Home ଜିଲ୍ଲା ପରିକ୍ରମା ସତ୍ୟସାଇ ସେବା ସମିତି ପକ୍ଷରୁ ଗୋପୂଜନ କାର୍ଯ୍ୟକ୍ରମ

ସତ୍ୟସାଇ ସେବା ସମିତି ପକ୍ଷରୁ ଗୋପୂଜନ କାର୍ଯ୍ୟକ୍ରମ

48

ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ପୋଷ୍ୟଗ୍ରାମ ନୟାଗଡ଼୍ ବ୍ଳକ ଅନ୍ତର୍ଗତ କଂଚନବିଲି ଠାରେ ଗୋସମ୍ବର୍ଦ୍ଧନା ଉତ୍ସବ ଓ ଅମୃତ କଳସ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି ହେଉଛି ଭଗବାନ ବଳଭଦ୍ରଙ୍କ ଜନ୍ମ ଦିନ ଓ ଗହ୍ମା ଶଦ୍ଦ ଗାଇ ଶଦ୍ଦରୁ ଆସିଥିବାରୁ ଏହି ଦିନଟି ଗହ୍ମା ପୂର୍ଣ୍ଣମୀ ଭାବେ ପାଳନ କରାଯାଇଥାଏ ଏବଂ ଗୋପୂଜନ କରାଯାଇଥାଏ। ଯାହାକି ଏହି ପବିତ୍ର ଗହ୍ମା ପୂର୍ଣ୍ଣମୀ ଦିନରେ ସାଇ ସେବା ସମିତି ପକ୍ଷରୁ ଗୋପୂଜନ କରାଯିବା ସହ ଅମୃତ କଳସ ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସାଇ ସେବା ସମିତିର ସଭାପତି ପ୍ରତାପ ଚନ୍ଦ୍ର ପରିଡ଼ା ଓ ଆବାହକ ମୋହନ ଦୋରାଙ୍କ ସମେତ କଂଚନବିଲି ସାଇ ଆଶ୍ରୀତ ଭଉଣୀ ପ୍ରମିଳା ପ୍ରଧାନ, ସ୍ୱର୍ଣ୍ଣଲତା ସାହୁ, ବିଦ୍ୟୁଲତା ମହାନ୍ତି ପ୍ରମୁଖ ଯୋଗ ଦେଇ ଅସହାୟମାନଙ୍କୁ ଅମୃତ କଳସ ପ୍ରଦାନ କରିଥିଲେ। ଏଥିସହିତ ବଳରାମଙ୍କ ପ୍ରତୀକଭାବେ ଗାଈ, ବାଛୁରୀ ଓ ବଳଦମାନଙ୍କୁ ଦ୍ୱୀପ, ଧୂପ, ଚନ୍ଦନ, ସିନ୍ଦୁର ଲଗାଇ ପୂଜା କରିଥିଲେ। ଏହି ଗୋପୂଜନ ଓ ଅମୃତ କଳସ ପ୍ରଦାନ କାର୍ଯ୍ୟକ୍ରମକୁ ସାଇ ଭଉଣୀ ପଦ୍ମାବତୀ ନାୟକ ଓ ଜଟାଧାରୀ ନାୟକ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.