ସ୍ୱାଧିନତାର ୭୧ବର୍ଷ ପରେ କଳାହାଣ୍ଡିର ଅପହଂଚ ଇଲାକାରେ ପାନୀୟ ଜଳ ବ୍ୟବସ୍ଥା।

କଳାହାଣ୍ଡି – (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଅପହଂଚ ଇଲାକା ବାବେ ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମପଂଚାୟତର ତଳଡୁଣ୍ଡା ଓ ଉପର ଡୁଣ୍ଡା ନାମକ ପାହାଡିଆ ଗ୍ରାମ ବେଶେଷ ପରିଚିତ। ଏହି ଡୁଣ୍ଡା ଗ୍ରାମ ଭଲି କଳାହାଣ୍ଡିରେ ଅନେକ ଜନବସତି ରହିଥିବା ବେଳେ ଏଭଲି ପାହାଡିଆ ଗ୍ରାମ ଗୁଡିକୁ ଯିବା ପାଇଁ ରାସ୍ତା ତ ଦୂରର କଥା ପାଦଚଲା ବାଟ ମଧ୍ୟ ନାହିଁ। ଜୁନାଗଡ ବ୍ଲକ ଠାରୁ ଦକ୍ଷିଣ କୁ ମାତ୍ର ୨୦ କି.ମି. ଦୂରକୁ ଗଲେ ଦୁନ୍ଦେଲମାଲ ଗ୍ରାମ ପଂଚାୟତର କାଙ୍କେରିମାଲ ଗ୍ରାମ ଠାରୁ ୬୦ଡିଗ୍ରିରେ ପାହାଡ ଉପରକୁ ପାଦଚଲା ରାସ୍ତାରେ ପ୍ରାୟ ଦୁଇ/ତନି କି.ମି. ଚାଲିଚାଲି ଗଲେ ପାହାଡ ଝୋଲା…

"ସ୍ୱାଧିନତାର ୭୧ବର୍ଷ ପରେ କଳାହାଣ୍ଡିର ଅପହଂଚ ଇଲାକାରେ ପାନୀୟ ଜଳ ବ୍ୟବସ୍ଥା।"

ଜୁନାଗଡ ରେଳ ଷ୍ଟେସନରୁ ମାଳ ଗାଡି ଚଳାଚଳ ଆରମ୍ଭ

କଳାହାଣ୍ଡି- ୧୬/୬ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ବ୍ୟବସାୟୀକ ସହର ଜୁନାଗଡ ଠାରେ ପ୍ରଥମ କରି ମାଳ ପରିବହନ ପାଇଁ ରେଳେଷ୍ଟସନରେ ମାଳ ଗାଡିର ଶୁଭାରମ୍ଭ ହେବାପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଲି ଯାଇଛି। ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଲାଂଜିଗଡ ରୋଡ ଠାରୁ ଜୁନାଗଡ ରେଳପଥ ନିର୍ମାଣ କରାଯିବାର ଘୋଷଣା ହେବାର ଦୀର୍ଘ କୋଡିଏ ବର୍ଷ ପରେ ଜୁନାଗଡ ଠାରେ ରେଳ ଷ୍ଟେସନର ଶୁଭାରମ୍ଭ ହୋଇଥିଲା। ସମଗ୍ର ଧର୍ମଗଡ ଉପଖଣ୍ଡ ଅଂଚଳ ବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଯାଇଥିଲା। ଜୁନାଗଡ ରେଳ ଷ୍ଟେସନ ଆରମ୍ଭ ହେବା ପରେ ଏହି ଅଂଚଳ ବାସୀ ସୁବିଧାରେ ରେଳ ଯାତ୍ରା କରିପାରୁଥିବା…

"ଜୁନାଗଡ ରେଳ ଷ୍ଟେସନରୁ ମାଳ ଗାଡି ଚଳାଚଳ ଆରମ୍ଭ"

ଆରଣ୍ୟକ ବ୍ରାହ୍ମଣ ସମାଜ ଜୁନାଗଡ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

କଳାହାଣ୍ଡି – ( ଓଡିଆ ପୁଅ ) ଧର୍ମଗଡ ଉପଖଣ୍ଡ ଆରଣ୍ୟକ ବ୍ରାହ୍ମଣ ସମାଜ ର ଜୁନାଗଡ ବ୍ଲକ ସ୍ତରୀୟ ସାଂଗଠନିକ ବୈଠକ ଜୁନାଗଡ ଗାୟତ୍ରୀ ମନ୍ଦିର ପରିସରରେ ଶୁକ୍ରବାର ୧୫/୦୬/୨୦୧୮ ଦିନ ବରିଷ୍ଠ ସଭ୍ୟ ଶ୍ରୀ ତ୍ରୀନାଥ ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଁକାର ଧ୍ୱନିରୁ ସଭା ଆରମ୍ଭ କରାଯାଇ ବେଦମାତା ଗାୟତ୍ରୀଙ୍କ ଚରଣାରବିନ୍ଦରେ ପୂଜାର୍ଚ୍ଚନା କରିବା ପରେ ବ୍ରାହ୍ମଣ ସମାଜର ଦିବଂଗତ ସଭ୍ୟ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଧର୍ମଗଡ ଆରଣ୍ୟକ ବ୍ରାହ୍ମଣ ସମାଜର କେନ୍ଦ୍ରିୟ କମିଟୀ ର ସହସମ୍ପାଦକ ଶ୍ରୀ ପୀତାମ୍ବର ପଣ୍ଡା ଓ ସଭ୍ୟ ଶ୍ରୀ ବଳଦେବ ପଣ୍ଡା, କେନ୍ଦ୍ରିୟ ଆଡହକ କମିଟୀ…

"ଆରଣ୍ୟକ ବ୍ରାହ୍ମଣ ସମାଜ ଜୁନାଗଡ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ"

ରକ୍ତଦାତା ସାବିତ୍ରୀ ମହାରଣା ଓ ଆଲୋକ ସାହୁ ସମ୍ବର୍ଦ୍ଧିତ

ଭବାନୀପାଟଣା,୧୫ା୬ (ଓଡ଼ିଆ ପୁଅ): କଳାହାଣ୍ଡିର ଦୁଇ ଯୁବ ରକ୍ତଦାତା ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱର ରେଡକ୍ରସ୍ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ରକ୍ତଦାତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା କାର୍ଯ୍ୟକାରିଣୀ କମିଟି ଅଧ୍ୟକ୍ଷ ପ୍ରତାପ ଜେନା ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତା ଭାବେ ଭବାନୀପାଟଣାର ସୁଶ୍ରୀ ସାବିତ୍ରୀ ମହାରଣା ଓ ଆଲୋକ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍ ତଥା ଆର୍.ଏଚ୍ ଫେକ୍ଟର୍ ଆବିଷ୍କାରକ ନୋବେଲ୍ ବିଜେତା କାର୍ଲ୍ ଲେଣ୍ଡଷ୍ଟିନରଙ୍କ ଜନ୍ମଦିନ ଅବସରରେ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ…

"ରକ୍ତଦାତା ସାବିତ୍ରୀ ମହାରଣା ଓ ଆଲୋକ ସାହୁ ସମ୍ବର୍ଦ୍ଧିତ"

ଭୂତ କୋଠି ପାଲଟିଛି ଆରଡି ବିଭାଗ ଜୁନାଗଡ ଉପଖଣ୍ଡ ନବନିର୍ମିତ ଅଫିସ

କଳାହାଣ୍ଡି – (ଓଡିଆପୁଅ) ଗ୍ରାମାଂଚଳର ରାସ୍ତାଘାଟ,ଅଫିସ କୋଠା ଠାରୁ ଆରମ୍ଭ କରି ପୋଳ ନିର୍ମାଣ ଆଦି ଗୁରୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ତୁଳାଉଥିବା ଆରଡି ବିଭାଗ ର ବିଭାଗୀୟ ପଦାଧିକାରୀ ମାନଙ୍କ ଖମଖିଆଲି ମନୋଭାବ ଯୋଗୁଁ ଜୁନାଗଡ ସହର ଏନଏଚ୨୬ ପାଶ୍ୱର୍ରେ ନିର୍ମିତ ଆରଡି ଉପଖଣ୍ଡ କାର୍ଯ୍ୟାଳୟ ଓ ଏସଡିଓ କ୍ୱାଟର ଦୀର୍ଘ ଦୁଇ ବର୍ଷ ହେବ ଭୂତକୋଠି ପାଲଟିଯାଇଥିବା ଅଭିଯୋଗ ହେଉଛି । ଅନୁସନ୍ଧାନରୁ ଜଣାପଡେ ଯେ, ଭବାନୀପାଟଣା ଆରଡି ବିଭାଜନର ଜୁନାଗଡ ଉପଖଣ୍ଡ ପାଇ ଜଣେ ଏସଡିଓଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି । ସେମାନେ ସବୁ ଭବାନୀପାଟଣାରେ ରହୁଥିବା ବେଳେ ଜୁନାଗଡକୁ କେବେ କେମିତି ଯାଆସ କରି…

"ଭୂତ କୋଠି ପାଲଟିଛି ଆରଡି ବିଭାଗ ଜୁନାଗଡ ଉପଖଣ୍ଡ ନବନିର୍ମିତ ଅଫିସ"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫ଟି ବ୍ଳକ୍‌ର ୧୧୮ଟି ପଞ୍ଚାୟତ ପାଇଁ ମଞ୍ଜୁର ହେଲା ୧୧୦୧ଟି ପ୍ରକଳ୍ପ ଚଳିତ ସପ୍ତାହରେ ୩୯୭ଟି ପଞ୍ଚାୟତ ପାଇଁ ସମୁଦାୟ ୧୦୦ କୋଟି ଟଙ୍କାର ୩୯୭୨ ଟି ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର ୯ ଜୁନ୍ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଦିନ କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ, ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ, ଭଦ୍ରକ ଜିଲ୍ଲାର ତିହିଡି ବ୍ଳକ, ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଓ କଟକ ଜିଲ୍ଲାର ମାହାଙ୍ଗା ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି।। ଆଜିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ମିଶାଇ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ସମୁଦାୟ ୧୬ଟି ବ୍ଳକ୍‌ର ୩୭ଟି ପଞ୍ଚାୟତର ଜନସଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ସଂଜୁର କରିଛନ୍ତି। ଏହି ସପ୍ତାହରେ ମୋଟ ୩୯୭୨ ପ୍ରକଳ୍ପ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୫ଟି ବ୍ଳକ୍‌ର ୧୧୮ଟି ପଞ୍ଚାୟତ ପାଇଁ ମଞ୍ଜୁର ହେଲା ୧୧୦୧ଟି ପ୍ରକଳ୍ପ ଚଳିତ ସପ୍ତାହରେ ୩୯୭ଟି ପଞ୍ଚାୟତ ପାଇଁ ସମୁଦାୟ ୧୦୦ କୋଟି ଟଙ୍କାର ୩୯୭୨ ଟି ପ୍ରକଳ୍ପ ମଞ୍ଜୁର"

କଳାହାଣ୍ଡି ଯୁବ ଲେଖକ ସମାବେଶର ଗ୍ରୀଷ୍ମ ଆସର

ଭବାନୀପାଟଣା, ୬ା୬: କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଏକ ଗ୍ରୀଷ୍ମ ସାହିତ୍ୟ ଆସର ଆୟୋଜିତ ହୋଇଯାଇଛି। ଭବାନୀପାଟଣା ହିଲ୍ଟାଉନ୍ ସ୍ଥିତ ଡାନିଏଲ୍ସ +୨ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ଯୁବ ଲେଖକମାନେ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିବା ସହ ସେଗୁଡ଼ିକର ଆଲୋଚନା କରିଥିଲେ। ଏଥିରେ ଗାଳ୍ପିକ ଯତୀନ୍ କୁମାର ପ୍ରଧାନ ଓ କବି ବିଶ୍ୱରଞ୍ଜନ ପଣ୍ଡା ଆଲୋଚକ ଭାବେ ଯୋଗଦେଇଥିବା ବେଳେ ଯୁବକବି ମଳୟ କରୁଆଁ ସଭାପତିତ୍ୱ କରିଥିଲେ। ସମାବେଶର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ ଏବଂ ଅନ୍ୟତମ ଆବାହକ ଜୟଦ୍ରଥ ସୁନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ…

"କଳାହାଣ୍ଡି ଯୁବ ଲେଖକ ସମାବେଶର ଗ୍ରୀଷ୍ମ ଆସର"

ପାଣିପଂଚାୟତ କର୍ମକର୍ତାଙ୍କୁ ଅଣଦେଖା। ମହିଳା ସଂରକ୍ଷଣ ନାମକୁ ମାତ୍ର। ଇନ୍ଦ୍ରାବତୀ ଡିଭିଜନରେ ସରକାରୀ ଅର୍ଥ ଅପଚୟ ଅଭିଯୋଗ।

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସରକାର ମହିଳା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ପଂଚାୟତ ଠାରୁ ଆରମ୍ଭ କରି ପାଣିପଂଚାୟତ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ପ୍ରକ୍ରୀୟାରେ ସାମିଲ କରିବା ବ୍ୟବସ୍ଥା କରିଛନ୍ତି। ହେଲେ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଯୋଜନା ଅଧିନରେ ଥିବା ବାମକେନାଲ ଡିଭିଜନ ନଂ୧ ରେ ପାଣିପଂଚାୟତ ଗୁଡିକରେ ମହିଳା ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହେଉଛି। ସରକାରୀ ଅର୍ଥ ଅପଚୟ କରିବା ବାହାନାରେ ସଂପୃକ୍ତ ପଦାଧିକାରୀ ମାନେ ନିନିଜକୁ ସୁହାଇବା ଭଲି କେତେକ ବ୍ୟକ୍ତିଙ୍କୁ ହାତ କରି ପାଣିପଂଚାୟତ କର୍ମକର୍ତା ମାନଙ୍କୁ ଅଣଦେଖାକରି କେବଳ କାଗଜ କଲମରେ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା କରିଦେଇଥିବା ଅଭିଯୋଗ ହେଉଛି।…

"ପାଣିପଂଚାୟତ କର୍ମକର୍ତାଙ୍କୁ ଅଣଦେଖା। ମହିଳା ସଂରକ୍ଷଣ ନାମକୁ ମାତ୍ର। ଇନ୍ଦ୍ରାବତୀ ଡିଭିଜନରେ ସରକାରୀ ଅର୍ଥ ଅପଚୟ ଅଭିଯୋଗ।"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୩ଟି ବ୍ଳକ୍‌ର ୫୮ଟି ପଞ୍ଚାୟତ ପାଇଁ ୧୨.୮୧ କୋଟି ଟଙ୍କାରେ ମଞ୍ଜୁର ହେଲା ୫୪୩ଟି ପ୍ରକଳ୍ପ

ଭୁବନେଶ୍ୱର ୨୯ ମଇ (ଓଡ଼ିଆ ପୁଅ) ବ୍ଲକ୍ ସ୍ତରରେ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ, କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକ ଓ ପୁରୀ ଜିଲ୍ଲାର କାକଟପୁର ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କୋରାପୁଟ ବ୍ଳକର ୧୪ଟି ପଞ୍ଚାୟତ ପାଇଁ ୨.୫୨ କୋଟି ଟଙ୍କାରେ ୮୮ଟି ପ୍ରକଳ୍ପ, ଗୋଲମୁଣ୍ଡା ବ୍ଲକର ୨୮ଟି ପଞ୍ଚାୟତ ପାଇଁ ୬.୧୬ କୋଟି ଟଙ୍କାରେ ୨୯୫ଟି। ପ୍ରକଳ୍ପ ଓ କାକଟପୁର ବ୍ଳକ୍‌ର ୧୬ଟି ପଞ୍ଚାୟତ ପାଇଁ ୪.୧୩ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୩ଟି ବ୍ଳକ୍‌ର ୫୮ଟି ପଞ୍ଚାୟତ ପାଇଁ ୧୨.୮୧ କୋଟି ଟଙ୍କାରେ ମଞ୍ଜୁର ହେଲା ୫୪୩ଟି ପ୍ରକଳ୍ପ"

ହାବସପୁର ମଣ୍ଡିରେ ବିନା ଓଜନରେ ଧାନ ଉଠାଣ ହେଉଥିବା ଅଭିଯୋଗ

କଳାହାଣ୍ଡି- ୨୮ ମଇ (ଓଡିଆ ପୁଅ)କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ରବିଧାନ କିଣା କାରବାର ସୁରୁଖୁରୁରେ ଚଳାଇନେବାକୁ ଉଦ୍ୟମ କରାଯାଇଥିବା ବେଳେେôଯାଗାନ ବିଭାଗ ପକ୍ଷରୁ ସେହି ଚିରାଚରିତ ଢଙ୍ଗରେ ମିଲର୍ସ ଟେଗିଂ ବବସ୍ଥା କରାଯାଇଥିବାରୁ ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ପୂର୍ବାବସ୍ଥା ଜାରି ରହିଥିବା ଅଭିଯୋଗ ହେଉଛି। ଏହି ହାବସପୁର ମଣ୍ଡିରେ ସ୍ଥାନୀୟ ମିଲର୍ସ ମାନଙ୍କ ନିଜସ୍ୱ ମର୍ଜୀରେ ଧାନ ଉଠାଣ କାରବାର ଚାଲିଥାଏ। ଏପରିକି ଧାନ କିଣା ରେଜିଷ୍ଟରରେ ମିଲର୍ସ ନିଜେ ଲେଖାଲେଖି କରିବା ସହିତ ସମସ୍ତ କାଗଜାତ ପ୍ରସ୍ତୃତ କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ। ଅନେକ ସମୟରେ ବିଭିନ୍ନ ଚାଷୀଙ୍କ ରାଜସ୍ୱ ରସିଦ ଦାଖଲ କରିଦେଇ ସେମାନଙ୍କ ନାମରେ ଧାନ ବିକ୍ରୀ କରୁଥିବା…

"ହାବସପୁର ମଣ୍ଡିରେ ବିନା ଓଜନରେ ଧାନ ଉଠାଣ ହେଉଥିବା ଅଭିଯୋଗ"