ଓଡ଼ିଶା

୨୬ ସେପ୍ଟେମ୍ବର ବୁଧବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଘରର ବାତାବରଣ ଆନନ୍ଦଦାୟୀ ରହିବ। ଆର୍ଥିକ ଲାଭ ସହିତ ବ୍ୟବସାୟରେ ସନ୍ତୋଷ ଅନୁଭବ କରିବେ। ସାମାଜିକ ଦୃଷ୍ଟିରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ନୂତନ ବସ୍ତ୍ରାଭୂଷଣ ପ୍ରାପ୍ତ ହେବ। ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ।

ବୃଷ : ଆଜି ଆକସ୍ମିକ ଖର୍ଚ୍ଚ ହେବାର ଆଶଂକା ଅଛି। ଭବିଷ୍ୟତର ଯୋଜନାକୁ ନେଇକରି ମନ କିଛି ଚିନ୍ତା ରହିପାରେ, କିନ୍ତୁ ମଧ୍ୟାହ୍ନ ପରେ ଘରେ ସୁଖ-ଶାନ୍ତିର ବାତାବରଣ ବନିବ। କାର୍ଯ୍ୟରେ ସଫଳତାରେ ଯଶ ପ୍ରାପ୍ତ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ।

ମିଥୁନ : ଆଜି ଆପଣଙ୍କୁ ଜମି, ବାସଗୃହ ଆଦିର କାଗଜପତ୍ର ବିଷୟ ଉପରେ ସାବଧାନ ରହିବାକୁ ହେବ। ପରିଜନମାନଙ୍କ ସହିତ ବିନା କାରଣରେ ଚିନ୍ତା ବଢ଼ିପାରେ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ଅଛି।

କର୍କଟ : ପ୍ରଣୟ-ପ୍ରସଂଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି।

ସିଂହ : ପରିବାରର ଲୋକମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ମଧ୍ୟାହ୍ନ ପରେ କୌଣସି କାର୍ଯ୍ୟରେ ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ। ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବ। ମିତ୍ର ତଥା ସ୍ଵଜନମାନଙ୍କୁ ସାକ୍ଷାତ କରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନା କରିବେ ଏବଂ ସଫଳ ହେବେ। ପରିଜନମାନଙ୍କର ତଥା ଭାଇ-ଭଉଣୀମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତାଇବେ।

କନ୍ୟା : ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆପଣଙ୍କ ବୈଚାରିକ ସମୃଦ୍ଧି ଅନ୍ୟ ଲୋମାନଙ୍କୁ ପ୍ରଭାବିତ କରିପାରିବ। ବ୍ୟବସାୟ ଦୃଷ୍ଟିରୁ ଆଜିର ଦିନ ଲାଭଦାୟୀ ହେବ। ମନ ଆନନ୍ଦିତ ରହିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

ତୁଳା : ଆକସ୍ମିକ ଖର୍ଚ୍ଚ ମାମଲାରେ ସାବଧାନ ରୁହନ୍ତୁ। ଶାରୀରିକ ଏବଂ ମାନସିକ ଅସୁସ୍ଥତା କାରଣରୁ ମିତ୍ରମାନଙ୍କ ସାଥିରେ ଉଗ୍ର ଚର୍ଚ୍ଚା କିମ୍ବା ଝଗଡ଼ା ନ ହେଉ, ଏହାର ମଧ୍ୟ ଧ୍ୟାନ ରଖିବେ। କୋର୍ଟ-କଚେରୀ କାର୍ଯ୍ୟରେ ଆଜି ସମ୍ଭାଳିକରି ଚାଲିବେ। ମଧ୍ୟାହ୍ନ ପରେ ସ୍ଥିତିରେ ସୁଧାର ହେବ।

ବିଚ୍ଛା : ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବ। ଧନ ପ୍ରାପ୍ତିର ଭଲ ଯୋଗ ଅଛି। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିବାକୁ ପଡ଼ିପାରେ।

ଧନୁ : ଆଜି ଆପଣଙ୍କ ଦିନ ଲାଭକାରୀ ହେବ। ବ୍ୟବସାୟରେ ଲାଭ ହେବ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳ ହେବେ। ଯଶ-କୀର୍ତ୍ତି ପ୍ରାପ୍ତ ହେବ। ଆପଣଙ୍କ ଆୟ ଏବଂ ବ୍ୟାପାରରେ ବୃଦ୍ଧି ହେବ। କୌଣସି ରମଣୀୟ ସ୍ଥଳକୁ ଆପଣ ବୁଲିବାକୁ ଯିବେ।

ମକର : ଆଜି ଆପଣଙ୍କ ପାଖରେ ଘର ଏବଂ କାର୍ଯ୍ୟସ୍ଥଳରେ ଉତ୍ତମ ବାତାବରଣ ରହିବାରୁ ଅଧିକ ପ୍ରସନ୍ନତା ମିଳିବ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି। ଆପଣଙ୍କ ବାଣୀରେ କାହାକୁ ଅସୁବିଧା ହୋଇପାରେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

କୁମ୍ଭ : ଆଜିର ଦିନ ଶୁଭଫଳଦାୟୀ ରହିବ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଧାର୍ମିକ ଯାତ୍ରା ହେବ। ବିଦେଶରୁ ଭଲ ସମାଚାର ମିଳିବ। ସାର୍ବଜନିକ ଜୀବନରେ ମାନ-ସମ୍ମାନ ବଢ଼ିବ।

ମୀନ : ମିତ୍ରମାନଙ୍କ ସହିତ ଆନନ୍ଦର ସମୟ ବିତାଇବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପରିଜନମାନଙ୍କ ସହିତ ମତଭେଦ ହେବାରେ ମନରେ ଅସୁବିଧା ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବ୍ୟୟ ବଢ଼ିବାର ଆଶଂକା ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top