲ୍ଳାପାଳ, ଏ ଡି ଏମ, ଏସଡିପିଓ, ଡିସିପିଓ, ବାରିପଦା ଟାଉନ ଆଇ ଆଇ…

"” ପରି” : ମୟୁରଭଞ୍ଜ ପୋଲିସ ଦ୍ୱାରା ମାରାଥନ ଆୟୋଜନ"

ବୀମା ଟଙ୍କା ନ ପାଇ ଚାଷୀ ହତାଶ

କରଞ୍ଜିଆ ୫/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ସରକାର ଚାଷ ଏବଂ ଚାଷୀ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି ହେଲେ ତାହା କେତେ ସଫଳ ରୂପାୟନ ହେଉଛି ଏହି ଘଟଣାରୁ ଅନୁମେୟ। ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡର ବହୁ ସଂଖ୍ୟକ ଚାଷୀ ୨୦୧୬/୧୭ ରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥିଲେ, ତେବେ ଚଳିତବର୍ଷ ଅଦିନିଆ ବର୍ଷା ସାଙ୍ଗକୁ ଚକଡ଼ା ପୋକ ଦ୍ବାରା ପାଞ୍ଚପିଢ଼ ଅଞ୍ଚଳରେ ସରକାରୀ ସୂଚନା ଅନୁଯାୟୀ ୩୦/୪୦ ହେକ୍ଟର ଚାଷଜମି ନଷ୍ଟ ହଇଥିବା ଜିଲ୍ଲା କୃଷି ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି, ସେହିପରି କରଞ୍ଜିଆ ସମବାୟ ସମିତିରେ ୯୭୬ ଜଣ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ…

"ବୀମା ଟଙ୍କା ନ ପାଇ ଚାଷୀ ହତାଶ"

ବାରିପଦା-ନକଲି ଆଇଏଏସ ଅଫିସର ଗିରଫ

ବାରିପଦା- ୪ ଜୁନ୍ (ଓଡ଼ିଆ ପୁଅ) ଖୁଣ୍ଟାଥାନା ପୋଲିସ ହାତରେ ଗିରଫ ହୋଇଛି ନକଲି ଆଇ ଏ ଏସ ଅଫିସର। ଗିରଫ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ। ଯୁବକ ନିଜକୁ ଲିଙ୍ଗରାଜ ପଣ୍ଡା ବୋଲି ପରିଚୟ ଦେଉଥିଲେ କିନ୍ତୁ ତାର ଅସଲରେ ରଜତ ପଣ୍ଡା ବୋଲି ପୁଲିସର ସୂଚନା ଦେଇଛି।

"ବାରିପଦା-ନକଲି ଆଇଏଏସ ଅଫିସର ଗିରଫ"

ପୁରୀ, କନ୍ଧମାଳ ଓ ମୟୂରଭଞ୍ଜର ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର ଜୁନ ୪ (ଓଡ଼ିଆ ପୁଅ/ଗୌରବ ଦାସ) ନୃସିଂହ ଚରଣ ସାହୁ ହେଲେ ପୁରୀ ବିଜେଡିର ପର୍ଯ୍ୟବେକ୍ଷକ। କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାର ବିଜୁ ଜନତା ଦଲର ସହ-ପର୍ଯ୍ୟବେକ୍ଷକ ଭାବେ ଅଚ୍ୟୁତ ସାମନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ଉଭୟଙ୍କୁ ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏକ ପ୍ରେସ ବିଜ୍ଞପ୍ତିରେ ସମ୍ପାଦକ ବିଜୟ ନାୟକ ପ୍ରକାଶ କରିଛନ୍ତି।

"ପୁରୀ, କନ୍ଧମାଳ ଓ ମୟୂରଭଞ୍ଜର ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ"

ବ୍ୟାଟେରୀ ଫାଟି ଯୁବକ ଗୁରୁତର

ମୟୁରଭଞ୍ଜ ୩ ଜୁନ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଦେବନବାହାଳି ଗ୍ରାମର ଜୀତ ରାୟ ଆଜି ସନ୍ଧ୍ୟାରେ ନିଜ ଘରେ ଥିବା ଏକ ପଥର ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ହେଉ ଥିବା ବ୍ୟାଟେରୀକୁ ଅନ୍ୟ ଏକ ବ୍ୟାଟେରୀ ଦ୍ୱାରା ଚାର୍ଜ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ବ୍ୟାଟେରୀଟି ବ୍ଲାଷ୍ଟ କରିଥିଲା। ଏହାର ଶବ୍ଦ୍ଦ ଏତେ ଜୋର ଥିଲାଯେ ଗୋଟେ କିମି ପର୍ଯ୍ୟନ୍ତ ଶୁଣା ଯାଇଥିଲା। ଏହା ଫଳରେ ଜୀତରାୟର ମୁହଁରେ ଗଭୀର ଆଘାତ ହୋଇଛି। ଚିକିତ୍ସା ପାଇଁ ତାକୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

"ବ୍ୟାଟେରୀ ଫାଟି ଯୁବକ ଗୁରୁତର"

ପିଲା ଚୋରି ସନ୍ଦେହରେ ପିଟି ପିଟି ମାରିଦେଲେ ଦୃର୍ବୃତ୍ତ

କରଞ୍ଜିଆ ୦୨/୦୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ଚୋରି ସନ୍ଦେହରେ ହତ୍ୟା। ଏପରି ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କେରକେରା ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ। ଗତକାଲି ସନ୍ଧ୍ୟା ସମୟରେ ଏକ ବ୍ୟକ୍ତିଙ୍କୁ ସନ୍ଦେହ କରି ପୁଖୁରିଆ ଗ୍ରାମର କିଛି ବ୍ୟକ୍ତି ସନ୍ଦେହ କରି ନିସ୍ତୁକ ମାଡ଼ ମାରି ମାରି ୪୯ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ପାଖରେ ମାରିଦେଇଥିବା ଦେଖିବାକୁ ମିଳିଥିଲା। ଗତ କାଲି ଶୁକ୍ରବାର ସପ୍ତାହିକ ହାଟ ପୁଖୁରିଆ ଥିବାରୁ ହାଟରେ ବହୁ ଲୋକ ରୁଣ୍ଡ ହଇ ନିସ୍ତୁକ ପିଟି ଥିଲେ ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି…

"ପିଲା ଚୋରି ସନ୍ଦେହରେ ପିଟି ପିଟି ମାରିଦେଲେ ଦୃର୍ବୃତ୍ତ"

ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗକୁ ନିୟମିତ କରିବା ପାଇଁ ଦାବି

ବାରିପଦା ୨ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବିଶ୍ବବିଦ୍ୟାଳୟର ମୂଳ କ୍ୟାମ୍ପସରେ ସର୍ବମୋଟ ୨୨ ଟି ବିଷୟ ରୁ ମାତ୍ର ୮ ଟି ବିଷଯ୍ ନିୟମିତ ହିସାବରେ ଚାଲିଥିବାବେଳେ ବାକି ୧୪ ଟି ବିଷୟ ସେଲ୍ଫ ଫାଇନାନ୍ସ ରେ ଚାଲିଛି। ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳ ବହୁ ପୁରୁଣା ବିଭାଗ କୁ ନିୟମିତ କରିବା ପାଇ ବିଭିନ୍ନ ସମୟରେ ଦାବି କରୁଥିବା ନଜରକୁ ଆସିଛି। କିନ୍ତୁ ସେମିତି କିଛି ଫଳପ୍ରଦ ମିଳି ନ ଥିବା ସୂଚନା ଅଛି। ଏପରି କି ଛାତ୍ର ସଂସଦର ସଭାପତି ଏ ବିଷୟରେ ଆଲୋଚନା କରିବାପାଇ ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ଯାହାର ନିଆଁ…

"ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗକୁ ନିୟମିତ କରିବା ପାଇଁ ଦାବି"

ବାରିପଦା: ମହିଳା ସୁରକ୍ଷା ଯାତ୍ରା

ମୟୁରଭଞ୍ଜ ୧ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଜିଲ୍ଲା ଭାରତୀୟ ଜନତା ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ବାରିପଦା ସହର ସ୍ଥିତ ବାଲେଶ୍ଵର ଗୋଳାଇ ଠାରେ ରାଜ୍ୟରେ ନାରୀ ମାନଙ୍କ ପ୍ରତି ଦିନକୁଦିନ ବଢି ଚାଲିଥିବା ଅତ୍ୟାଚାର, ଦୁଷ୍କର୍ମ ତଥା ସରକାରଙ୍କ ସୁରକ୍ଷା ନ ଦେବା ପ୍ରତିବାଦରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଭାରତୀୟ ଜନତା ଦଳ ରାଜ୍ୟ ମହିଳା ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସୁଷମା ବିଶ୍ୱାଳ, ଅପରାଜିତା ମହାନ୍ତି, ସିପ୍ରା ବାଜପେୟୀ, ସୁଜାତା ମୁର୍ମୁ, ସୁମନ ସିଂ, କମଳା ବିନ୍ଧାଣି, ମାନସୀ ତ୍ରିପାଠୀ ଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ। ତିନି ଦିନ ପାଇଁ ଜିଲ୍ଲାରେ ଥିବା…

"ବାରିପଦା: ମହିଳା ସୁରକ୍ଷା ଯାତ୍ରା"