Home ଓଡ଼ିଶା ଆଠ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ଜିଲ୍ଲାପାଳ ଅଫିସ ଘେରାଉ, ଦାବି ପତ୍ର ପ୍ରଦାନ 

ଆଠ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ଜିଲ୍ଲାପାଳ ଅଫିସ ଘେରାଉ, ଦାବି ପତ୍ର ପ୍ରଦାନ 

114

କଳାହାଣ୍ଡି ୧୧-୩ (ଓଡ଼ିଆ ପୁଅ) ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନ ତରଫରୁ ରାଜ୍ୟ ସମ୍ପାଦିକା ଝୁନୁପମା ଶତପଥି, କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ସଂଜୀବନୀ ପାଢୀ ଓ ସମ୍ପାଦିକା ପ୍ରେମଳତା ସାମନ୍ତରାୟଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ଓ ହେଲ୍ପର ମାନେ ଆଠ ଦଫା ଦାବି ନେଇ ଭବାନୀପାଟଣାସ୍ଥ ବାଲାଜି ମନ୍ଦିର ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭା ଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗତ ୨୦୧୮ ରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ ମାନ୍ୟତା ସହିତ ଇପିଏଫ, ଇଏସଆଇସି ଓ ଗ୍ରାଚୁଇଟି ଇତ୍ୟାଦି ରେ ସାମିଲ, ମିନି ଅଙ୍ଗନବାଡିଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀ ଭାବେ ମାନ୍ୟତା ପ୍ରଦାନ, ଅଙ୍ଗନବାଡି କର୍ମଚାରୀମାନଙ୍କୁ ଅବସର କାଳୀନ ସହାୟତା ରାଶି ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ସହାୟତା ସାଙ୍ଗକୁ ପରିବାର ଜଣକୁ ଚାକିରି ପ୍ରଦାନ, ଗ୍ରାମ କଲ୍ୟାଣ ସମିତି ରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦିଆଯାଉ ଏବଂ ପୋଷଣ ଟ୍ରାକର ରେ ଅନଲାଇନ ବ୍ୟବସ୍ଥା ବନ୍ଦ କରାଯିବା ସହିତ ଗ୍ରୀଷ୍ମ ଅବକାଶ ବ୍ୟବସ୍ଥା ପୁନଃ ଚାଲୁ କରାଯିବା, ନୂତନ ଶିକ୍ଷାନୀତି ରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନ ରଖି ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କୁ ପ୍ରି- ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ ଏବଂ ଶେଷରେ ଶତକଡା ୫୦ ଭାଗ ଅଙ୍ଗନବାଡି କର୍ମୀଙ୍କୁ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମଚାରୀଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ ଆଦି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରିଥିଲେ। ଅଙ୍ଗନବାଡି କର୍ମଚାରୀମାନେ ସରକାରଙ୍କ ସମସ୍ତ ଗୁରୁଦାୟିତ୍ବ ଗ୍ରାମାଞ୍ଚଳରେ ତୁଲାଉଥିବା ବେଳେ ସେମାନଙ୍କ ସମସ୍ୟା ଗୁଡିକ ପ୍ରତି ସରକାର ଗୁରୁତ୍ବ ଦେଉ ନ ଥିବା ହେତୁ ସମଗ୍ର ରାଜ୍ୟରେ ଏଭଳି ଆନ୍ଦୋଳାନାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ଦାବିପତ୍ର ଦାଖଲ କରାଯାଉଥିବା ବିଷୟ ରାଜ୍ୟ ସମ୍ପାଦିକା ଶ୍ରୀମତୀ ସତପଥି ଙ୍କ ଠାରୁ ପ୍ରକାଶ। ସେହିପରି ଅଙ୍ଗନବାଡି କର୍ମଚାରୀ ମାନଙ୍କ ଦାବି ହାସଲ ହେବା ପର୍ଯ୍ୟନ୍ତ ଏଭଳି ଶାନ୍ତିପୂର୍ଣ୍ଣ ଭାବେ ଦାବି ଉପସ୍ଥାପନ କରାଯିବ ବୋଲି ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପାଢିଙ୍କ ସୂତ୍ର ରୁ ପ୍ରକାଶ। ଏହି ଶୋଭା ଯାତ୍ରାରେ ଜିଲ୍ଲାର ପ୍ରାୟ ସମସ୍ତ ଅଙ୍ଗନବାଡି କର୍ମଚାରୀ ଯୋଗ ଦେଇଥିବା ଦେଖା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.