କେସିଙ୍ଗା ତେଲନଦୀପୋଲକୁ ସଂଯୋଗୀ ଖୁବ ଶୀଘ୍ର ଆରମ୍ଭ ହେବ – ୮କୋଟି ୭୬ଲକ୍ଷ ଖର୍ଚ୍ଚ ହେବ

– ଆରଡି ଏବଂ ପିଏଚଡି ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଜମି ଅଧିଗ୍ରହଣରେ ବିଳମ୍ବ କେସିଙ୍ଗା, ୧୮ା୦୧ (ଓଡ଼ିଆ ପୁଅ/ଏଲ କୋଟେଶ୍ୱର ନାଇଡୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାର ତେଲନଦୀ ପୋଲକୁ ଏପୋ୍ରାଚ ରୋଡ ସହ ତାହା ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ବହୁ ଦିନଧରି ଆଲୋଚନା ଚାଲିଥିଲେ ମଧ୍ୟ ତାହା ହେବାରେ ବିଳମ୍ବ ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଥିଲେ। ହେଲେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ହେବା ନେଇ ଆଶା ସଂଚାର ହୋଇଛି। ହାଉସିଂଗ ବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂହ ଓ ସଦର ବିଧାୟକ ଅନାମ ନାଏକ ଏହି ପୋଲକୁ ସଂଯୋଗ କରିବା ନିମନ୍ତେ ଆବଶ୍ୟକ ଜମିକୁ ଆଜି ପରିଦର୍ଶନ କରିଥିବା ବେଳେ…

"କେସିଙ୍ଗା ତେଲନଦୀପୋଲକୁ ସଂଯୋଗୀ ଖୁବ ଶୀଘ୍ର ଆରମ୍ଭ ହେବ – ୮କୋଟି ୭୬ଲକ୍ଷ ଖର୍ଚ୍ଚ ହେବ"

ଇନ୍ଦ୍ରାବତୀ ଜଳସେଚନ ବିଭାଗର ଦୋମୁହାଁ ନୀତି। ରାଜରାସ୍ତାରେ ଚାଷୀ।

କଳାହାଣ୍ଡି-୧୫.୦୧.୨୦୧୮(ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିର ଜୀବନରେଖା କୁହାଯାଉଥିବା ଇନ୍ଦ୍ରାବତୀ ର ଜଳସେଚନ ବିଭାଗୀୟ ଅଧିକାରୀ ମାନଙ୍କ ଦୋମୁହାଁ ନୀତି ଯୋଗୁଁ ଚାଷୀ ଆଜି ରାଜରାସ୍ତାରେ ଓହ୍ଲାଇଛି। ଇନ୍ଦ୍ରାବତୀ ଦକ୍ଷିଣ କେନାଲ ମରାମତି ହେବାକୁ ଦୀର୍ଘ ଦୁଇ/ତିନି ବର୍ଷ ହେବ ମରାମତି ହେବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଅଦ୍ୟାବଧି କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଅନ୍ୟ ପକ୍ଷରେ କେନାଲର ମାତ୍ର ୨୦ କି.ମି. ପର୍ଯ୍ୟନ୍ତକୁ ହିଁ ଚଳିତ ରବି ଋତୁରେ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଘୋଷଣା କରିଥିବା ବେଳେ ତଳମୁଣ୍ଡକୁ ପାଣି ଯୋଗାଇ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। ଗତ ବର୍ଷ ମଧ୍ୟ ଏଭଲି ଭାବେ କର୍ତ୍ତୃପକ୍ଷଙ୍କ…

"ଇନ୍ଦ୍ରାବତୀ ଜଳସେଚନ ବିଭାଗର ଦୋମୁହାଁ ନୀତି। ରାଜରାସ୍ତାରେ ଚାଷୀ।"

ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମିକା ମୁହଁରେ ଏସିଡ ଫିଙ୍ଗିଲା ପ୍ରେମିକ।

କଳାହାଣ୍ଡି- ୧୫.୦୧.୨୦୧୮ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଏକତରଫା ପ୍ରେମରେ ବିଫଳ ହେବା ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ଅଧିନସ୍ଥ ବଙ୍କାପଲା ଠାରେ ପ୍ରେମିକା ମୁହଁରେ ଏସିଡ ମାଡ କରିଥିବା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି। ଅଭିଯୋଗ ଅନୁଯାୟୀ, ହାତୀ କୂଳରେ ଥିବା ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ୨୨ବର୍ଷୀୟା ଛାତ୍ରୀ ଜଣକ ସବୁଦିନ ପରି ସୋମବାର ସକାଳୂ ନିଜଗାଁରୁ ହାତୀନଦୀ ପାର ହୋଇ ବଙ୍କାପଳା ଗ୍ରାମ ଦେଇ ଜୁନାଗଡ-କଲମପୁର ରାସ୍ତାରେ କଲମପୁର କୁ କମ୍ପ୍ୟୁଟର କ୍ଲାସ କରିବା ପାଇଁ ଯାଉଥିଲେ। ଏହି ସମୟରେ ନଦୀଘାଟ ନିକଟରେ ପୂର୍ବରୁ ଛପି ରହିଥିବା ଅଭିଯୁକ୍ତ ସେହି ଏକା ଗ୍ରାମର ପର୍ଶୁରାମ ମାଝୀ…

"ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମିକା ମୁହଁରେ ଏସିଡ ଫିଙ୍ଗିଲା ପ୍ରେମିକ।"

ଉତ୍କଳ ଆଳୁମିନା ବେନିୟମ ଖଣି ଖନନ ନେଇ ଜନ ଅସନ୍ତୋଷ: ଦୁର୍ଗମ ୮୦ କି.ମି. ଦୂରରୁ ଆଦିବାସୀ ଆରଡିସିଙ୍କୁ ଭେଟିବାକୁ ଭବାନୀପାଟଣା ଆସିଲେ

କଳାହାଣ୍ଡି-୧୩/୦୧/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ଅନ୍ତର୍ଗତ ବଫଲାମାଳି ପାହାଡରୁ ଉତ୍କଳ ଆଳୁମିନା କମ୍ପାନୀ ସ୍ଥାନୀୟ ଅଧିବାସୀ ମାନଙ୍କୁ ବିସ୍ଥାପନ ନକରି ବେନିୟମ ଭାବେ ଖଣି ଖନନ କରୁଛି ବୋଲି ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ଆରପିଡିଏସି ବୈଠକରେ ଦୁର୍ମୁସି, ସୁର୍ଯ୍ୟଗଡ, କାନପରସ, କେନ୍ଦୁମୁଣ୍ଡି ଗ୍ରାମର ପ୍ରତିନିଧିମାନେ ପ୍ରକାଶ କରିଛନ୍ତି। ବ୍ରହ୍ମପୁରସ୍ଥ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହେବାକୁ ଥିବା ଏହି ଆରପିଡିଏସି ବୈଠକରେ ଉତ୍କଳଆଳୁମିନ କର୍ତ୍ତୃପକ୍ଷ ଉପସ୍ଥିତ ହୋଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆରଡିସିଙ୍କୁ ଦେଖାକରି କମ୍ପାନୀର ଦଦାଗିରି ଏବଂ କଳାହାଣ୍ଡି ଜିଲ୍ଲା…

"ଉତ୍କଳ ଆଳୁମିନା ବେନିୟମ ଖଣି ଖନନ ନେଇ ଜନ ଅସନ୍ତୋଷ: ଦୁର୍ଗମ ୮୦ କି.ମି. ଦୂରରୁ ଆଦିବାସୀ ଆରଡିସିଙ୍କୁ ଭେଟିବାକୁ ଭବାନୀପାଟଣା ଆସିଲେ"

କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ

କଳାହାଣ୍ଡି- ୧୧-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ ବାହିନୀ ତାଙ୍କ ଉପସ୍ଥିତି ଜାହିର କରିଥିବା ଜଣାପଡିଛି। ଭବାନୀପାଟଣା ସଦରଥାନା ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ର ଜାମକନା ଗାଁରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରୁଥିବା ଠିକାଦାର କେମ୍ପରେ ଗତ ମଙ୍ଗଳବାର ରାତିରେ ରାସ୍ତା ନିର୍ମାଣକୁ ବିରୋଧ କରି ୭ଟି ଗାଡିକୁ ପୋଡି ଦେଇଛନ୍ତି। ଭବାନୀପାଟଣା ସହର ଠାରୁ ମାତ୍ର ୧୬ କି.ମି. ଦୂର ଏବଂ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀ ଠାରୁ କାଡମ ୧୩.୨୦ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ୬ କୋଟି ୫୦ଲକ୍ଷ ୮୦ ହଜାର ଟଙ୍କା ଭବାନୀପାଟଣାସ୍ଥିତ ଠାକୁର…

"କଳାହାଣ୍ଡି ; ଲାଞ୍ଜିଗଡ ଅଂଚଳରେ ମାଓ ତାଣ୍ଡବ, ଠିକାଦାର କେମ୍ପ ପୋଡି ଉପସ୍ଥିତି ଜାହିର କଲେ"

ସଂକୀର୍ଣ୍ଣତା ମଧ୍ୟରେ ଜୁନାଗଡ ଠାରେ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ। ରାଜନୀତି ଛାଡି ବିକାଶ ପାଇଁ ରାଜନେତା ଏକାଠି ହେବାକୁ ଅତିଥିଙ୍କ ଆହ୍ୱାନ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଜୁନାଗଡ ଠାରେ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ତିନି ଦିନ ବ୍ୟାପି ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତ୍ୟନ୍ତ ସଂକୀର୍ଣ୍ଣତା ମଧ୍ୟରେ ପ୍ରତି ବର୍ଷ ହୋଇଥାଏ ବୋଲି ଏଠାରେ କେବଳ ନାମକୁ ମାତ୍ର ସେହି ଚିରାଚରିତ ଆୟୋଜକ ମାନଙ୍କ ଦ୍ୱାରା ହିଁ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା, ସବୁ ସ୍ତରର ସବୁ ଦଳର ବୂକ୍ତିତ୍ୱ ସାଙ୍ଗକୁ ସହରାଂଚଳ ଓ ଗ୍ରାମାଂଚଳର ଅନେକ ଗୁଣି ଜ୍ଞାନୀ ତଥା ପ୍ରତିଭା ଧାରୀ ବ୍ୟକ୍ତିତ୍ୱ ମାନଙ୍କୁ ଅଣଦେଖା କରାଯିବା ସର୍ବୋପରି ଜୁନାଗଡର ଅନେକ ବୁଦ୍ଧୀଜୀବି ମାନଙ୍କୁ ଜାଣିଶୁଣି ବାଦ ଦେବା ଭଲି ଅନେକ…

"ସଂକୀର୍ଣ୍ଣତା ମଧ୍ୟରେ ଜୁନାଗଡ ଠାରେ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ। ରାଜନୀତି ଛାଡି ବିକାଶ ପାଇଁ ରାଜନେତା ଏକାଠି ହେବାକୁ ଅତିଥିଙ୍କ ଆହ୍ୱାନ।"

କଳାହାଣ୍ଡି ଆଦିବାସୀଙ୍କ ଅନନ୍ୟ ପରମ୍ପରା, ଟୋକୀ ପର୍ବ ଅନୁଷ୍ଠିତ

କଳାହାଣ୍ଡି (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାର ସୁଉଚ୍ଚ ମାଳଭୂମି, ଘଂଚ ବନାନୀ ସମେତ ବିଭିନ୍ନ ସମତଳ ଅଂଚଳରେ ଆଦିବାସୀମାନେ ବସବାସ କରନ୍ତି। ପ୍ରକୃତି କୋଳରେ ଜନ୍ମ ହୋଇ ପ୍ରକୃତି ଭିତରେ ନିଜକୁ ହଜାଇ ଆଦିବାସୀମାନେ ଜୀବନଯାପନ କରିଥାନ୍ତି। ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଦୈନନ୍ଦିନ ଜୀବିକା ନିର୍ବାହ କରୁଥିବା ଏହି ଆଦିବାସୀମାନେ ପ୍ରକୃତି ଉପାସକ। ମାଟିମାଁ, ପାଣି ପବନ, ବଣ ଜଙ୍ଗଲ, ହେଉଛି ସେମାନଙ୍କର ଜୀବନ ଜୀବିକାର ମୁଖ୍ୟ ଉପାଦାନ। ସେଥିପାଇଁ ପ୍ରକୃତି ଉପାସନାରେ ବ୍ରତୀ ଏହି ଆଦିବାସୀମାନେ ମାଟି କୁ ଧରଣୀ ମାଁ ଓ ସୂର୍ଯ୍ୟ ଦେବତାଙ୍କୁ ପିତା ବୋଲି ସମ୍ବୋଧନ କରି ପୂଜା ଅର୍ଚ୍ଚନା କରିଥାନ୍ତି।…

"କଳାହାଣ୍ଡି ଆଦିବାସୀଙ୍କ ଅନନ୍ୟ ପରମ୍ପରା, ଟୋକୀ ପର୍ବ ଅନୁଷ୍ଠିତ"