Home କୋରାପୁଟ ୩୦ ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ

୩୦ ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ

225

କୋରାପୁଟ ;ତା୧୧-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ୩୦ ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି। ଆରଟିଓ ପ୍ରସନ୍ନ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସରକାରୀ ହାଇସ୍କୁଲରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ପ୍ରଥପ୍ରାନ୍ତ ନାଟକ ଓ ଢେମଶା ନୃତ୍ୟ ମାଧ୍ୟମରେ ଜନ ସାଧାରଣଙ୍କୁ ସୁରକ୍ଷିତ ଯାତ୍ରା ପାଇଁ ସଚେତନତା କରିଥିଲେ। ଆରଟିଓ ବାଇକ୍ ଓ କାର୍ ଚାଳକ ମାନଙ୍କୁ ସୁରକ୍ଷିତ ଗାଡି ଚାଳନା ଓ ଯାତ୍ରା ପାଇଁ ଜନ ସାଧାରଣଙ୍କୁ ହେଲମେଟ୍ ପିନ୍ଧିବା, ସିଟବେଲ୍ଟ୍ ବାନ୍ଧିବା ଇତ୍ୟାଦି ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଉଥିବା ଦେଖା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏମଭିଆଇ ଶୁଭେନ୍ଦୁ କୁମାର ସାହୁ, ସହକାରୀ ଆରଟିଓ ନାରାୟଣ ମିର୍ଦ୍ଧା, ଅତିରିକ୍ତ ଆରଟିଓ ତପନ କୁମାର ବେଟି, ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.