Home ଜିଲ୍ଲା ପରିକ୍ରମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

4

ଭଦ୍ରକ, ୧୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଗରପଡ଼ାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ରୁପେ ବନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭେନ୍ଦ୍ର କୁମାର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ମା ମାନଙ୍କର ଶିଶୁ ମାନଙ୍କ ପ୍ରତି ଦାୟିତ୍ୱ ବୋଧ ଉପରେ ସୂଚନା ଦେଇଥିଲେ । ସଭାପତି ଭାଗବତ ପ୍ରସାଦ ପଣ୍ଡାଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଅଶୋକ କୁମାର ପରିଡ଼ା ମା ନାମର ସାର୍ଥକତା ରକ୍ଷା କରିବା ପାଇଁ କହିଥିବା ବେଳେ ସଂସ୍କୃତିର ସୁରକ୍ଷା ଓ ଦେଶର ପ୍ରଗତିରେ ମାତୃଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମା ମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗିତା ଅମୃତ କଳସ ପ୍ରଶ୍ନୋତ୍ତର, ସ୍ୱାଗତ ସଂଗୀତ ଗାନ, ଶିଶୁ ଭାଇ ଭାଉଣୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ, ଗୀତା ପାଠ , ଗୁରୁମା ଙ୍କ ଦ୍ୱାରା କବିତା ପାଠ ଆଦି ର୍କ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କାର୍ଯ୍ୟକୁ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ଏବଂ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.