Home ଜିଲ୍ଲା ପରିକ୍ରମା ଗାଁସାଥୀଙ୍କ ଅଭିନବ ଆନ୍ଦୋଳନ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ

ଗାଁସାଥୀଙ୍କ ଅଭିନବ ଆନ୍ଦୋଳନ, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ

11

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁସାଥି(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡିଶା ପ୍ରଦେଶର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ହଜାର ହଜାର ଗାଁସାଥି(ମେଟ)ମାନେ ୩ ଦଫା ରାଜ୍ୟସ୍ତରୀୟ ଦାବି ଓ ୧୦ଦଫା ଜିଲ୍ଲାସ୍ତରୀୟ ଦାବିର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ଓଡିଶା ସରକାରଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଦାବି କରି କିଛି ଅଭିନବ ଧାରାରେ ଏକ ବିଶାଳ ରାଲି ସହିତ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟ ପରିସର ବାହାରେ ଆନ୍ଦୋଳନ କରିଛନ୍ତି । ସଂଘର ୩ ଦଫା ରାଜ୍ୟସ୍ତରୀୟ ଦାବି ଯଥା (୧) ରାଜ୍ୟର ସମସ୍ତ ନ୍ୟାୟ ଆଶାୟୀ ଗାଁସାଥି(ମେଟ)ଙ୍କୁ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ ସହିତ ୧୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମାସିକ ପ୍ରୋତ୍ସାହନରାଶୀ ପ୍ରଦାନ, (୨) ବେଆଇନ ଭାବେ ଚୟନ ହୋଇ କାର୍ଯ୍ୟରତ ହଜାର ହଜାର ଇଲିଗାଲ ଏନଏମଏମଏସ ଧାରୀ ଗାଁସାଥି ମେଟଙ୍କୁ କାର୍ଯ୍ୟରୁ ବାହାର କରିବା ସହିତ ସମସ୍ତ ଲିଗାଲ ଗାଁସାଥି(ମେଟ)ଙ୍କୁ ସ୍ମାର୍ଟ ଫୋନ୍ ଏବଂ ରିଚାର୍ଜ ଫି ପ୍ରଦାନ ଏବଂ ଡ୍ରେସକୋଡ ପ୍ରଦାନ ଆଦି ଅଟେ । ଠିକ୍ ସେହିପରି ଜିଲ୍ଲା ଦାବି ଭାବରେ ଭଦ୍ରକ ଜିଲ୍ଲାର ଶହ ଶହ ଗାଁସାଥିଙ୍କର ବର୍ଷ ବର୍ଷର ବକେୟା ପ୍ରାପ୍ୟ ପ୍ରଦାନ ସମେତ ଅନାନ୍ୟ ୯ ଦଫା ଦାବି ନେଇ କିଛି ନିଆରା ଢଙ୍ଗରେ ଆଜି ଆନ୍ଦୋଳନ କରିଥିଲା ଗାଁସାଥି(ମେଟ) ସଂଘ ।

ଚକୁଳିଆ ପଣ୍ଡାର ବେଶ ଓ ସାଧୁବାବାଙ୍କ ବେଶଧରି କିଛି ଗାଁସାଥି ସଂଗଠକ ସେମାନଙ୍କର ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ଓଡିଶାଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଦାବି କରିଥିଲେ । ପୂର୍ବାହ୍ନ ପ୍ରାୟ ୧୧ ଘଟିକାରେ ହଜାର ହଜାର ସଂଖ୍ୟାରେ ଗାଁସାଥି(ମେଟ)ମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ମହତାବଛକ ଦେଇ ବାଇପାସ ଛକରୁ ବୁଲି ଏକ ବିରାଟ ଶୋଭାଯାତ୍ରାରେ ଗାଁସାଥିମାନେ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗକୁ ଆସି ଏକ ପ୍ରତିବାଦ ସଭା କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ସଂଘର ରାଜ୍ୟ, ଜିଲ୍ଲା, ବ୍ଲକ, ସଂଗଠକଗଣ ଓ ଭଦ୍ରକ ଜିଲ୍ଲାର ପ୍ରାୟ ସମସ୍ତ ଗାଁସାଥି(ମେଟ) ଉପସ୍ଥିତ ଥିଲେ । ସଂଘର ମାସିକ ପ୍ରୋତ୍ସାହନ ରାଶୀ ପ୍ରାପ୍ତିର ଦାବି ପୂରଣ ନହେଲେ ଆଗାମୀ ଦିନରେ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନରେ ସଂଘ ତରଫରୁ ସଠିକ୍ ଜବାବ ଦିଆଯିବ ବୋଲି ଶତାଧିକ ସଂଗଠକ ମିଳିତ ଭାବେ ଗଣମାଧ୍ୟମକୁ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ସାମଲ, କରୁଣାକର ନାୟକ, ଶୁଶିଳା ନାୟକ, ଖଗେଶ୍ୱର ନାୟକ, ମନୋଜ ପାଢ଼ୀ, ରଶ୍ମିତା ଯେନା, ବ୍ରଜ କିଶୋର ଦାସ, ଆନ୍ତା ମୁର୍ମୁ, ଲକ୍ଷ୍ମୀଧର ମହାନ୍ତି, ଶୁଶାନ୍ତ ଯେନା, ନକୁଳ ନାୟକ, ନିରୁପମା ମିଶ୍ର, କନକଲତା ପାଣି, ସୁରେଶ ସାମଲ, ଚିନ୍ତାମଣୀ ବେହେରା, ବିଶ୍ୱନାଥ ରାଉତ, ବୈଲଚନ ପାତ୍ର, ବିଭୁତି ଭୂଷଣ ଖଣ୍ଡାଇ, ଅନୁସୟା ଦାସ, କରୁଣା କିସ୍ମୁ, ମିନା ରାଣୀ ନାୟକ, ମନସରୋଜ ପଣ୍ଡା, ମୁଟୁରାମ ମୁଣ୍ଡା, ପ୍ରଭାତ ବେହେରା, ପ୍ରିୟବ୍ରତ ଦାସ, ପ୍ରକାଶ ମଲ୍ଲିକ, ବିକାଶ ନାୟକ ଓ ଅନ୍ୟ ହଜାର ହଜାର ତ୍ୟାଗୀ ଗାଁସାଥି(ମେଟ୍‌) ଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.