୨୩ ଅଗଷ୍ଟ ଗୁରୁବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ ବହୁତ ଭାବନାଶୀଳ ରହିବେ, ସେଥିପାଇଁ କାହାର କଥାରେ ଆପଣଙ୍କ ଭାବନାକୁ ଆଘାତ ପହଁଞ୍ଚି ପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ। ସ୍ଥାୟୀ ସଂପତ୍ତି ମାମଲାରେ କୌଣସି ନିର୍ଣ୍ଣୟ ନେବା ଉଚିତ ନୁହେଁ। ମାନସିକ ବ୍ୟଗ୍ରତା ଏବଂ ଶାରୀରିକ ଅସୁସ୍ଥତା ରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ମଧ୍ୟମ କୁହାଯାଇପାରେ। ଆପଣଙ୍କ ସ୍ଵାଭିମାନ ଭଙ୍ଗ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ମହିଳା ବର୍ଗଙ୍କଠାରୁ ସାବଧାନ ରହିବାକୁ ଉପଦେଶ।

ବୃଷ : ଆପଣଙ୍କ ହୃଦୟ ଏବଂ ମନ ସୁସ୍ଥ ଏବଂ ପ୍ରଫୁଲ୍ଲିତ ରହିବ। ପରିଜନମାନଙ୍କ ସହିତ ଘରର ବିଭିନ୍ନ ବିଷୟ ସମ୍ବନ୍ଧରେ ଚର୍ଚ୍ଚା କରିବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ କରିବେ। ଆର୍ଥିକ ମାମଲା ଉପରେ ଅଧିକ ଧ୍ୟାନ ଦେବେ। ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କ ସହଯୋଗ ମିଳିବ। ପ୍ରିୟ ବ୍ୟକ୍ତିଙ୍କ ସାଥି ଏବଂ ସାର୍ବଜନିକ ସମ୍ମାନ ମିଳିବ। ବ୍ୟାପାରରେ ବୃଦ୍ଧି ହେବ ତଥା ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ।

ମିଥୁନ : ଅଳ୍ପ ବିଳମ୍ବ କିମ୍ବା ଅବରୋଧ ପରେ ନିର୍ଦ୍ଧାରିତ ରୂପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଆର୍ଥିକ ଆୟୋଜନ ସଫଳ ହେବ। ମିଷ୍ଟାନ୍ନ ଭୋଜନ ପ୍ରାପ୍ତ ହେବ। ବିଦ୍ୟାର୍ଥିମାନଙ୍କର ଅଧ୍ୟଯନ ପାଇଁ ମଧ୍ୟମ ଦିନ ଅଟେ। ସ୍ନେହୀଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦିତ ହେବେ। କାରବାରରେ ଅନୁକୂଳ ବାତାବରଣ ରହିବ। ଆୟରେ ବୃଦ୍ଧି ହେବ।

କର୍କଟ : ଆଜି ଭାବନା ରାଇଜରେ ରହିବେ ଏବଂ ପରିବାରଜନ, ମିତ୍ର ତଥା ନିଜ ବନ୍ଧୁଙ୍କ ସହଭାଗୀ ହେବେ। ଗିଫ୍ଟ ପ୍ରାପ୍ତି ହେବ। ସ୍ଵାଦିଷ୍ଟ ଭୋଜନ କରିବା ଏବଂ ବାହର ବୁଲିବାକୁ ଯିବାପାଇଁ ଆୟୋଜନ ହେବ। ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ଆନନ୍ଦଦାୟକ ଯାତ୍ରା ହେବ। ଧନଲାଭ ହେବ। ଦାମ୍ପତ୍ୟଜୀବନରେ ଘନିଷ୍ଠତା ଅନୁଭବ କରିବେ।

ସିଂହ : ଆଜି ଅତ୍ୟଧିକ ଚିନ୍ତା ଏବଂ ଭାବନା କାରଣରୁ ଶାରୀରିକ ଏବଂ ମାନସିକ ରୂପରେ ବ୍ୟଗ୍ରତା ଏବଂ ଅସୁସ୍ଥତା ଅନୁଭବ କରିବେ। କୋର୍ଟ କଚେରୀ ମାମଲାରେ ସାବଧାନ ରହିବାକୁ ଉପଦେଶ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଭୁଲ ବୁଝାବଣା ସୃଷ୍ଟି ନ ହେଉ ଏହାର ଧ୍ୟାନ ରଖିବେ।

କନ୍ୟା : ଆଜି ଅନେକ ଲାଭର ଦିନ ଅଟେ। ବ୍ୟାପାର-ଧନ୍ଦାରେ ବିକାସ ସହିତ ଆୟ ମଧ୍ୟ ବଢ଼ିବ। ଚାକିରି ପେଶାଲୋକଙ୍କୁ ଲାଭର ସୁଯୋଗ ମିଳିବ। ବୈବାହିକ ଜୀବନରେ ସୁଖ-ସନ୍ତୋଷର ଅନୁଭୂତି ହେବ। ପତ୍ନୀ, ପୁତ୍ର ଏବଂ ବୃଦ୍ଧବର୍ଗଙ୍କ ତରଫରୁ ଲାଭ ହେବ। ମିତ୍ରମାନଙ୍କ ସହିତ ରମଣୀୟ ପର୍ଯଟନ ହେବ। ମହିଳା ମିତ୍ର ବିଶେଷ ଲାଭକାରୀ ପ୍ରମାଣିତ ହେବେ। ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ।

ତୁଳା : ପରିବାରରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବ। ଅଫିସ୍ ଏବଂ ଚାକିରିରେ ଆୟ ବୃଦ୍ଧି ପଦୋନ୍ନତି ପାଇଁ ସଂଯୋଗ ହେବ। ମାତାଙ୍କର ତରଫରୁ ଲାଭ ହେବ। ଗୃହସଜ୍ଜାର କାର୍ଯ୍ୟ ହାତକୁ ନେବେ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା କାମର ପ୍ରଶଂସା ହେବ ଏବଂ ସେମାନେ ଆପଣଙ୍କ ପ୍ରେରଣାର ସ୍ରୋତ ବନିବେ। ସହକର୍ମିମାନଙ୍କର ସହଯୋଗ ମିଳିବ। ଶାରୀରିକ ସ୍ଵାସ୍ଥ୍ୟପ୍ରତି ଧ୍ୟାନ ରଖିବେ।

ବିଚ୍ଛା : ଆଜି ପ୍ରତ୍ୟେକ ବିଷୟରେ ନକାରାତ୍ମକ ବିନ୍ଦୁର ଅନୁଭବ ହେବ। ଆଳସ୍ୟର କାରଣରୁ ଫୁର୍ତିର ଅଭାବ ରହିବ। ମନରେ ଗଭୀର ଚିନ୍ତା ରହିବ। ଚାକିରି-ବ୍ୟବସାୟରେ ଅବରୋଧ ହେବ। ଉଚ୍ଚ ପଦାଧିକାରିମାନଙ୍କ ସହିତ ବାଦ-ବିବାଦରେ ନ ପଡ଼ିବାକୁ ଉପଦେଶ। ବିଦେଶଗମନର ଅବସର ଆସିବ। ବିଦେଶରେ ଥିବା ନିକଟସ୍ଥ ବନ୍ଧୁମାନଙ୍କ ତରଫରୁ ଭଲ ସମାଚାର ମିଳିବ। ସନ୍ତାନମାନଙ୍କ ସମ୍ବନ୍ଧ ଚିନ୍ତା ହେବ।

ଧନୁ : ଆଜି ଆପଣଙ୍କୁ ବାଣୀ ଏବଂ କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ, ଅନ୍ୟଥା ଅନର୍ଥ ହୋଇପାରେ। ଥଣ୍ଡା ଏବଂ କଫର କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟ ପ୍ରଭାବିତ ହେବ। ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଧନ ଖର୍ଚ୍ଚରେ ବୃଦ୍ଧି ହେବ। ନିଷେଧାତ୍ମକ କାର୍ଯ୍ୟ ତଥା ଅନୈତିକ କାମବୃତ୍ତିର ମାର୍ଗ ଉପରେ ନଯିବାପାଇଁ ଧ୍ୟାନ ରଖିବେ।

ମକର : ବିଚାର, ବ୍ୟବହାରରେ ଭାବୁକତା ବିଶେଷ ମାତ୍ରାରେ ରହିବ। ଆପଣ ପରିଜନ ଏବଂ ମିତ୍ରମାନଙ୍କ ସହିତ ଖୁସିପୂର୍ବକ ନିଜର ଦିନ ବ୍ୟତୀତ କରିବେ। ହୃଦୟ ଏବଂ ମନରେ ଫୁର୍ତ୍ତି ଏବଂ ପ୍ରସନ୍ନତା ରହିବ। ବ୍ୟବସାୟରେ ବୃଦ୍ଧି ହେବ। ସୁଧ, କମିସନ ଦ୍ଵାରା ଆପଣଙ୍କ ଆୟରେ ବୃଦ୍ଧି ହେବ। ଭାଗିଦାରୀରେ ଲାଭ ହେବ। ସାର୍ବଜନିକ ଜୀବନରେ ଆପଣଙ୍କ ମାନ-ପ୍ରତିଷ୍ଠା ବଢ଼ିବ। ଯାତ୍ରାର ସଂଭାବନା ଅଛି। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ପ୍ରତି ଆକର୍ଷଣ ହେବ। ଜଗନ୍ନାଥଙ୍କର କୃପା ଆପଣଙ୍କ ଉପରେ ରହିବ।

କୁମ୍ଭ : ଆଜି କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ଯଶ, କୀର୍ତ୍ତି ଏବଂ ସଫଳତା ମିଳିବ। ପରିବାରରେ ମିଳାମିଶା ରହିବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ। ଆପଣଙ୍କ ବିଚାର ଏବଂ ବ୍ୟବହାରରେ ଭାବୁକତା ଅଧିକ ରହିବ। ଚାକିରିରେ ସାଥୀ କର୍ମଚାରୀ ସହଯୋଗ ଦେବେ। ମାମୁଁଘର ପକ୍ଷରୁ ଲାଭ ହେବ। ଉଚିତ କାମରେ ଧନ ଖର୍ଚ୍ଚ ହେବ।

ମୀନ : କଳ୍ପନା ରାଇଜରେ ବୁଲିବାକୁ ପସନ୍ଦ କରିବେ। ସାହିତ୍ୟ ଲେଖନରେ ନିଜର ସୃଜନାତ୍ମକତା ପ୍ରକଟ କରି ପାରିବେ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ଦିନ ଅଟେ। ପ୍ରେମୀଜନମାନଙ୍କ ଏବଂ ପ୍ରିୟ ବ୍ୟକ୍ତିମାନଙ୍କର ସାନିଧ୍ୟ ପ୍ରାପ୍ତ କରି ପାରିବେ। ଆଜି କାମ-ବାସନା ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ। ଶେୟାର ଏବଂ ସଟ୍ଟାରେ ଲାଭ ହେବ। ମାନସିକ ସନ୍ତୁଳନ ବନାଇ ରଖିବେ।

Leave a Reply

Your email address will not be published. Required fields are marked *