Home ଜିଲ୍ଲା ପରିକ୍ରମା ମଣ୍ଡିରେ ଧାନ କ୍ରୟ ଟାର୍ଗେଟ ବଢାଇ ବା ଦାବିନେଇ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ କଲେ...

ମଣ୍ଡିରେ ଧାନ କ୍ରୟ ଟାର୍ଗେଟ ବଢାଇ ବା ଦାବିନେଇ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ କଲେ ଚାଷୀ

180

ମାଲକାନଗିରି,୧୦ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଧାନ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି । ଆଜି ଜିଲ୍ଲା ଆଦିବାସୀ ସମାଜ ମହାସଂଘର ଡାକରାରେ ସାତଟି ଯାକ ବ୍ଲକରେ ଚାଷୀମାନେ ଆନ୍ଦୋଳନ କରିଥିବାବେଳେ ଜିଲ୍ଲାସଦର ମହକୁମାଠାରେ କିଛି ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶେଷ କରି ମାଲକାନଗିରି ବ୍ଲକସ୍ଥ ଗୌଡଗୁଡା ଓ ସିନ୍ଧ୍ରିମାଳ ପଚାଂୟତର ପ୍ରାୟ ୩୦ରୁ ଉର୍ଦ୍ଦ ଗ୍ରାମର ଚାଷୀଙ୍କ ପାଇଁ ଏମଭି୧୧ଠାରେ ମାତ୍ର ଗୋଟିଏ ଧାନ ମଣ୍ଡିଖୋଲା ଯାଇଛି । ପ୍ରଥମେ ଏହି ମଣ୍ଡିରେ ୬ହଜାର କୁଇଂଟାଂଲ ଧାନ କ୍ରୟ କରାଯାଉ ଥିଲା ପରେ ଏହା ୨ହଜାର କୁଇଂଟାଂଲ କୁ କମାଇଦିଆଗଲା । ଏହି ଦୁଇଟି ପଚାଂୟତ କେନାଲ କୂଳରେ ଜଳସେଚିତ ଜମିରହିଛି ଚଳିତ ବର୍ଷ ଭଲ ଧାନଫସଲ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ସପ୍ତାହରେ ମାତ୍ର ୨ହଜାର କୁଇଟାଂଲ ଧାନକ୍ରୟ କଲେ ଚାଷୀମାନଙ୍କ ଧାନ ବିକ୍ରୟ ହୋଇପାରିବନାହିଁ । ତେଣୁ ଏହି ମଣ୍ଡିରେ ପୁର୍ବପରି ସପ୍ତାହକୁ ୬ହଜାର କୁଇଂଟାଲ ଧାନକ୍ରୟ କରିବାପାଇଁ ଦାବିକରି ଗୌଡଗୁଡା ଓ ସିନ୍ଧ୍ରିମାଳ ପଚାଂୟତର ଶତାଧିକ ଚାଷୀ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଜିଲ୍ଲାଯୋଗାଣ ଅଧିକାରୀ ସେମାନଙ୍କ ଅସୁବିଧା କଥା ରାଜ୍ୟସରକାରଙ୍କୁ ଅବଗତ କରାଇ ଧାନକ୍ରୟର ଟାର୍ଗେଟ ବଢାଇବା ପାଇଁ ବ୍ୟବସ୍ଥା କରାଯିବୋଲି ପ୍ରତି ଶୃତିଦେବାପରେ ଚାଷୀ ମାନେ ନିଜ ଗାଁକୁ ଫେରି ଯାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.