Home ଓଡ଼ିଶା ଶିଶୁଶ୍ରମିକ ଭାବେ ଆନ୍ଦ୍ରକୁ କାମକରିବାକୁ ଯାଉଥିବା ୨୫ ଜଣ ପିଲାଙ୍କୁ ଉଦ୍ଧାର କଲା ଚାଇଲ୍ଟ...

ଶିଶୁଶ୍ରମିକ ଭାବେ ଆନ୍ଦ୍ରକୁ କାମକରିବାକୁ ଯାଉଥିବା ୨୫ ଜଣ ପିଲାଙ୍କୁ ଉଦ୍ଧାର କଲା ଚାଇଲ୍ଟ ଲାଇନ

400

ମାଲକାନଗିରି,୧୦ା୧ (ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶକୁ ଶିଶୁଶ୍ରମିକ ଭାବେ କାମକରିବାକୁ ଯାଉଥିବା ୨୫ ଜଣ ପିଲାଙ୍କୁ ଆଜି ସନ୍ଧ୍ୟାରେ ମାଲକାନଗରି ଚାଇଲ୍ଟ ଲାଇନ ଉଦ୍ଧାର  କରିଛନ୍ତି । ମାଲକାନଗିରି ଜିଲ୍ଲା ମହୁପଦର ପଚାଂୟତ ସ୍ଥ ମୁଣ୍ଡାଗୁଡା ଓ କୁମୁରପାଲି ଗ୍ରାମରୁ ୧୫ଜଣ ନାବାଳିକା ୧୦ଜଣ ନାବାଳକ ଆଜି ଏକ ଘରୋଇବସରେ ମୋଟୁ ଅଭି ମୁଖେ ଯାଇ ସେଠାରୁ ଆନ୍ଦ୍ରପ୍ରଦେଶ ଗୁଣ୍ଠୁର କୁ କାମକରିବାପାଇଁ ଯାଉଥିଲେ । ଏ ସଂପର୍କରେ ଚାଇଲ୍ଡ ଲାଇନକୁ ଫୋନ ଆସିବାରୁ ମାଲକାନଗିରି   ଚାଇଲ୍ଟ ଲାଇନର ସଂଯୋଜକ ଭବାନି ଶଙ୍କର ବେହେରା,ରିଙ୍କୁସରକାର,ହୃଷିକେଶ ସାହୁ,ସୋମ୍ୟାସ୍ୱାଇଁ,କେ.ମିଶାଇଲ ରାଜୁ ପ୍ରମୁଖ ଚାଇଲ୍ଡ ଲାଇନ କର୍ମଚାରି ମାନେ ଦୁଇ ଭାଗ ହୋଇ ଦୁଇଟି ବସରୁ ଆନ୍ଦ୍ରପ୍ରଦେଶକୁ କାମକରିବାକୁ ପଳାଉଥିବା ଏହି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି । କୁଆଡେ ଯାଉଥିଲ ବୋଲି ସେମାନଙ୍କୁ ପଚାରିବାରୁ ଆନ୍ଦ୍ରପ୍ରଦେଶ କୁ  ଏକ ମାଛକମ୍ପାନିରେ କାମକରିବା ପାଇଁ ଯିବୁ ,ଆନ୍ଦ୍ରପ୍ରଦେଶ ଗୁଣ୍ଠୁର ଜଣେ ଲୋକ ଆମକୁ ଗାଡିଭଡା ଦେଇ ପଳାଇଛି । ସେ ଗୁଣ୍ଠୁର ଠାରେ ଆମକୁ ଜଗିଥିବ ଆମେ ମୋଟୁ ନଦୀପାରହୋଇ ସେଠାରେ ପହଁଚିବାପରେ ତାଙ୍କ ସାଙ୍ଗରେ ଆମେ କାମକରିବାକୁ ଯିବୁ ବୋଲି   ଉଦ୍ଧାର ପିଲା ମାନେ କହିଥିଲେ  । ଉଦ୍ଧାର ହୋଇଥିବା ୨୫ଜଣ ଆଦିବାସୀ ଓ ହରିଜନ ନାବାଳିକା, ନାବାଳକ ଙ୍କ ବୟସ ୯ରୁ ୧୬ବର୍ଷ ହେବ,ସେମାନଙ୍କୁ ମାଲକାନଗିରି ଚାଇଲ୍ଡ ଲାଇନକୁ ଆଣି ପଚରା ଉଚରା କରିବାରୁ ଜଣାପଡିଥିଲା ସେମାନଙ୍କ ଘର ମାଥିଲି ବ୍ଲକ  ମହୁପଦର ପଚାଂୟତ ମୁଣ୍ଡାଗୁଡା ଓ କୁମୁରପାଲି ଗ୍ରାମର ସମସ୍ତେ ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ପାଠପଢିପାରିନାହାଁନ୍ତି, କେତେଜଣ ଅଳ୍ପ  ପାଠ ପଢି ଛାଡିଦେଇଛନ୍ତି । ପରିବାର ଚଳାଇବାପାଇଁ ପରଘରେ ମୂଲ ଲାଗୁଛିନ୍ତି, କେହି ଜଣେ ବ୍ୟକ୍ତି ଅଧିକ ମଜୁରୀ ଦିଆ ଯିବ କହି ଲୋଭ ଦେଖାଇ ସେମାନଙ୍କୁ ନେଉଥିଲା ବୋଲି କହିଥିଲେ । ଏହି ୨୫ଜଣ ଛୋଟପିଲା ଙ୍କୁ ଅଧିକ ଟଙ୍କା ମଜୁରୀ ମିଳିବାର ଲୋଭଦେଖାଇ କେହି ଜଣେ ଦଲାଲ ଆନ୍ଦ୍ରପ୍ରଦେଶକୁ ଚାଲାଣ କରିବାର ଯୋଜନା ରଖିଥିବାର ସନ୍ଦେହ କରି  ସେମାନଙ୍କୁ କାଉଁସିଲିଂ କରିବାରୁ ଜଣାପଡିଥିଲା ।ରାତ୍ରହୋଇ ଯାଇଥିବାରୁ ଉଦ୍ଧାର ହୋଇଥିବା ପୁଅପିଲା ମାନଙ୍କୁ ପରିବର୍ତନ ଶିଶୁ ଗୃହ ଓ ଝିଅ ପିଲାମାନଙ୍କୁ ସ୍ୱାଧାର ରେ ରଖାଯାଇଛି । ଶୁକ୍ରବାର ଦିନ ସେମାନଙ୍କୁ ଜିଲ୍ଲା ଶିଶୁମଙ୍ଗଳ କମଟି ନିକଟରେ ହାଜର କରାଇ କାଉଁସିଲିଂ ହେବା ପରେ ସେମାନଙ୍କ ଗାଁକୁ ନିଆଯାଇ ତାଙ୍କପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି  ଚାଇଲ୍ଡ ଲାଇନ ସୁତ୍ରରୁ ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.