Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

4

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ େ‘ବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବା ଅବସରରେ ଛାତ୍ର ଛାତ୍ରୀମାନଙ୍କର ପ୍ରତିଭା ଓ ସୃଜନଶୀଳତାକୁ ଉତ୍ସାହିତ କରିବା ନିମନ୍ତେ ଭଦ୍ରକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ପରିସରରେ ଆୟୋଜିତ ହୋଇଯାଇଛି । ପୂର୍ବାହ୍ଣ ୧୦ ଘଟିକାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିାକରୀ ମାୟାଧର ସାହୁ, ବ୍ଲକ ଶିକ୍ଷାଧିକାରୀ ବାସୁଦେବପୁର ଜଗବନ୍ଧୁ ସାହୁ, ଭଦ୍ରକ ଚକ୍ରଧର ମଲିକ,ଭଂଡାରୀପୋଖରି ଅଧିର ତରାଇ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଅପରାହ୍ଣ ୩ଘଟିକାରେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ପୁରଷ୍କାର ବିତରଣ ସଭାରେ ରାମଦାସ ଟୁଡୁ , ଅତିରିକ୍ତ ଜିଲ୍ଲାପାଳ ,ଭଦ୍ରକ ମୂଖ୍ୟ ଅତିଥିଭାବରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେବା ସହ ପୁରଷ୍କାର ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ଜିଲ୍ଲାସ୍କୁଲ ଭଦ୍ରକ ପ୍ର‘ୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ନିମନ୍ତେ ସମଗ୍ର ଜିଲ୍ଲାରେ ଜିଲ୍ଲାରେ ୩ ତାରିଖରେ ବିଦ୍ୟାଳୟ ସ୍ତରୀୟ, ୪ ତାରିଖରେ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବରିଷ୍ଠ ଓ କନିଷ୍ଠ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ୧୦୫ଜଣ ପ୍ରତିଯୋଗିଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, କୁଇ୍‌୍‌ଜ୍ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ୧ମ, ୨ୟ ଓ ୩ୟ ସ୍ଥାନରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିଙ୍କୁ ପୁରଷ୍କୃତ କରାଯାଇଥିଲା । । ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀଙ୍କ ସମେତ ସମଗ୍ର ଶିକ୍ଷା କାର୍ଯାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.