Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର

ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର

14

ଭଦ୍ରକ, ୧୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଯଶୋଟିକିରି ସୁବର୍ଣ୍ଣମୁଖି ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ପ୍ରଶିକ୍ଷଣ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ବ୍ଲକ ଶିକ୍ଷା ସଂଯୋଜକ ଅକ୍ଷୟ କୁମାର ଜେନା ଉଦଘାଟନ କରିଥିଲେ । ସମାଜସେବୀ ସୌମ୍ୟରଞ୍ଜନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିବିରରେ ଯୋଗଦେଇଥିବା ୪୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷକ ପୁଷ୍ପକ ଚନ୍ଦ୍ର ଭାରତୀ, ଅଜୟ କୁମାର ରାୟ, ବିଶ୍ୱରଞ୍ଜନ ଶେଣ୍ଢ, ବିପିନ ବିହାରୀ ଜେନା ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.