Home ଜିଲ୍ଲା ପରିକ୍ରମା ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧରାଶାୟୀ କରୁଛନ୍ତି ରାଜ୍ୟ ସରକାର – ଏବିଭିପି

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧରାଶାୟୀ କରୁଛନ୍ତି ରାଜ୍ୟ ସରକାର – ଏବିଭିପି

4

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାମରେ ଶାସକ ଦଳ ବିଜେଡି ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ନିଜର ଦଳୀୟ କାର୍ଯ୍ୟାଳୟ କରି ଏବେ ଭି.କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ଆସିବା ପାଇଁ ଅଧ୍ୟକ୍ଷଙ୍କ ଉପରେ ଚାପ ପକାଇବା ଏବଂ ଫତୱା ଜାରି କରିବାରେ ଲାଗିଛନ୍ତି । କଥାକଥିତ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ରାଜନୈତିକ ଆକା„ାକୁ ପୂର୍ଣ୍ଣ କରିବା ପାଇଁ ତିନିମାସ ସମୟ ଧରି କ୍ୟାମ୍ପସ ରେ ଶିକ୍ଷାଦାନ ବନ୍ଦ କରାଯାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଚାଲିଛି । ବିଗତ ଦିନ ମାନଙ୍କରେ ଜିଲ୍ଲା ସ୍ତରୀୟ ‘ନୂଆ-ଓ’ କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବାତିଲର ବିଷୟ ହେଉ ଅବା ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବାତିଲର ଘଟଣା, ଏପରିକି ଆଗକୁ +୨ ର ବୋର୍ଡ ପରୀକ୍ଷା ଥିବା ବେଳେ ମାଳମାଳ କରି ଛାତ୍ରଛାତ୍ରୀଙ୍କୁ ଗାଡି ଜରିଆରେ କାର୍ଯ୍ୟକ୍ରମ କୁ ବୋହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ଏପରିକି ଡିଗ୍ରୀ ଗୋରୁମହିଷାଣୀ ଆଇରନ ମହାବିଦ୍ୟାଳୟ ଏବଂ ଆଞ୍ଚଳିକ ମହାବିଦ୍ୟାଳୟ ,ଶ୍ୱାମପାଟଣା, କେନ୍ଦୁଝର ଭଳି ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ନୂଆ-ଓ କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହିବାକୁ ବାଧ୍ୟ ଏବଂ ଯଦି କେହି ଅନୁପସ୍ଥିତ ରହିବେ ସେମାନେ ଉଭୟ ଆଭ୍ୟନ୍ତରୀଣ ଏବଂ ସେମିଷ୍ଟର ପରୀକ୍ଷାରେ ମାର୍କ ହରାଇବେ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଉଅଛି । ଶିକ୍ଷା ବିରୋଧୀ ନବୀନ ସରକାର ୧୫୦ ଟଙ୍କିଆ ଟିଫିନ, ୩୫୦ ଟଙ୍କିଆ ବିରିୟାନୀ, ଟୋପି ଏବଂ ଟିସାର୍ଟ ର ଆଢୁଆଳରେ ଏହି ଘୃଣ୍ୟ ରାଜନୀତି କରି ଛାତ୍ରଛାତ୍ରୀଙ୍କୁ ଅସ୍ତ୍ର କରି ନିଜର ରାଜନୈତିକ ରୋଟି ସେକୁଛନ୍ତି । ଗତକାଲି ମଧ୍ୟ ସମାନ ଘୃଣ୍ୟ ରାଜନୀତିର ଉଦାହରଣ ଭଦ୍ରକରେ ଦେଖିବାକୁ ମିଳିଛି ।

ଭଦ୍ରକର ବିଭିନ୍ନ ସ୍ଥାନ ରେ ଧମକ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅଣାଯାଉଥିଲା ବେଳେ ବସ୍ ଏବଂ ବିଭିନ୍ନ ବ୍ୟବସ୍ଥାରେ ଅନିୟମିତତା ଦେଖାଦେଇଛି । କେଉଁଠି ଅଧିକ ଛାତ୍ରଛାତ୍ରୀଙ୍କୁ ବସ୍ ର ଅଭାବ ତ କେଉଁଠି ଛାତ୍ରଛାତ୍ରୀଙ୍କ ନିମନ୍ତେ ଖାଦ୍ୟର ଅଭାବ । ଏସବୁ ଭିତରେ ଏପରି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେ ତିହିଡିରୁ ବସ୍ ଯୋଗେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ରାଣୀତାଲ କୁ ଆସୁଥିବା ସମୟରେ ଛାତ୍ରଛାତ୍ରୀଙ୍କ ମୁହଁରୁ ‘ଜୟ ଶ୍ରୀ ରାମ’ ର ନାରା ଶୁଣି ତିହିଡି ବ୍ଲକର ବିଡିଓ ଛାତ୍ରଛାତ୍ରୀଙ୍କୁ ପୋଲିସ ର ଧମକ ଦେଇଛନ୍ତି । ଏପରିକି ସେସବୁର ଦୃଶ୍ୟକୁ ଫୋନରେ କଏଦ କରୁଥିବା ବ୍ୟକ୍ତି ଜଣଙ୍କୁ ମଧ୍ୟ ପରିଚୟ ମାଗି ଧମକ ଦେଇଛନ୍ତି । ଦଳୀୟ ରାଜନୀତିର ଆଢୁଆଳରେ ଘଟିଥିବା ଏ ଘୃଣ୍ୟ ଘଟଣାକୁ ଏବିଭିପି ଦୃଢ ନିନ୍ଦା କରୁଛି । ପ୍ରଶ୍ନ ଏଠି ପ୍ରଭୁ ଶ୍ରୀରାମଙ୍କ ନାରାରେ ପାଣ୍ଡିଆନ ବାବୁ ଏତେ ଅପ୍ରସ୍ତୁତ କାହିଁକି? ଏବଂ ସଭା ସ୍ଥଳିରେ ନିୟୋଜିତ ଥିବା ପୋଲିସ ଭାରତ ମାତା କି ଜୟ ଏବଂ ବନ୍ଦେ ମାତରଂ ନାରା ଦେଉଥିବା ଛାତ୍ର ଛାତ୍ରୀ ମାନଙ୍କୁକୁ ବିରୋଧ କରୁଥିବାର ନଜିର ମଧ୍ୟ ଆସିଛି ।ବିଡିଓଙ୍କ ଧମକ ପଛରେ କିଏ ଏବଂ ଏହା ପଛରେ ଉଦ୍ଦେଶ୍ୟ କଣ? ଏସବୁ ପ୍ରସଙ୍ଗରେ ଏବିଭିପି ଭଦ୍ରକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀକରି ଦୃଢ଼ ନିନ୍ଦା କରିବା ସହ ତୀବ୍ର ଭର୍ସନା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ବିଭାଗ ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ ବିଭାଗ ସହ ସଂଯୋଜକ ବିଶ୍ୱନାଥ ସୋନୁ ଲାହା, ବିଭାଗ ଛାତ୍ରୀ ସହ ପ୍ରମୁଖ ପାର୍ବତୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିପ୍ତେଶୁ ସାମଲ, ରାଜ୍ୟ ଗ୍ଦଲୟ ସହ ସଂଯୋଜକ ବିଭୁ କିଶୋର ରାଉତ, ଓଁକାର ମହାନ୍ତି, ଆୟୁଷ ପାଣିଗ୍ରାହୀ, ସାହିଲ ସାମାନି, ଦୁର୍ଗା ଶଙ୍କର ଜେନା, ରାହୁଲ ଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.