Home ଓଡ଼ିଶା ଗୁଣିଆ ସନ୍ଦେହରେ ଆଦିବାସୀ ବୃଦ୍ଧଙ୍କୁ ହତ୍ୟା

ଗୁଣିଆ ସନ୍ଦେହରେ ଆଦିବାସୀ ବୃଦ୍ଧଙ୍କୁ ହତ୍ୟା

117

ମାଲକାନଗିରି,୨୫ା୯ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କୁସଂସ୍କାର ଓ ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ଦିନକୁ ଦିନ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗାଁରେ ଗୁଣିଗାରେଡି କରିବା ସନ୍ଦେହରେ ଜଣେ ଆଦିବାସି ବୃଦ୍ଧଙ୍କୁ କେହି ଦୁବୁ ର୍ତ ନିର୍ମମଭାବେ ଛୁରୀ ମାରି ହତ୍ୟାକରିଥିବାର ଜଣାପଡିଛି । ଏପରି ଅଭାବନୀୟ ଘଟଣା ଘଟିଛି କାଲିମେଳା ବ୍ଲକସ୍ଥ ଏମଭି୭୯ ଥାନା କୋଟମେଟଲା ଆଦିବାସୀ ଗ୍ରାମରେ । ଶୁକ୍ରବାର ରାତ୍ରରେ ସେହି ଗ୍ରାମର ସୁବା ପଡିଆମୀ(୬୧)ନାମକ ଜଣେ ଆଦିବାସୀ ବୃଦ୍ଧ ନିଜଘର ବାରଣ୍ଡାରେ ଶୋଇଥିବା ବେଳେ କେହି ଦୁର୍ବୁତ ତାଙ୍କ ନିକଟକୁ ଯାଇ କୌଣସି ଏକ ଧାରୁଆ ଆସ୍ତ୍ରରେ ତାଙ୍କ ଗଳା,ପାଟି, ବାମ ହାତକୁ ହାଣିଥିଲେ । ସୁବା ଚିତ୍କାର କରି ଜୀବନ ବଚାଂଇବା ପାଇଁ ରକ୍ତାକ୍ତ ଅବସ୍ଥାରେ ନିକଟ ରେ ଥିବା ଅନ୍ୟ ଏକ କୋଠରିରେ ଶୋଇଥିବା ପୁଅ ପାଖକୁ ପଳାଉଥିବା ବେଳେ ଦ୍ୱାର ବନ୍ଧ ନିକଟରେ କଚାଡି ହୋଇପଡିଥିଲେ । ଚିତ୍କାର ଶୁଣି ପୁଅ ଓ ପରିବାର ଲୋକେ କଣ ହେଲା ବୋଲି ସେଠାକୁ ଆସି ଦେଖନ୍ତି ତ ସୁବା ରକ୍ତାକ୍ତ ଅବସ୍ଥାରେ ପଡି ଛନ୍ତି । ଏ ପରି କିଏ କଲା ବୋଲି ପଚାରିବାରୁ ଥଙ୍ଗେଇ ଥଙ୍ଗେଇ ସୁବା କହିଥିଲେ ଦେବା । ତାପରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । କୋଟମେଟାଲ ଗ୍ରାମର ସୁବା ଜଣେ ଜଣା ଶୁଣା ଦିଶାରୀ ଗୁଣିଆ ସେ ଛୋଟ ଛୋଟ ପିଲାମାନଙ୍କୁ ଜ୍ୱର କାଶ, ଥାଣ୍ଡା, ଡରିଲେ ଝାଡାଫୁଙ୍କା କରିବା ସହିତ ଚେରମୁଳି ଔଷଧ ଦେଇଥାନ୍ତି । ଏହି ଗୁଣିଆ ବୃତିକୁ କେହି ବିରୋଧ କରି ସୁବା ଙ୍କୁ ନିର୍ମମଭାବେ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମଭି୭୯ ଥାନା ପୁଲିସ ଏହା ଜାଣିବା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.