Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧାମନଗର ଚାଷୀ

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧାମନଗର ଚାଷୀ

105

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରର ବହୁ ପ୍ରତୀକ୍ଷିତ କୋଚିଳା ବ୍ୟାରେଜ ନିର୍ମାଣ ପାଇଁ ଅର୍ଥ ମଂଜୁର ନିମନ୍ତେ ଏବଂ ଯଥାଶୀଘ୍ର ଟେଣ୍ଡର ପ୍ରକ୍ରିୟା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଏଠାରେ ପ୍ରକାଶ ଥାଉକି ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଧାମନଗରବାସୀଙ୍କର ଏକ ସ୍ୱପ୍ନ ଥିଲା । ପ୍ରତିବର୍ଷ ବୈତରଣୀ ନଦୀରେ ବନ୍ୟା ଦ୍ୱାରା ବହୁ ଧନଜୀବନ ନଷ୍ଟ ସହ ଚାଷଜମି ଉଜୁଡି ଯାଇଥାଏ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉଦ୍ୟମ ପ୍ରଶଂସନୀୟ । ବିଗତ ୫ ବର୍ଷ ଅବଧିରେ ବିଧାନସଭାର ବିଭିନ୍ନ କମିଟି କୋଚିଳା ବ୍ୟାରେଜ କ୍ଷେତ୍ର ପରିଦର୍ଶନ କରି ଅର୍ଥ ମଂଜୁର କରିବା ପାଇଁ ସରକାରଙ୍କୁ ସୁପାରିଶ କରିବା ସହ ପୂର୍ବତନ ବିଧାୟକ ଶ୍ରୀ ମଣ୍ଡଳଙ୍କ ବିଧାନସଭାର ପ୍ରଶ୍ନ ନଂ ୫୪୭୨ ଓ ୫୪୭୫, ତା ୧୬.୦୫.୧୬ ରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଉତ୍ତର ଏବଂ ବୈଷୟିକ ଓ ପ୍ରଶାସନିକ ଅନୁମୋଦନ ପ୍ରସ୍ତାବ ସରକାରଙ୍କ ଠାରେ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଆଗେଇ ନେଇଥିବାରୁ ତାହା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସଫଳ ହୋଇଛି । ଆଜି ଭଦ୍ରକ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଧାମନଗରର ଚାଷୀ ଓ ବୁଦ୍ଧିଜୀବୀ ଭଦ୍ରକ ବ୍ଲକ୍ ସମ୍ମିଳନୀ କକ୍ଷରେ ଭର୍ଚୁଆଲ ଦ୍ୱାରା ତୁରନ୍ତ ଏହି ପ୍ରକଳ୍ପର ଅର୍ଥ ମଂଜୁର ପାଇଁ ଧନ୍ୟବାଦ ଜଣାଇଥିଲେ ।

୫-ଟି ସଚିବ ଏଥିରେ ପ୍ରକାଶ କରିଛନ୍ତି ଯେ ଏହି ପ୍ରକଳ୍ପ ଧାମନଗର ବାସୀଙ୍କ ଦୀର୍ଘଦିନର ଦାବି ଥିଲା, ଯାହା ଆଜି ସଫଳ ହୋଇଛି । ଏହି ପ୍ରକଳ୍ପ ୩୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆସନ୍ତା ୧୯ ତାରିଖ ଦିନ ଟେଣ୍ଡର ହେବାକୁ ଯାଉଛି । ଏହି ଖବର ପାଇବା ପରେ ଉପସ୍ଥିତ ଚାଷୀ ଓ ଧାମନଗରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ୨୨ଟି ପଂଚାୟତର ୭୮ ଟି ଗ୍ରାମରେ ବନ୍ୟା ନିୟନ୍ତ୍ରଣ ସହ ୧୫ ଶହ ହେକ୍ଟର ଜମିରେ ଜଳସେଚନ ହୋଇପାରିବ । ଏହା ଭଦ୍ରକ ଜିଲାର ପ୍ରଥମ ନଦୀବନ୍ଧ ଯୋଜନା । ଏହି ଦାବି ଓ ଧନ୍ୟବାଦ ଆଲୋଚନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ନାୟକ, ବିନୋଦ ନାୟକ, ନାରାୟଣ ଚନ୍ଦ୍ର ସାହୁ, ହରେକୃଷ୍ଣ ପାଢୀ, ରଘୁନାଥ ଲେଙ୍କା, ରମେଶ ମହାନ୍ତି, ନିତ୍ୟାନନ୍ଦ ମିଶ୍ର, ପ୍ରତାପ ସାମଲ, ବିଦ୍ୟାଧର ରାଉତ, ଅନନ୍ତ ରାଉତ, ଚମ୍ପାବତୀ ଦଳେଇ, ମମତା ଦାସ, ସୁରଥୀ ନାୟକ, ଉର୍ମିଳା ବିଶ୍ୱାଳ, ତନୁଶ୍ରୀ ପୁହାଣ ପ୍ରମୁଖ ଯୋଗ ଦେଇଥିଲେ । ଧାମନଗରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.