Home କେନ୍ଦୁଝର ଅନ୍ତୋଦୟ ଚେତନା କେନ୍ଦ୍ର ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଅନ୍ତୋଦୟ ଚେତନା କେନ୍ଦ୍ର ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

37

ହାଟଡ଼ିହି,୨୨ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶଙ୍କଟପାଲିଆ ସ୍ଥିତ ଅନ୍ତୋଦୟ ଚେତନାକେନ୍‌ଦ୍ର ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ହଦଗଡ ରେଞ୍ଜର ସୁମିତ ମହାନ୍ତି, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୋମନାଥ ଦାସ, ବିବେକାନନ୍ଦ ଯୁବପରିଷଦ ସୋସୋ ର ସଭାପତି ଶ୍ରୀମନ୍ତ ରାଉତ, ବିମଳ ଦୋରା, ଅନନ୍ତ ରାଉତ, ବାବୁଲି ଲେଙ୍କା, ପ୍ରମୁଖ ଯୋଗଦେଇ ଗଛମାନଙ୍କରେ ରାକ୍ଷୀ ବାନ୍ଧିଥିଲେ । ରେଞ୍ଜର ଶ୍ରୀ ମହାନ୍ତି ରାକ୍ଷୀର ବିଶେଷତ୍ୱ ଓ ଆମେ ଜଂଗଲର ସୁରକ୍ଷା ପାଇଁ ଗଛମାନଙ୍କର ସୁରକ୍ଷା ଦେବା ପାଇଁ ଆହ୍ୱାନ ଦେଇଥିଲେ । ଜଂଗଲ ଆମକୁ ବିଷୁଧ ଅମ୍ଳଜାନ, ପାଣି ପବନ ଦେବ ବୋଲି ତାଙ୍କ ବକ୍ତବ୍ୟରେ ଉଲେଖ କରିଥିଲେ । ଅନ୍ୟତମ ଅତିଥି ସୋମନାଥ ଦାସ ଜଂଗଲ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିମାନେ ରକ୍ଷାବନ୍ଧନର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ରକ୍ଷାବନ୍ଧନ ସମ୍ପର୍କିତ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ବିଷ୍ଣୁପଦରଜ ମହାନ୍ତି ଗାଁ ଲୋକ, ଜଂଗଲ କମିଟି, ଜଂଗଲ ବିଭାଗର ଅଧିକାରୀ ଓ ଗ୍ରାମବାସୀଙ୍କ ସହଯୋଗ ଯୋଗୁଁ ଆଜି ଜଂଗଲରେ ଶାଳ, ପିଆଶାଳ, ଗଛ ଗୁଡିକ ବଡବଡ ଦ୍ରୁମରେ ପରିଣତ ହେଲାଣି, କିନ୍ତୁ କାଠ ମାଫିଆ ମାନେ ଏହିସବୁ ଗଛ ଗୁଡିକୁ କାଟି ନେଉଥିବାରୁ ଆମେ ଗଛ ମାନଙ୍କୁ ଆମେ ସୁରକ୍ଷା ଦେବାପାଇଁ ଏହି ରକ୍ଷାବନ୍ଧନ ଉତ୍ସବର ଅଭିନବ ଚିନ୍ତା ବୋଲି ମତବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ବିଣାପାଟିଆ, ହରଡବାଡି, ଶଙ୍କଟପାଲିଆ, ବିଦ୍ୟାଧରପୁର ଆଦି ଗ୍ରାମର ଗ୍ରାମବାସୀଙ୍କ ସହିତ ଜଂଗଲ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.