Home କୋରାପୁଟ ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ

ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ

641

କୋରାପୁଟ ; ତା୧୧-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)୨୬ ନଂ ଜାତୀୟ ରାଜ ପଥର ନୂଆ କଲୋନୀ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବକ ପ୍ରାଣ ହରାଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ କୋରାପୁଟ ଟାଉନ ଥାନା ପରଜା ଲିମିକା ଗ୍ରାମର ପଦଲାମ୍ ମାଝି। ରବିବାର ରାତି ୮ଟା ସମୟରେ ମୃତ ପଦଲାମ୍ କୋରାପୁଟରୁ ନିଜ ଗାଁକୁ ମୋଟର ସାଇକଲରେ ଫେରୁଥିବାବେଳେ ନୂଆ କଲୋନୀ ନିକଟରେ ସମୁଖରୁ ଅନ୍ୟ ଏକ ବାଇକରେ ଆସୁଥିବା ସୁନାବେଡାର ଚନ୍ଦନ ଓ ବିରଜ ସହ ଧକ୍କା ହୋଇଥିଲା। ଫଳରେ ପଦଲାମ୍ ରାଜପଥ ଉପରେ ପଡି ଯାିଥିବାବେଳେ ଚନ୍ଦନ ଓ ବିରଜ ରାସ୍ତା କଡରେ ପଡି ରହିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଟାଉନ ଥାନା ପୁଲିସ ପହଂଚି ଆହତ ମାନଙ୍କୁ କୋରାପୁଟ ଏସଏଲଏନ ମେଜିକାଲ୍ କଲେଜଓ ହସ୍ପିଟାଲରେ ଭର୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ୨ଟାରେ ପଦଲାମର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ପଦଲାମର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.