Home ଜିଲ୍ଲା ପରିକ୍ରମା ଅର୍ଥ ଲଗାଣକାରୀ ସଂସ୍ଥା ‘ହିନ୍ଦୁଜା ଲେଲ୍ୟାଣ୍ଡ’ ଖାଉଟି ଅଦାଲତରେ ଦଣ୍ଡିତ

ଅର୍ଥ ଲଗାଣକାରୀ ସଂସ୍ଥା ‘ହିନ୍ଦୁଜା ଲେଲ୍ୟାଣ୍ଡ’ ଖାଉଟି ଅଦାଲତରେ ଦଣ୍ଡିତ

4

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଲଣା ପଞ୍ଚାୟତ ବିଶୋଳଶାସନ ଗ୍ରାମର ରମାକାନ୍ତ ଜେନାଙ୍କ ଠାରୁ ଚୁକ୍ତି ବହୁର୍ଭୁତ ଋଣଅର୍ଥ ଆଦାୟ କରିବା ମାମଲାରେ ଭଦ୍ରକ ଖାଉଟି ଅଦାଲତଙ୍କ ଦ୍ୱାରା ଅର୍ଥ ଲଗାଣକାରୀ ସଂସ୍ଥା ‘ହିନ୍ଦୁଜା ଲେଲ୍ୟାଣ୍ଡ’ ଫାଇନାନ୍ସ କମ୍ପାନୀ ଲିଃର ଭଦ୍ରକ ଶାଖା ପରିଚାଳକ ଦଣ୍ଡିତ ହୋଇଥିବା ଜଣାଯାଇଛି । ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଶ୍ରୀ ଜେନା ‘ହିନ୍ଦୁଜା ଲେଲ୍ୟାଣ୍ଡ’ ଫାଇନାନ୍ସ କମ୍ପାନୀ ଠାରୁ ୨୦୧୬ ଅପ୍ରେଲ ୧୧ ତାରିଖରେ ହିରୋହୋଣ୍ଡା ସ୍ପେ୍ଳଣ୍ଡର ବାଇକ କ୍ରୟ ପାଇଁ ୩୦ ହଜାର ଟଙ୍କା ଜମା କରି ୨୫ ହଜାର ଟଙ୍କା ଋଣ ଆଣିଥିଲେ । ଋଣ ସହ ସୁଧ ପରିଶୋଧ ୨୪ଟି ମାସିକ କିସ୍ତିରେ କରିବାକୁ କମ୍ପାନୀ ସହ ଚୁକ୍ତିନାମାରେ ଉପନୀତ ହୋଇଥିଲେ । ଋଣୀ ରମାକାନ୍ତ ପ୍ରତି ମାସ ୭୪୧ଟଙ୍କା କିସ୍ତି ଆକାରରେ କମ୍ପାନୀକୁ ପୈଠ କରି କମ୍ପାନୀ ଠାରୁ ‘ନୋ ଡ୍ୟୁଜ’ ପ୍ରମାଣପତ୍ର ହାସଲ କରିଥିଲେ । ଏହାପରେ କମ୍ପାନୀ ରମାକାନ୍ତଙ୍କୁ ନୋଟିସ ଜାରି କରି ୧୫ ହଜାର ୧୬୧ଟଙ୍କା ବକେୟା ପରିଶୋଧ ପାଇଁ ନୋଟିସ କରିଥିଲେ । ଭଦ୍ରକ ଉପଭୋକ୍ତା ବିବାଦ ସମାଧାନ ଅଦାଲତରେ ରମାକାନ୍ତ ୭୮/୨୦୧୮ନଂ ମାମଲା ସଂପୃକ୍ତ କମ୍ପାନୀ ବିରୋଧରେ ଆଗତ କରିଥିଲେ । ଏହାର ବିଚାର କରି ଅଦାଲତ ସଭାପତି ଶିବପ୍ରସାଦ ମହାନ୍ତି ଓ ସଦସ୍ୟା ମଧୁସ୍ମିତା ସ୍ୱାଇଁ ଆବେଦନକାରୀ ରମାକାନ୍ତଙ୍କୁ ୧୮ ହଜାର ୪୬୫ ଟଙ୍କା ଜରିମାନା, ମାମଲା ଖର୍ଚ୍ଚ ବାବଦକୁ ୫ ହଜାର ଓ ମାନସିକ ନିର୍ଯ୍ୟାତନା ଦେବା ବାବଦକୁ ଅତିରିକ୍ତ ୨ ହଜାର ଟଙ୍କା ପ୍ରଦାନ ପାଇଁ କମ୍ପାନୀକୁ ଗତ ୨୦୨୩ ଡିସେମ୍ବର ୩୧ ତାରିଖରେ ଆଦେଶ ଦେଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.