Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓକିଲ ସଂଘର ଦାବିପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓକିଲ ସଂଘର ଦାବିପତ୍ର ପ୍ରଦାନ

339

କୋରାପୁଟ ; ତା୧୧-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ୫ଦଫା ଦାବି ପୂରଣ ଉଦ୍ଦେଶ୍ୟରେ କୋରାପୁଟ ଓକିଲ ସଂଘ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ସଂଘର ଦାବି ଅନୁଯାୟୀ, ଦେଶର ପ୍ରତି ଓକିଲ ସଂଘ ନିମନ୍ତେ ଗୃହ, ଆବଶ୍ୟକ ସରଂଜାମ, ଲାଇବ୍ରେରୀ, ଶୌଚାଳୟ ଯୋଗାଇଦେବା, ଓକିଲ ମାନଙ୍କ କଲ୍ୟାଣ ନିମନ୍ତେ ବଜେଟରେ ବାର୍ଷିକ ୫ହଜାର କୋଟି ଟଙ୍କା ବ୍ୟବସ୍ଥା କରିବା, ବୀମା ବ୍ୟବସ୍ଥା, ନବାଗତ ଆଇନଜୀବି ମାନଙ୍କ ନିମନ୍ତେ ୫ବର୍ଷ ଯାଏ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା, ଅକାଳ ବିୟୋଗ କିମ୍ବା ଅକର୍ମନ୍ୟ ହେଲେ ପରିବାରକୁ ଆର୍ଥି ସହାୟତା, ତେଲେଙ୍ଗାନା ରାଜ୍ୟ ଢାଂଚାରେ ଓଡିଶାରେ ଓକିଲ କଲ୍ୟାଣ ପାଣ୍ଠି ବୃଦ୍ଧି କରିବା, ହରିଆଣା ରାଜୟ ଢାଂଚାରେ ଓକିଲ ମାନଙ୍କୁ ରାଜ୍ୟ ସରକାର କମ୍ ଦରରେ ବାସଗୃହ ପାଇଁ ଜମି ଯୋଗାଇଦେବା, ଲିଗାଲ୍ ସର୍ଭିସ୍ ଅଥରିଟି ଆକ୍ଟ ଅନୁଯାୟୀ, ଅଭିଜ୍ଞତା ସମ୍ପନ୍ନ ଆଇନଜୀବିଙ୍କୁ ସରକାରୀ ପଦବୀରେ ନିଯୁକ୍ତି ଦେବା ଦାବି ରହିଛି। ସେମିଲିଗୁଡା ଓକିଲ ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସମ୍ପାଦକ ସୁନୀଲ ଜେନା, ଉପସଭାପତି ଚନ୍ଦ୍ରଶେଖର ତ୍ରୀପାଠୀ,  କୋଷାଧ୍ୟକ୍ଷ ବିଘ୍ନରାଜ ବେହେରା,  ସୁବାସ ସେନାପତି,  ପ୍ରଭାତ ମହାପାତ୍ର,  ନମିତା ମହାନ୍ତି, ରଶ୍ମିତା ଦାଶ, କମଳାକାନ୍ତ ଦାସ, ଏନ.ଏନ.ବାଘ,  ମନୋରଂଜନ ରାଉତରାୟ, ଜୟନ୍ତ କୁମାର ମିଶ୍ର, ଅଶୋକ ଷଡଙ୍ଗି, ବିଦ୍ୟାଧର ସାହୁ ପ୍ରମୁଖ ଦାବିପତ୍ର ସହକାରୀ ଜିଲାପାଳ ଭବାନୀ ଶଙ୍କର ମିଶ୍ରଙ୍କୁ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.