Home ଓଡ଼ିଶା ସ୍କୁଲ ବସ୍ ର ରେଡ଼ିଏଟର ଫାଟି ୪ ଛାତ୍ର ଆହତ : ଅଭିଭାଵକ ମହଲରେ ଅସନ୍ତୋଷ

ସ୍କୁଲ ବସ୍ ର ରେଡ଼ିଏଟର ଫାଟି ୪ ଛାତ୍ର ଆହତ : ଅଭିଭାଵକ ମହଲରେ ଅସନ୍ତୋଷ

816

ବ୍ରହ୍ମପୁର: ୨୯/୧୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ଅରବିନ୍ଦନଗର ନିକଟରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନର ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନର ରେଡ଼ିଏଟର ଫାଟିଯିବାରୁ ସମ୍ମୁଖରେ ବସିଥିବା ୪ ଜଣ ଛାତ୍ର ଏଥିରେ ଆହତ ହୋଇଛନ୍ତି। ରେଡ଼ିଏଟରରୁ ନିର୍ଗତ ଗରମ ପାଣି ପିଲାମାନଙ୍କ ଶରୀରରେ ପଡ଼ିବାରୁ ଫୋଟକା ହୋଇଯାଇଛି। ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା କରାଯାଇଛି। ଏହି ସ୍କୁଲ ଭ୍ୟାନରେ ୨୦ ରୁ ଉର୍ଦ୍ଧ୍ୱ ପିଲା ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଭ୍ୟାନ୍ ଟି ପୁରୁଣା ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.