Home କୋରାପୁଟ ବିଷଧର ସାପ କାମୁଡ଼ାରେ ବୃଦ୍ଧା ମୃତ

ବିଷଧର ସାପ କାମୁଡ଼ାରେ ବୃଦ୍ଧା ମୃତ

91

କୋରାପୁଟ : ୨୬/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ନନ୍ଦପୁର ବ୍ଲକ ର ପାଡ଼ୁଆ ଥାନା ଅନ୍ତର୍ଗତ ଗୋଲୁର ଗ୍ରାମପଞ୍ଚାୟତ ର ପ୍ରଧାନୀପୁଟ ଗ୍ରାମର ଜଣେ ବୃଦ୍ଧା ଘାସ ବାଛିବା ସମୟରେ ବିଷଧର କାମୁଡ଼ିବାରୁ ଦସୁଦା ପାଙ୍ଗି (୭୩) ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ମୃତ ଦସୁଦା ପାଙ୍ଗି ସ୍ୱାମୀ ଲୋଚମୁ ପାଙ୍ଗିଙ୍କ ସହ ଗ୍ରାମ ନିକଟରେ ଥିବା ନିଜ ଚାଷ ଜମିରେ ଘାସ ବାଛୁଥିବା ବେଳେ ଅପରାହ୍ନରେ ଝିପି ଝିପି ବର୍ଷା ଯୋଗୁଁ ଦସୁଦା ପାଙ୍ଗିଙ୍କ ଡାହାଣ ହାତ ପାପୁଲିରେ ବିଷାକ୍ତ ସାପ କାମୁଡିବା କ୍ଷଣି ତୁରନ୍ତ ହାତରେ କପଡ଼ା ବାନ୍ଧି ଦେଇ ସ୍ୱାମୀ ଙ୍କ ଅଟୋରେ ମେଡିକାଲ ଯାଉଥିବା ବେଳେ ବାଇଲଗୁଡା ଛକ ନିକଟରେ ମୃତ୍ୟୁ ବରଣ କରିଥିଲେ। ଏନେଇ ମୃତ ବୃଦ୍ଧାଙ୍କ ସ୍ୱାମୀ ଲୋଚମୁ ପାଙ୍ଗି ପାଡ଼ୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପାଡ଼ୁଆ ପୋଲିସ ଜବତ କରି ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.