Home ଜିଲ୍ଲା ପରିକ୍ରମା ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

58

ତାଳଚେର,୩୧/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସମ୍ବାଦ ସାହିତ୍ୟ ଘର,ସାଉଥବଲଣ୍ଡା ଶାଖା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୋପାଳ ପ୍ରସାଦସ୍ଥିତ ରୁଗୁଡି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସାହିତ୍ୟ ଘରର ସଭାପତି ବିଭୂତି ଭୂଷଣ ସାହୁ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାହିତ୍ୟ ଘରର ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ରସାନନ୍ଦ ଥାଟ୍ଟୋଇ,ସାହିତ୍ୟ ଘରର ସଂଯୋଜକ ରଙ୍ଗାଧର ନାୟକ, କବୟତ୍ରୀ ଅନିତା ପାଣି,ବିଭୂତି ଭୂଷଣ ପାଣି,ରଶ୍ମିକାନ୍ତ ରଥ ଉପସ୍ଥିତ ରହି ପଚିଶଟି ଗୁଆ ଗଛ ଆଶ୍ରମ ପରିସରରେ ରୋପଣ କରିଥିଲେ । ଆଶ୍ରମର ମହନ୍ତ ବାବା କବିରାଜ ମହାରାଜ,ବାବା ଅଜୟ ଚୈତନ୍ୟ, ଜଗନ୍ନାଥ ସାହୁ,ଦିବାକର ବେହେରା,ସାଧୁଚରଣ ପ୍ରଧାନ,ବାବୁଲି ପତିଆର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.