Home ଓଡ଼ିଶା କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ, ଜୁନାଗଡ଼, ଧର୍ମଗଡ଼ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ...

କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ, ଜୁନାଗଡ଼, ଧର୍ମଗଡ଼ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ ରୁ ୩ ଫୁଟ ପାଣି ପ୍ରବାହିତ ଲୋକେ ହନ୍ତସନ୍ତ

102

କଳାହାଣ୍ଡି ୧୦-୮ (ଓଡ଼ିଆ ପୁଅ) – କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜଣ ଜୀବନ ବେହାଲ ହୋଇଛି। ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥର ବସୁଲ ଓ ବଣ୍ଡାକୁଟୁରା ମଝିରେ ଥିବା ହାଲେର ଜୋର ନାଳରେ ବର୍ତ୍ତମାନ ଏକ ସ୍ଥାୟି ପୋଲ ନିର୍ମାଣ କରାଯାଉଅଛି। କିନ୍ତୁ କିଛି ଦିନ ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇ ଥର ଆପ୍ରୋଚ ରୋଡ଼ ବା ଅସ୍ଥାୟୀ ପୋଲ ଭାଙ୍ଗିଯାଇ ଧୋଇ ହୋଇ ଯାଇଥିଲା। କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଗତ ସନ୍ଧ୍ୟା ଠାରୁ ଅସ୍ଥାୟୀ ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉ ଥିବା ଦ୍ୱାରା ଯାନବାହନ ଚଲା ଚଳରେ ବାଧା ସୃଷ୍ଟି ହେଉଛି। କିଛି ଦିନ ପୂର୍ବରୁ ଗମନାଗମନ ର ସୁବିଧା ଦୃଷ୍ଟିରୁ ଯୁଦ୍ଧ କାଳୀନ ଭିତ୍ତିରେ ଏହି ନାଳ କୁ ଦୁଇ ଦୁଇ ଥର ମରାମତି କରାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇ ଥିଲା, କିନ୍ତୁ ଆଜି ସେହି ପୋଲ ପୁଣି ଲଗାଣ ବର୍ଷା ଯୋଗୁଁ ଧୋଇ ହେବାକୁ ବସିଲାଣି। ଯାହାଦ୍ୱାରା ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା ରାସ୍ତା ରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାଯାଇଛି। ଏହି ଏନ, ଏଚ, ୧୩୦ କୁ ନିର୍ମାଣ କରୁଥିବା ସଂସ୍ଥା ର ଯନ୍ତ୍ରି ଓ ଏସ, ଡି, ଓ ଙ୍କ ଖାମଖିଆଳି ନୀତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରଶାସନ କିମ୍ବା ନିର୍ମାଣ କାରୀ ସଂସ୍ଥା ମଧ୍ୟ ଜାଣିବା କଥା ଯେ, ବର୍ତ୍ତମାନ ବର୍ଷା ଦିନ ଚାଲିଛି।ତେଣୁ ଭଲ ଭାବରେ ଏପ୍ରୋଚ ରୋଡ଼ ତିଆରି କରିବା କଥା କିନ୍ତୁ ଖାମ ଖିଆଲି ଭାବରେ ନିମ୍ନମାନର କାର୍ଯ୍ୟ କରୁଥିବା ଯୋଗୁଁ ବର୍ତ୍ତମାନ ବର୍ଷା ହେଲେ ବାରମ୍ବାର ଭାଙ୍ଗିଯାଉଛି ଯାହା ଫଳରେ ଲୋକଙ୍କୁ ବହୁ ଅସୁବିଧା ଭୋଗିବା କୁ ପଡୁଥିବା ବେଳେ ଜନ ଅସନ୍ତୋଷ ମଧ୍ୟ ଦେଖା ଦେଇଛି। ବର୍ତ୍ତମାନ ଦୁଇ କି, ମି ରାସ୍ତା ପାରି ହେବା ବଦଳରେ ୨୦ ରୁ ୩୦ କି ମି ଦୂର ରାସ୍ତା ଅତିକ୍ରମ କରି ବୁଲି କି ଯିବା ଆସିବା କରିବା କୁ ପଡୁଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତା ମଧ୍ୟ ଦେଇ ଭାରି ଯାନ ଚଳାଚଳ କୁ ବନ୍ଦ କରି ଦିଆଯାଇଅଛି। ଯଦି ସନ୍ଧ୍ୟା ପର୍ୟ୍ୟନ୍ତ ବର୍ଷା ନ ହୁଏ ତାହା ଯାନ ବାହନ ଚଲା ଚଳରେ ସ୍ୱାଭାବିକ କରି ଦିଆଯିବ ବୋଲି ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.