Home କୋରାପୁଟ ପୋଷ୍ୟସନ୍ତାନ ସପ୍ତାହ ଉପଲକ୍ଷେ ସଚତେନତା ରଥର ଶୁଭାରମ୍ଭ

ପୋଷ୍ୟସନ୍ତାନ ସପ୍ତାହ ଉପଲକ୍ଷେ ସଚତେନତା ରଥର ଶୁଭାରମ୍ଭ

70

କୋରାପୁଟ ; ତା୨୯-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ପୋଷ୍ୟ ସନ୍ତାନ ସପ୍ତାହ ଉପଲକ୍ଷେ କୋରାପୁଟଠାରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।କୋରାପସ୍ୱଙ୍କ ଉପଜିଲ୍ଲାପାଳ ଲଲିତ କୁମାର କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକାଦେଖାଇ ରଥର ଶୁଭାରମ୍ଭ କରିଥିଲେ ।ଏହି ଅବସରରେ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ , ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ବି .ଗାୟିତ୍ରୀ ଦେବୀ , ଧର୍ମେନ୍ଦ୍ର ଜେନା , ପ୍ରଭାତ କୁମାର ବିଡିକା , ଆଇଡିଏସ ସଂସ୍ଥାର ପ୍ରକଳ୍ପ ସଂଯୋଜକ ସୈାମ୍ୟରଂଜନ ମହାନ୍ତି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
ଲୋକମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛୁକ କିନ୍ତୁ ସେମାନେ ଏହାର ପ୍ରକ୍ରୀୟା ଉପରେ ଅବଗତ ନ ଥିବାରୁ ସଚେତନତା ରଥ ବାହାର କରାଯାଇଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ କହିବା ସହ ଜିଲ୍ଲାରୁ ଦେଶ ଭିତରେ ୧୦୦ ଓ ଦେଶ ବାହାରେ ୧୫ ଜଣ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ ।କୋରାପୁଟ ଜିଲ୍ଲାର କୋରାପୁଟ ସହର , ସୁନାବେଡା , ଜୟପୁର , ବୋରିଗୁମ୍ମା ଓ ସେମିଲିଗୁଡା ସହର ମଧ୍ୟରେ ସଚେତନତା ରଥ ବୁଲି ସଚେତନତା କରିବ ବୋଲି ସେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.